ARTICLE AD BOX
ଦଶରଥପୁର (ଚନ୍ଦ୍ରଶେଖର ସାହୁ): ଚଳିତ ବର୍ଷ ବୈତରଣୀ ନଦୀରେ କ୍ରମାଗତ ଭାବେ ୬ ଥର ବଢ଼ି ଆସିଛି। ବର୍ତ୍ତମାନ ପୁଣି ବର୍ଷା ଯୋଗୁଁ ୭ମ ବନ୍ୟା ଆସିବା ଆଶଙ୍କା ସୃଷ୍ଟି ହେଲାଣି। ବନ୍ୟା ଯୋଗୁଁ ଯାଜପୁର ଜିଲ୍ଲାର ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଦଶରଥପୁର ଅଞ୍ଚଳ ସର୍ବାଧିକ ପ୍ରଭାବିତ ହୋଇଛି। ଗତ ୧ ମାସ ଧରି ବିଭିନ୍ନ ବିଦ୍ୟାଳୟଗୁଡ଼ିକରେ ବଢ଼ିପାଣି ଜମି ରହିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ପାଠପଢ଼ା ବନ୍ଦ ରହିଛି। ବଢ଼ିପାଣିର ଭୟ ସାଙ୍ଗକୁ ଭବିଷ୍ୟତର ପାଠପଢ଼ାକୁ ନେଇ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକ ଚିନ୍ତାରେ ଅଛନ୍ତି।
Flood: ସୀମା ଟପିଲାଣି ଯନ୍ତ୍ରଣା: ୨୩ ଦିନ ଧରି ବନ୍ୟା ଆଁରେ ଦଶରଥପୁର, ମୁଣ୍ଡରେ ଛାତ ନାହିଁ କି ପେଟକୁ ଦାନା ନାହିଁ
ଜୁଲାଇ ୬ ତାରିଖ ରୁ ଏଯାବତ ଆସିସାରିଛି ୬ ଥର ବନ୍ୟା। ଆଜି ଠାରୁ ମଧ୍ୟ ବର୍ଷା ଲାଗି ରହିଛି। ମାତ୍ର ଜୁଲାଇ ୨୮ ରେ ବଡ଼ ବନ୍ୟା ଆସିବାରୁ ୪ ଟି ଘାଇ ସୃଷ୍ଟି ହୋଇ ବ୍ଲକର ମୋଟ ୩୫ ପଞ୍ଚାୟତରୁ ୧୯ ପଞ୍ଚାୟତର ୬୦ ଗ୍ରାମ ଜଳମଗ୍ନ ହୋଇଥିଲା।
/filters:format(webp)/sambad/media/media_files/2026/08/30/school-re-flood-2026-08-30-21-37-51.jpg)
ଅର୍ଥାତ ଗତ ଜୁଲାଇ ୨୮ ଠାରୁ ଏଯାବତ ବନ୍ୟା ଜଳ ଛାଡି ନଥିବା ବେଳେ କେଉଁଠି ବିଦ୍ୟାଳୟ ୩ ଥର ଧୁଆ ହୋଇ ସାରିଥିବା ବେଳେ ପୁଣି ବନ୍ୟା ଜଳ ପଶିଯାଇଛି। ଏଣୁ ବ୍ଲକର ପ୍ରାୟ ୮୫ ବିଦ୍ୟାଳୟରେ ତାଲା ଝୁଲୁଛି।
Baitarani river: ଦଶରଥପୁରରେ ୧୦୦ ଫୁଟ୍ ଧସିଲା ବୈତରଣୀ ନଦୀର ମୁଖ୍ୟବନ୍ଧ
ଲଘୁଚାପ ବର୍ଷା ଏବଂ ବନ୍ୟାକୁ ଆଖିରେ ରଖି ଜିଲ୍ଲା ଶିକ୍ଷା ବିଭାଗ ଦଶରଥପୁର ବ୍ଲକର ୫୧ ବିଦ୍ୟାଳୟ ଛୁଟି ଘୋଷଣା କରାଯାଇଛି। ପ୍ରାୟ ଏକ ମାସ ହେବ ବିଦ୍ୟାଳୟ ଛୁଟି ହେବାରୁ ପାଠ ପଢ଼ାରେ ବଡ଼ ପ୍ରଭାବ ପଡିଛି। ଛାତ୍ର ଛାତ୍ରୀମାନେ ପାଠ ପଢି ନପାରିବା, ଟିଉସନ ହୋଇ ନପାରିବା ଅଭିଭାବକ ପାଇଁ ଚିନ୍ତାର କାରଣ ପାଲଟିଛି। ଏହାରି ଭିତରେ ମ୍ୟାଟ୍ରିକ ପିଲାଙ୍କ ପାଇଁ ଚିନ୍ତା ଆହୁରି ବଢ଼ି ଯାଇଛି। କିପରି ବାର୍ଷିକ ପରୀକ୍ଷା ପୂର୍ବରୁ ପାଠ ପଢା ସରିବ, ପିଲାମାନେ କିପରି ସବୁ ବିଷୟ ପଢିବେ ଏବଂ ପରୀକ୍ଷା ପାଇଁ ପ୍ରସ୍ତୁତ ହେବେ ଶିକ୍ଷକଙ୍କ ଚିନ୍ତା ବଢିଯାଇଛି। ଏଣୁ ସରକାର ବନ୍ୟା କମିବା ପରେ ଛୁଟି ଦିନ ଏବଂ କାଯ୍ୟ ଦିବସ ରେ ଅଧିକ ସମୟ ଛାତ୍ର ଛାତ୍ରୀଙ୍କୁ ପଢାଇ ସେମାନଙ୍କ ଏକ ମାସର ବିଦ୍ୟାଳୟ ବନ୍ଦର ପାଠ ପଢା ହୋଇ ନଥିବା ପାଠକୁ ପୂରଣ କରିବେ ସେଥିପାଇଁ ଅଭିଭାବକ ମହଲରେ ଦାବି ହୋଇଛି।

2 weeks ago
7


