ARTICLE AD BOX
ଭଦ୍ରକ/ତିହିଡି: ସାଳନ୍ଦୀ, ବୈତରଣୀ ଓ ଗେଙ୍ଗୁଟି ନଦୀର ବନ୍ୟାଜଳ ପ୍ରବେଶ କରିବା ଫଳରେ ଭଦ୍ରକ ଜିଲ୍ଲାର ତିହିଡ଼ି ବ୍ଲକର ବିଭିନ୍ନ ଅଞ୍ଚଳରେ ଜଳବନ୍ଦି ସ୍ଥିତି ସୃଷ୍ଟି ହୋଇଛି। ଆଜି ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହ ଶ୍ୟାମସୁନ୍ଦରପୁର, କାଁପଡା, ବୋଡ଼କ ଆଦି ଅଞ୍ଚଳ ପରିଦର୍ଶନ କରି ପ୍ରଭାବିତ ଅଞ୍ଚଳର ସ୍ଥିତି ସମୀକ୍ଷା କରିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜl
ସ୍ଥାନୀୟ ଜନସାଧାରଣଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ସମସ୍ୟା ବୁଝିବା ସହ ରିଲିଫ୍, ସୁରକ୍ଷିତ ଆଶ୍ରୟ, ରନ୍ଧାଖାଦ୍ୟ ଓ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଗ୍ରାଉଣ୍ଡ ଜିରୋ ସ୍ଥିତି ଅନୁଧ୍ୟାନ କରିଛନ୍ତି ମନ୍ତ୍ରୀ ସୂରଜl ଏହି ବିପତ୍ତି ସମୟରେ ଆମେ ଆପଣଙ୍କ ସହ ଅଛୁ, ଆଶଙ୍କିତ ନହୋଇ ସଚେତନ ରହିବାକୁ ଅନୁରୋଧ-ସୂର୍ଯ୍ୟବଂଶୀ ସୂରଜ କହିଛନ୍ତିl
/filters:format(webp)/sambad/media/media_files/2026/07/31/img_20260731_201535-2026-07-31-21-40-47.jpg)
ଆଜି ପର୍ଯ୍ୟନ୍ତ ଧାମନଗର ନିର୍ବାଚନ ମଣ୍ଡଳୀରେ ସମୁଦାୟ ୩୫ଟି ରେସକ୍ୟୁ ଅପରେସନ କରାଯାଇ ୫୬ଜଣଙ୍କୁ ଉଦ୍ଧାର କରାଯାଇଥିଲା ବେଳେ ସେଥି ମଧ୍ୟରୁ ୧୫ଟି କ୍ରିଟିକାଲ ରେସକ୍ୟୁ ଅପରେସନ ମାଧ୍ୟମରେ ୧୯ ଜଣଙ୍କ ଜୀବନ ରକ୍ଷା କରାଯାଇଛି। ସମୁଦାୟ ୯ଟି ଓଡ୍ରାଫ ଓ ଏନ ଡି ଆର ଏଫ ଟିମ ନିୟୋଜିତ ଅଛନ୍ତିl ଏହା ବାଦ ନିର୍ବାଚନ ମଣ୍ଡଳୀରେ ତିନୋଟି ଦମକଳ ଟିମ ଓ ଏସ୍ଆରସି ବୋଟ ସମୂହ ନିୟୋଜିତ ଅଛନ୍ତିl
Hirakud Dam: ହୀରାକୁଦ ଜଳଭଣ୍ଡାରରୁ ୨୨ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଧାମନଗର ଓ ତିହିଡି଼ ବ୍ଲକ ପାଇଁ ସର୍ବାଧିକ ୧୬୭ ମେଟ୍ରିକ ଟନ ଗୋଖାଦ୍ୟ ମଗାଯାଇଛି।ସେଥିରୁ ଆଜି ସୁଦ୍ଧା ୧୦୩ ମେଟ୍ରିକ ଟନ ଗୋଖାଦ୍ୟ ପହଂଚିଛିl ଗୋଟିଏ ମେଡିକାଲ ଟିମ ଓ ଗୋଟିଏ RWSS ଟିମ ଭୁବନେଶ୍ୱରରୁ ନିୟୋଜିତ ହୋଇଛନ୍ତି। ଦୁଇଟି ମୋବାଇଲ ଡ୍ରିକିଙ୍ଗ ୱାଟର ପେକିଙ୍ଗ ୟୁନିଟ ଭେଇକିଲ ନିୟୋଜିତ ହୋଇଛନ୍ତି ⁠ସେଣ୍ଟ୍ରାଲ ଆର ଡି ସିଙ୍କ ସମେତ ୩ ଜଣ ବରିଷ୍ଠ ଆଇ ଏ ଏସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ପର୍ଯ୍ୟାପ୍ତ ପରିମାଣର ପାଲ ଓ ଔଷଧ ମହଜୁଦ କରାଯାଇ ବଣ୍ଟନ କରାଯାଉଛି।
ସାପ କାମୁଡ଼ାର ଶିକାର ହୋଇଥିବା ୧୫ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ଯୋଗାଇ ଦିଆଯାଉଛି। ବିଗତ ଦୁଇ ଦଶଂଧିରେ ସର୍ବାଧିକ ବନ୍ୟାଜଳ ଆସି ⁠୨୯କିମିରୁ ଅଧିକ ନଦୀବନ୍ଧ ଓଭର ଟ୍ୟାପିଙ୍ଗ ଥିଲେ ସୁଦ୍ଧା ଗୋଟିଏ ବି ଘାଇ ହୋଇ ନାହିଁ l ୪୦ରୁ ଊର୍ଦ୍ଧ୍ୱ ଘଳିଆ ମରାମତି ସଫଳତାର ସହ ସମ୍ପନ୍ନ ହୋଇଛି।

3 days ago
1


