Floating solar project: ଜଳଭଣ୍ଡାରରେ ହେବ ଭାସମାନ ସୌର ପ୍ରକଳ୍ପ: ୬ଟି ଜଳଭଣ୍ଡାର ଚିହ୍ନଟ, ୨ଟିରେ ହେବ

3 weeks ago 8
ARTICLE AD BOX

ଭୁବନେଶ୍ବର: ଜଳଭଣ୍ଡାରର ଜଳପୃଷ୍ଠକୁ ବ୍ୟବହାର କରି ସୌର ଶକ୍ତି ଉତ୍ପାଦନ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଏଥିପାଇଁ ଛଅଟି ଜଳଭଣ୍ଡାର ଚିହ୍ନଟ କରାଯାଇଛି। ସେଥିରୁ ଦୁଇଟି ଉପଯୁକ୍ତ ଜଳଭଣ୍ଡାରକୁ ଚୂଡ଼ାନ୍ତ ପ୍ରକଳ୍ପ ପାଇଁ ଚୟନ କରାଯିବ। ଏଥିପାଇଁ ଚୟନ କରାଯାଇଥିବା ଜଳଭଣ୍ଡାରଗୁଡ଼ିକ ହେଉଛି ଗଜପତିର ହରଭଙ୍ଗୀ, ଗଞ୍ଜାମର ସୋରଡ଼ା, ଢେଙ୍କାନାଳର ରାମିଆଳ, ଅନୁଗୋଳର ଡେରଜାଙ୍ଗ, ବରଗଡ଼ର ଝାରବନ୍ଧ ଓ ଦେବଗଡ଼ର ଗୋହିରା। ଜଳ ସମ୍ପ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂଚନା ଅନୁସାରେ ଭାସମାନ ସୌର ପ୍ରକଳ୍ପ ନିମନ୍ତେ ଉପଯୁକ୍ତ ଜଳାଶୟ ଚୟନ କରିବା ପାଇଁ ଖୁବ୍‌ଶୀଘ୍ର ଅଧିକାରୀମାନଙ୍କ ଏକ ଟିମ୍‌ ଏହି ଡ୍ୟାମ୍‌ଗୁଡ଼ିକୁ ପରିଦର୍ଶନ କରିବେ। ସମସ୍ତ ଅଂଶୀଦାରମାନଙ୍କ ସହ ସମନ୍ବୟ ରକ୍ଷା କରି ସେମାନେ ପ୍ରକଳ୍ପ ପାଇଁ ଉପଯୁକ୍ତ ଡ୍ୟାମ୍‌ ଚିହ୍ନଟ କରିବେ ଏବଂ ସେଥିପାଇଁ ଭିତ୍ତିଭୂମି ଓ ଲଜିଷ୍ଟିକ୍ସ ଆବଶ୍ୟକତାର ଅନୁଧ୍ୟାନ କରିବେ।

Women Opposed Wine: ଦିନରେ ଧାନରୁଆ, ସଂଧ୍ୟାରେ ମଦୁଆ ଧରା ଅଭିଯାନ

୬ଟି ଜଳଭଣ୍ଡାର ଚିହ୍ନଟ, ୨ଟିରେ ହେବ
୧୭ରୁ ଅଧିକାରୀଙ୍କ କ୍ଷେତ୍ର ପରିଦର୍ଶନ

 ଚଳିତ ମାସ ୧୭ରୁ ୨୨ ତାରିଖ ମଧ୍ୟରେ ଅଧିକାରୀମାନେ ଡ୍ୟାମ୍‌ ପରିଦର୍ଶନରେ ଯିବାର ଯୋଜନାର ରହିଛି। ଅଧିକାରୀମାନେ ନିକଟସ୍ଥ ଓପିଟିସିଏଲ୍‌ ସବ୍‌ଷ୍ଟେସନ ପରିଦର୍ଶନ କରିବେ ଏବଂ ସମ୍ଭାବ୍ୟ ବିଦ୍ୟୁତ୍‌ ନିଷ୍କାସନ ସମ୍ବନ୍ଧିତ ଉପଯୋଗୀ ତଥ୍ୟ ସଂଗ୍ରହ କରିବେ। ଡ୍ୟାମ୍‌ ପରିଦର୍ଶନ ଶେଷ ହେବା ପରେ ଅଧିକାରୀମାନେ ସମ୍ପୂର୍ଣ୍ଣ ଗସ୍ତର ରିପୋର୍ଟ ପ୍ରସ୍ତୁତ କରିବେ ଏବଂ ଉପଯୁକ୍ତ ବୋଲି ଚୟନ କରାଯିବାକୁ ଥିବା ଡ୍ୟାମ୍‌ ସମ୍ପର୍କିତ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବେ ଯାହା ଉପରେ ଆଗାମୀ ରାଜ୍ୟ ଜଳାଶୟ କମିଟି ବୈଠକରେ ଆଲୋଚନା କରାଯିବ। ପ୍ରସ୍ତାବିତ ଗସ୍ତ ପାଇଁ ଅଧିକାରୀ ମୂତୟନ କରିବାକୁ ଜଳ ସମ୍ପଦ ବିଭାଗ ପକ୍ଷରୁ ଶିଳ୍ପ, ମତ୍ସ୍ୟ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଓ ପର୍ଯ୍ୟଟନ ବିଭାଗ ସମେତ ଗ୍ରିଡ୍‌କୋ ଓ ଓପିଟିସିଏଲ୍‌କୁ କୁହାଯାଇଛି।

Indigo: ଲେହ ବିମାନବନ୍ଦରରେ ହେରୋଇନ ସହ ଗିରଫ ହେଲେ ଇଣ୍ଡିଗୋ ବିମାନ ଯନ୍ତ୍ରୀ

ଭାସମାନ ସୌର ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଜଳଭଣ୍ଡାରର ଖାଲି ଜଳପୃଷ୍ଠକୁ ବ୍ୟବହାର କରି ବିଦ୍ୟୁତ୍ ଉତ୍ପାଦନ ସମ୍ଭବ ହେବ। ଏହା ଦ୍ୱାରା ପରିଷ୍କାର ଶକ୍ତି ଉତ୍ପାଦନ ବୃଦ୍ଧି ପାଇବା ସହ ପାରମ୍ପରିକ ଜମି ଅଧିଗ୍ରହଣର ଆବଶ୍ୟକତା ମଧ୍ୟ କମିବ। ଏଥିସହ ରାଜ୍ୟରେ ନବୀକରଣଯୋଗ୍ୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଅଧିକାରୀମାନେ ମନେ କରୁଛନ୍ତି। ଗତ ଜୁନ ୧୦ରେ ଗ୍ଲୋବାଲ୍ ଗ୍ରିନ୍ ଗ୍ରୋଥ୍ ଇନ୍‌ଷ୍ଟିଚ୍ୟୁଟ୍ (ଜିଜିଜିଆଇ) ସହ ଆୟୋଜିତ କର୍ମଶାଳାରେ ଭାସମାନ ସୌର ପ୍ରକଳ୍ପର ବୈଷୟିକ ଓ ବାଣିଜ୍ୟିକ ସମ୍ଭାବନାକୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ପରେ ରାଜ୍ୟ ଜଳଭଣ୍ଡାର କମିଟିର ବୈଠକରେ ନିର୍ଦ୍ଦିଷ୍ଟ ମାନଦଣ୍ଡ ଆଧାରରେ ୬ଟି ଜଳଭଣ୍ଡାରକୁ ପ୍ରାଥମିକ ଭାବେ ଚୟନ କରାଯାଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.