Football: ନ୍ୟୁଜିଲାଣ୍ଡରେ ପହଞ୍ଚିଲା ଭାରତୀୟ ଫୁଟ୍‌ବଲ୍‌ ଦଳ

2 days ago 6
ARTICLE AD BOX

ଅକ୍‌ଲାଣ୍ଡ: ପ୍ରଥମ ଥର ଲାଗି ନ୍ୟୁଜିଲାଣ୍ଡ ଗସ୍ତ କରିଥିବା ଭାରତର ପୁରୁଷ ଫୁଟ୍‌ବଲ୍‌ ଦଳ ସୋମବାର ମଧ୍ୟରାତ୍ରରେ ଅକ୍‌ଲାଣ୍ଡରେ ପହଞ୍ଚିଛି। ଏହି ଗସ୍ତରେ ଭାରତ ୨ଟି ଅନ୍ତର୍ଜାତୀୟ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍‌ ଘରୋଇ ଦଳ ବିପକ୍ଷରେ ଖେଳିବ। ଏହାପୂର୍ବରୁ ମଙ୍ଗଳବାର ସକାଳେ ବ୍ଲୁ ଟାଇଗର୍ସର ଖେଳାଳି ହାଲ୍‌କା ଅଭ୍ୟାସରୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ସଂଧ୍ୟାରେ ନର୍ଥ ହାର୍ବର ଷ୍ଟାଡିୟମ୍‌ରେ ଅଭ୍ୟାସ କରିଛି ଦଳ। 

ଖ୍ରୀ‌ଷ୍ଟଚର୍ଚ୍ଚ ଗସ୍ତ କରିବ ଭାରତୀୟ ଦଳ
ଏହାପରେ ଉଦ୍‌ଘାଟନୀ ମ୍ୟାଚ୍ ଖେଳାଯିବାକୁ ଥିବା ସ୍ଥାନ ‘ଗୋ ମିଡିଆ ଷ୍ଟାଡିୟମ୍‌’ରେ ଅଭ୍ୟାସ କରିବ ଭ୍ରମଣକାରୀ ଦଳ। ୧୨ ତାରିଖ (ଗୁରୁବାର) ଏଠାରେ ପ୍ରଥମ ମ୍ୟାଚ୍‌ ଖେଳିବା ପରେ ୧୩ ତାରିଖରେ ଖ୍ରୀ‌ଷ୍ଟଚର୍ଚ୍ଚ ଗସ୍ତ କରିବ ଭାରତୀୟ ଦଳ। ସେଠାରେ ୧୫ ତାରିଖରେ ଦ୍ବିତୀୟ ମ୍ୟାଚ୍‌ ଖେଳି ଏହି ଗସ୍ତ ଶେଷ କରିବ। ୨୦୧୮ରେ ଭାରତ ଶେଷ ଥର ଲାଗି ମୁମ୍ବାଇରେ ‘ଇଣ୍ଟରକଣ୍ଟିନେଣ୍ଟାଲ କପ୍‌’ରେ ନ୍ୟୁଜିଲାଣ୍ଡକୁ ଭେଟିଥିଲା। 

ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଦିନିକିଆ

ଏହି ମ୍ୟାଚ୍‌ରେ ଘରୋଇ ଦଳ ୧-୨ରେ ପରାସ୍ତ ହୋଇଥିଲା। ଏହା ପୂର୍ବରୁ ୧୯୮୧ରେ ଉଭୟ ଦେଶ ମାଲେସିଆରେ ଆୟୋଜିତ ମାର୍ଡେକା ପ୍ରତିଯୋଗିତାରେ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚ୍‌ ଗୋଲ୍‌ଶୂନ୍ୟ ଭାବେ ଅମୀମାଂସିତ ରହିଥିଲା। ଏବେ ତୃତୀୟ ଥର ଲାଗି ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବାକୁ ଯାଉଥିବା ଭାରତ ବିଜୟ ଆଶାରେ ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.