Flipkart Launch Food Delivery Service: ଖାଦ୍ୟ ଡେଲିଭରି କରିବ ଫ୍ଲିପ୍‌କାର୍ଟ: ସ୍ବିଗି, ଜୋମାଟୋ ସହ କରିବ ପ୍ରତିଯୋଗିତା

1 week ago 5
ARTICLE AD BOX
 ସ୍ବିଗି, ଜୋମାଟୋ ସହ କରିବ ପ୍ରତିଯୋଗିତା

ବେଙ୍ଗାଲୁରୁ: ଦେଶର ଅନ୍ୟତମ ଅଗ୍ରଣୀ ଇ-କମର୍ସ ପ୍ଲାଟଫର୍ମ ଫ୍ଲିପ୍‌କାର୍ଟ ଖୁବ୍‌ଶୀଘ୍ର ଖାଦ୍ୟ ଡେଲିଭରି ବ୍ୟବସାୟ ଆରମ୍ଭ କରିବାକୁ ଯାଉଛି। କମ୍ପାନିର ପ୍ରାରମ୍ଭିକ ପର୍ଯ୍ୟାୟରେ ଅଳ୍ପ କିଛି ସ୍ଥାନରୁ ଏହି କାରବାର ଆରମ୍ଭ କରିବ ଓ ପରବର୍ତ୍ତୀ ପର୍ଯ୍ୟାୟରେ ତାହାକୁ ସମ୍ପ୍ରସାରଣ କରି ବଜାରରେ ପୂର୍ବରୁ ପ୍ରତିଷ୍ଠା ହାସଲ କରିଥିବା ସ୍ବିଗି ଓ ଜୋମାଟୋ ଭଳି ସଂସ୍ଥା ସହ ପ୍ରତିଦ୍ବନ୍ଦ୍ବିତା କରିବ। ଆସନ୍ତା କିଛି ସପ୍ତାହ ମଧ୍ୟରେ ଫ୍ଲିପ୍‌କାର୍ଟ ଏହାର ଖାଦ୍ୟ ଡେଲିଭରି ସେବା ଆରମ୍ଭ କରିବ ବୋଲି କମ୍ପାନିର ଗ୍ରୁପ୍‌ ସିଇଓ କଲ୍ୟାଣ କ୍ରିଷ୍ଣମୂର୍ତ୍ତି କହିଛନ୍ତି। କମ୍ପାନିର ଖାଦ୍ୟ ଡେଲିଭରି ସେବା ଏକ ସ୍ବତନ୍ତ୍ର ଆପ୍‌ ଓ ଫ୍ଲିପ୍‌କାର୍ଟ ଆପ୍‌ରେ ଉପଲବ୍ଧ ହେବ। ତେବେ ଏହି ସେବା ଉପରେ ଅଧିକ ସୂଚନା ଦେଇ କ୍ରିଷ୍ଣମୂର୍ତ୍ତି କହିଛନ୍ତି ଯେ ପ୍ରଥମେ ଆମେ ଅଳ୍ପ କିଛି ଗ୍ରାହକଙ୍କୁ ନେଇ ସେବା ଆରମ୍ଭ କରିବୁ। ସେମାନଙ୍କ ମତାମତ ସଂଗ୍ରହ କରିବୁ। ଆମକୁ ଯେତେବେଳେ ଲାଗିବ ଯେ ଏହି କାରବାର ଆମ ମୂଲ୍ୟ ବଢ଼ାଇବାକୁ ପ୍ରସ୍ତୁତ ତେବେ ଆମେ ତାହାକୁ ଅଧିକ ଗ୍ରାହକଙ୍କ ପାଖରେ ପହଞ୍ଚାଇବକୁ। ଆମର ସବୁ ନୂଆ ବ୍ୟବସାୟ ସେହି ଢାଞ୍ଚାରେ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି। ସରକାରଙ୍କ ମାଲିକାନାରେ ଥିବା ଓଏନ୍‌ଡିସି ନେଟୱର୍କକୁ ମଧ୍ୟ ଫ୍ଲିପ୍‌କାର୍ଟ ନିଜର ଖାଦ୍ୟ ଡେଲିଭରି ସେବା ପାଇଁ ବ୍ୟବହାର କରିବାକୁ ଯୋଜନା ରଖିଛି। ଏହି ସେବା ବ୍ୟାପକ ହେବା ପରେ ଗ୍ରାହକମାନେ ବହୁ ସଂଖ୍ୟାରେ ରେସ୍ତୋରାଁକୁ ଆମ ପ୍ଲାଟଫର୍ମରେ ପାଇପାରିବେ ବୋଲି କୃଷ୍ଣମୂର୍ତ୍ତି କହିଛନ୍ତି।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.