ARTICLE AD BOX
ଭୁବନେଶ୍ବର:ବାଲେଶ୍ବର ଜିଲ୍ଲାର ଚାନ୍ଦିପୁରର ବଳରାମଗାଡ଼ିଆରେ ସାଗରମାଳା ଯୋଜନା ଅଧୀନରେ ନିର୍ମାଣ କରାଯାଉଥିବା ମାଛଧରା ବନ୍ଦର ଚଳିତ ବର୍ଷ ଡିସେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବା ଆଶା କରାଯାଉଛି ବୋଲି ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନାୱାଲ କହିଛନ୍ତି। ୪୯.୯୪ କୋଟି ଟଙ୍କା ନିବେଶରେ ତିଆରି କରାଯାଉଥିବା ଏହି ପ୍ରକଳ୍ପର ପ୍ରାୟ ୯୫ ପ୍ରତିଶତ କାମ ଶେଷ ହୋଇଗଲାଣି। ଶ୍ରୀ ସୋନାୱାଲ କହିଛନ୍ତି ଯେ ସାଗରମାଳା ଯୋଜନା ଅଧୀନରେ ଓଡ଼ିଶା ପାଇଁ ୩୫୦ କୋଟି ଟଙ୍କାର ୬ଟି ପ୍ରକଳ୍ପ ମଞ୍ଜୁର କରାଯାଇଥିଲା।
Fire: ଝାରସୁଗୁଡ଼ା ସହରର ଏକ ସପିଂ ମଲରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ
ସେଥିରୁ ପାଞ୍ଚଟି ପ୍ରକଳ୍ପର କାର୍ଯ୍ୟ ଚଳିତ ବର୍ଷ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହେବ। ଖୋର୍ଦ୍ଧାଜିଲ୍ଲା ବାଲୁଗାଁ ଓ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦଗଡ଼ରେ ୩୭.୦୨ କୋଟି ଟଙ୍କା ନିବେଶରେ ନିର୍ମାଣ କରାଯାଉଥିବା ରୋ-ପାକ୍ସ ଜେଟି ମଧ୍ୟ ଆସନ୍ତା ଡିସେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବା ସମ୍ଭାବନା ରହିଛି। ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଦୁଇଟି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ। ଭଦ୍ରକ ଜିଲ୍ଲାର କାନିନାଳୀ ଓ କେନ୍ଦ୍ରପଡ଼ାର ତାଳଚୁଆରେ ୧୩୭୬.୯୮ କୋଟି ଟଙ୍କା ନିବେଶର ରୋ-ପାକ୍ସ ଜେଟି ଏବଂ ୯୯.୭୫ କୋଟି ଟଙ୍କା ନିବେଶର ପାରାଦୀପ ମାଛଧରା ବନ୍ଦରର ଆଧୁନିକୀକରଣ ଓ ଉନ୍ନତୀକରଣ ପ୍ରକଳ୍ପର କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ସାଗରମାଳା ଯୋଜନା ଅଧୀନରେ ମଞ୍ଜୁର ହୋଇଥିବା ପ୍ରକଳ୍ପ ଦ୍ବାରା ରାଜ୍ୟରେ ୨୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ଅନୁମୋଦନର ୫ ବର୍ଷ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟକ୍ଷମ
ମନ୍ତ୍ରୀ ଶ୍ରୀ ସୋନାୱାଲ କହିଛନ୍ତି ଯେ ସାଗରମାଳା କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶା ପାଇଁ ୫୬ ହଜାର କୋଟି ଟଙ୍କାର ୫୨ଟି ପ୍ରକଳ୍ପ ଚିହ୍ନଟ କରାଯାଇଛି। ଖଣିଜ ସମ୍ପଦ ଭରା ତାଳଚେର-ଅନୁଗୋଳକୁ ଶିଳ୍ପ ସମୃଦ୍ଧ କଳିଙ୍ଗନର ଏବଂ ପାରାଦୀପ ଓ ଧାମରା ବନ୍ଦର ସହ ଯୋଡ଼ିବାକୁ ଥିବା ଜାତୀୟ ଜଳପଥ-୫ ବର୍ତ୍ତମାନ ଅନୁମୋଦନ ପର୍ଯ୍ୟାୟରେ ରହିଛି। ଅନୁମୋଦନର ୫ ବର୍ଷ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ। ଏହି ପ୍ରକଳ୍ପଗୁଡ଼ିକୁ ପାରାଦୀପ, ଚାନ୍ଦିପୁର, ଅସ୍ତରଙ୍ଗ, ଗୋପାଳପୁର, ସୁବର୍ଣ୍ଣରେଖା ଓ ଧାମରାରେ ଚିହ୍ନଟ କରାଯାଇଛି। ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ୨୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

1 week ago
5


