ARTICLE AD BOX
ଧଣ୍ଡାମୁଣ୍ଡା(ସରୋଜ ମିଶ୍ର): ବଲାଙ୍ଗୀରଜିଲ୍ଲା ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ଥିବା ଗନ୍ଧମାର୍ଦ୍ଦନ ପାହାଡ଼ରେ ପ୍ରବଳ ବର୍ଷା ଯୋଗୁଁ ପ୍ରସିଦ୍ଧ ହରିଶଙ୍କର ପୀଠରେ ବନ୍ୟା ସ୍ଥିତି ଦେଖାଦେଇଛି। ପାହାଡ଼ ଉପରେ ବାଦଲ ଫଟା ବର୍ଷା ଯୋଗୁଁ ବୁଧବାର ସକାଳୁ ହଠାତ ଝରଣାରେ ପ୍ରଖର ପାଣି ପ୍ରବାହିତ ହେବା ସହ ମନ୍ଦିର ବେଢ଼ାକୁ ବନ୍ୟାପାଣି ଛୁଇଁଥିଲା। ଏପରିକି ଝରଣା ଉଛୁଳି ସନ୍ତରଣାଗାରକୁ ପାଣି ବଢିଛି।
ସ୍ଥିତି ସ୍ବାଭାବିକ ହୋଇଥିଲା
ଦୁଇ ଘଣ୍ଟା ଧରି ଝରଣାରେ ପ୍ରଖର ସ୍ରୋତରେ ବନ୍ୟା ପାଣି ଆସିବା ପରେ ପୁଣି ସ୍ଥିତି ସ୍ବାଭାବିକ ହୋଇଥିଲା । ପାହାଡ଼ ଉପରେ ପ୍ରବଳ ବର୍ଷା ଯୋଗୁଁ ଏଭଳି ସ୍ଥିତି ଦେଖାଦେଇଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ସୂଚନା ଯୋଗ୍ୟ ଯେ, ଗତବର୍ଷ ତଳେ ମଧ୍ୟ ଏହାଠାରୁ ଅଧିକ ଝରଣା ପାଣି ଉଛୁଳି ସନ୍ତରଣାଗାର ପୂର୍ଣ୍ଣ ହୋଇ ମନ୍ଦିର ପାହାଚ ଡେଇଁ ରାସ୍ତାକୁ ଚାଲିଆସିଥିଲା |

5 days ago
4


