ARTICLE AD BOX
ଭାଇରଙ୍ଗପୁର/ବିଜାତଳା: ଗତକାଲି(ବୁଧବାର) ରାଇରଙ୍ଗପୁର ଉପଖଣ୍ଡ ବିଜାତଳା ବ୍ଲକ୍ ସଭଗଡ଼ାସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଦୂଷିତ ଖାଦ୍ୟ ଖାଇ ୨୦ ଜଣ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଆଜି ଏହି ଆକ୍ରାନ୍ତଙ୍କ ସଂଖ୍ୟା ୨୦ ରୁ ୯୨ କୁ ବୃଦ୍ଧି ପାଇଛି।
ସୂଚନା ଅନୁଯାୟୀ ଉକ୍ତ ହଷ୍ଟେଲରେ ଷଷ୍ଠରୁ ୧୦ମ ପର୍ଯ୍ୟନ୍ତ ୨୦୦ ଅନ୍ତେବାସୀଙ୍କ ରହିବା ବ୍ୟବସ୍ଥା ରହିଛି। ସେମାନଙ୍କ ମଧ୍ୟରୁ ପ୍ରାୟ ୧୯୦ ଜଣ ଛାତ୍ରୀ ହଷ୍ଟେଲରେ ରହୁଥିଲେ । ଗତକାଲି ପୂର୍ବାହ୍ଣରେ ଅନ୍ତେବାସୀଙ୍କୁ ଜଳଖିଆରେ ଛତୁଆ ଏବଂ ମଧ୍ୟାହ୍ନ ଭୋଜନରେ ଅଣ୍ଡା ତରକାରୀ ଦିଆଯାଇଥିଲା । ଅପରାହ୍ନ ୪ଟା ପାଖାପାଖି ସମୟରେ କିଛି ଛାତ୍ରୀ ଅସୁସ୍ଥତା ଅନୁଭବ କରିଥିଲେ। ପରେ ପେଟବ୍ୟଥା ଓ ବାନ୍ତି ହେବା ଆରମ୍ଭ ହୋଇଥିଲା । ହଷ୍ଟେଲରେ ରହୁଥିବା ମାଟ୍ରନ ଓ ୱାର୍ଡେନ ସେମାନଙ୍କୁ ଓଆର୍ଏସ୍ ଦେଇ ପ୍ରଧାନଶିକ୍ଷକଙ୍କୁ ଜଣାଇଥିଲେ। ଧୀରେ ଧୀରେ ସଂଖ୍ୟା ୨୦ରେ ପହଞ୍ଚିଥିଲା।
ରାସ୍ତାକଡ଼ରେ ବାସି-ରଙ୍ଗମିଶା ଖାଦ୍ୟ! ବେଳାଭୂମି ପ୍ରଦୂଷିତ ଖାଦ୍ୟର ପେଣ୍ଠ ପାଲଟିଛି
ଆଜି ଏହି ସଂଖ୍ୟା ୯୨ରେ ପହଞ୍ଚିଛି। ଏହାପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରୀମାନଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି। ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ନେଇ ଗଠିତ ଟିମ୍ ଆକ୍ରାନ୍ତଙ୍କ ଚିକିତ୍ସା କରିଛନ୍ତି। ତେବେ, କିଛି ଛାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ସ୍କୁଲ ହଷ୍ଟେଲ ପରିସରରେ ଅସ୍ଥାୟୀ ମେଡ଼ିକାଲ କରାଯାଇଥିବା ଦେଖିବାକୁ ମିଳିଛି। ହଷ୍ଟେଲ ଭିତରେ ଅସୁସ୍ଥ ଛାତ୍ରୀଙ୍କୁ ସଲାଇନ୍, ଓଆରଏସ,ଔଷଧ ପ୍ରଭୃତି ଦିଆଯାଉଛି।
/filters:format(webp)/sambad/media/media_files/2026/07/23/adultered-food1-2026-07-23-21-31-47.jpg)
/filters:format(webp)/sambad/media/media_files/2026/07/23/adultered-food2-2026-07-23-21-31-47.jpg)
ଛାତ୍ରୀଙ୍କ କହିବା ଅନୁଯାୟୀ ସେମାନେ ପୂର୍ବ ରାତିରେ ବୈଧତା ସମାପ୍ତ ହୋଇଥିବା ଛେନା ଓ ସକାଳେ ନିମ୍ନମାନର ଛତୁଆ ଖାଇଥିଲେ । ଯାହା ଫଳରେ ଡାଇଆରିଆରେ ଆକ୍ରାନ୍ତ ହୋଇଥିବା ନେଇ ପ୍ରଥମିକ ତଦନ୍ତରୁ ଜଣାପଡ଼ିଛି।
Food Safety: ଦୂଷିତ ଖାଦ୍ୟ ଯୋଗୁଁ ପ୍ରତିବର୍ଷ ୧୫ ଲକ୍ଷ ମୃତ୍ୟୁ: ହୁ ରିପୋର୍ଟରେ ଚିନ୍ତାଜନକ ତଥ୍ୟ
ଉକ୍ତ ଘଟଣାକୁ ନେଇ ମୟୂରଭଞ୍ଜ ଡିଇଓ ପୂର୍ଣ୍ଣଚନ୍ଦ୍ର ସେଠୀ, ବିଜାତଳା ବିଡ଼ିଓ ବଂଶୀଧର ଘସଲା, ବିଇଓ ଦିଲ୍ଲୀପ କୁମାର ନନ୍ଦ, ସିଆରସିସି ରସାନନ୍ଦ ବେହେରା ପ୍ରମୁଖ ସ୍କୁଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଥରୁଟିଏ ହେଲେ ମଧ୍ୟ ହସ୍ପିଟାଲ ପହଞ୍ଚି ନଥିବାରୁ ଅଭିଭାବକ ମାନେ କ୍ଷଭ ପ୍ରକାଶ କରିଛନ୍ତି। ଘଟଣାପଛର ଥିବା ପ୍ରକୃତ ଦୋଷୀକୁ ଖୋଜି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଭାବକମାନେ ଦାବି କରିଛନ୍ତି।

1 week ago
5


