Football Match: ଭାରତ ଆସିବେ ଭିନିସିଅସ୍‌ ଜୁନିୟର, ରାଫିନା; କୋଲ୍‌କାତା ମ୍ୟାଚ୍‌ ଲାଗି ବ୍ରାଜିଲ୍‌ ଦଳ ଘୋଷିତ

1 week ago 6
ARTICLE AD BOX

କୋଲକାତା: ୫ ଥରର ବିଶ୍ବବିଜେତା ବ୍ରାଜିଲ ସହ ପ୍ରଥମ ଥର ଭାରତ ଅକ୍ଟୋବର ୩ ତାରିଖରେ ଖେଳିବ। ଏହି ଐତିହାସିକ ମ୍ୟାଚ୍‌ କୋଲ୍‌କାତା ସଲ୍ଟ ଷ୍ଟାଡିୟମ୍‌ରେ ଖେଳାଯିବ। ଏହା ପୂର୍ବରୁ ଅଷ୍ଟ୍ରେଲିଆ ଗସ୍ତ କରି ବ୍ରାଜିଲ ୨ ମ୍ୟାଚ୍‌ ଘରୋଇ ଦଳ ବିପକ୍ଷରେ ଟାଉନ୍‌ସଭିଲେ ଓ ବ୍ରିସ୍‌ବେନ୍‌ରେ ଯଥାକ୍ରମେ ଚଳିତ ମାସ ୨୫ ଓ ୨୯ ତାରିଖରେ ଖେଳିବ। ଏହି ଦୁଇ ଦେଶ ଗସ୍ତରେ ୩ ବନ୍ଧୁତ୍ବମ୍ୟାଚ୍‌ ଲାଗି ୨୬ ଜଣିଆ ବ୍ରାଜିଲ ଦଳ ଗୁରୁବାର ଘୋଷିତ ହୋଇଛି। ଏହି ଦଳରେ ବ୍ରାଜିଲର ତାରକା ଖେଳାଳି ରିଅଲ୍‌ ମାଦ୍ରିଦ୍‌ ଫରୱାର୍ଡ ଭିନିସିଅସ୍‌ ଜୁନିୟର, ବାର୍ସିଲୋନା ୱିଙ୍ଗର ରାଫିନା ଓ ପ୍ୟାରିସ୍‌ ସେଣ୍ଟ୍‌-ଜର୍ମାନ ଭେଟେରାନ୍‌ ମାର୍‌କ୍ବିନୋସ ସ୍ଥାନ ପାଇଛନ୍ତି। 

କୋଲ୍‌କାତା ସଲ୍ଟ ଷ୍ଟାଡିୟମ୍‌ରେ ଖେଳାଯିବ ଏହି ମ୍ୟାଚ୍‌

ଫିଫା ବିଶ୍ବକପ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ମୁଖ୍ୟ ପ୍ରଶିକ୍ଷକ କାର୍ଲୋ ଆନ୍‌ସେଲୋଟି ନୂଆ ଆରମ୍ଭ ଲାଗି ତାରକା ଖେଳାଳିଙ୍କ ସହ ଅନେକ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇଛନ୍ତି। ଏହି ଯୁବ ଖେଳାଳିଙ୍କୁ ନେଇ ୨୦୨୯ ଲସ୍‌ଏଞ୍ଜେଲ୍‌ସ ଅଲିମ୍ପିକ୍ସ ସହ ୨୦୩୦ ବିଶ୍ବକପ୍‌କୁ ନଜର ରଖିଛନ୍ତି ଇଟାଲୀୟ ପ୍ରଶିକ୍ଷକ। ବ୍ରାଜିଲ୍‌ ଦଳ: ହୁଗୋ ସୌଜା, ‌ପେଡ୍ରୋ ମୋରିସ୍କୋ, ଓଟାଭିଓ (ଗୋଲି), ଆର୍ଥର ଡିଆସ୍‌, ଡୌଗଲାସ ସାଣ୍ଟୋସ୍‌, ଗାବ୍ରିଏଲ୍‌ ମାଗାଲ୍‌ହାସ୍‌, ଜୈର, ମାର୍‌କ୍ବିନୋସ, ମାଥ୍ୟୁଜିନୋ, ମୌରୋ ଜୁନିୟର, ଭିଟର ରିଜ୍‌, ୱେସ୍‌ଲେ (ଡିଫେଣ୍ଡର), ଆନ୍ଦ୍ରେ ସାଣ୍ଟୋସ, ବ୍ରେନୋ ବିଡନ, ବ୍ରୁନୋ ଗୁଇମାରାଏଜ୍‌, ଡାନିଲୋ ସାଣ୍ଟୋସ, ଡୌଗ୍ଲାସ୍‌ ଲୁଇଜ୍‌, ଗାବ୍ରିଏଲ୍‌ ବୋଣ୍ଟେମ୍ଫୋ (ମିଡ୍‌ଫିଲ୍ଡର), ଏଣ୍ଡ୍ରିକ୍‌, ଷ୍ଟିଫେନ୍‌, ଜନ୍‌ ପିଟର, ପେଡ୍ରୋ, ରାଫିନା, ରାୟନ, ସାମୁଏଲ୍‌ ଲିନୋ, ଭିନିସିଅସ୍‌ ଜୁନିୟର (ଫରୱାର୍ଡ)।

US Open: ୟୁଏସ୍‌ ଓପନ୍‌: ୧ ନମ୍ବର ସ୍ଥାନ ନିଶ୍ଚିତ କଲେ ରିବାକିନା: ସେମିରେ ଭେରେଭ୍‌

Read Entire Article
LEFT SIDEBAR AD

Hidden in mobile, Best for skyscrapers.