First colorful picture: ପ୍ରଥମ ରଙ୍ଗିନ୍ ଛବିରୁ ଯାତ୍ରା ଆରମ୍ଭ

1 month ago 14
ARTICLE AD BOX

୧୯୭୬ରେ ମୁକ୍ତପ୍ରାପ୍ତ ପ୍ରଥମ ରଙ୍ଗିନ୍ ଓଡ଼ିଆ ଚଳଚ୍ଚିତ୍ର ‘ଗପ ହେଲେ ବି ସତ’ ଚଳିତ ବର୍ଷ ଅର୍ଦ୍ଧ ଶତକ ପୂରଣ କରୁଛି। ସ୍ବାତୀ ଫିଲ୍ମସ୍‌ ବ୍ୟାନରରେ ନିର୍ମିତ ଏହି ସିନେମା ଜରିଆରେ ଓଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିଥିବା ନିର୍ଦ୍ଦେଶକ, କଳାକାର ଓ ଟେକ୍‌ନିସିଆନ୍‌ ପରବର୍ତ୍ତୀ ସମୟରେ ବେଶ୍‌ ଲୋକପ୍ରିୟ ହୋଇଥିଲେ।  

ଶିବଶଙ୍କର ଓଝା

ନଗେନ୍ ରାୟ: ‘କନକଲତା’ ସିନେମାରେ ନିର୍ଦ୍ଦେଶକ ଘନଶ୍ୟାମ ମହାପାତ୍ରଙ୍କର ସହଯୋଗୀ ଥିବା ନଗେନ୍‌ ରାୟ ‘ଗପ ହେଲେ ବି ସତ’ ଛବିରୁ ସ୍ବାଧୀନ ଭାବେ ନିର୍ଦ୍ଦେଶନାରେ ପାଦ ଥାପିଥିଲେ। ନଗେନ୍‌ ତାଙ୍କର ବନ୍ଧୁ ସୁବିମଳ ମଲ୍ଲିକଙ୍କୁ  ‘କନକଲତା’ର ପ୍ରିମିୟରକୁ ନିମନ୍ତ୍ରଣ କରିଥିଲେ। ଏହି ସିନେମା ଦେଖିବା ପରେ ହିଁ ସୁବିମଳ ସିନେମା ପ୍ରଯୋଜନା କରିବାର ଇଚ୍ଛା ଜାହିର କରିଥିଲେ। ପରେ ସେ ‘ଗପ ହେଲେ ବି ସତ’ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇ ତା’ର ନିର୍ଦ୍ଦେଶନା ଦାୟିତ୍ବ ନଗେନ୍ ରାୟଙ୍କୁ ଦେଇଥିଲେ। ‘ଗପ ହେଲେ ବି ସତ’ ପରେ ନଗେନ୍ ରାୟ ଆଉ ଏକ ଚଳଚ୍ଚିତ୍ର ‘ତପସ୍ୟା’ର ନିର୍ଦ୍ଦେଶନା ଦେଇଥିଲେ। ସେ ‘ପର ସ୍ତ୍ରୀ’ ଟାଇଟଲରେ ଆଉ ଏକ ଛବିର ନିର୍ଦ୍ଦେଶନା ଦେଉଥିଲେ, କିନ୍ତୁ ତାହା ଅଧାରେ ଅଟକି ଯାଇଥିଲା।

Horoscope 2026 July 04: ଜାଣନ୍ତୁ ଆଜିର ରାଶିଫଳ...

ସୁବିମଳ ମଲ୍ଲିକ: ପୂର୍ବରୁ କୌଣସି ସଂପୂର୍ଣ୍ଣ ରଙ୍ଗିନ୍ ଓଡ଼ିଆ ଛବି ନିର୍ମିତ ହୋଇ ନ ଥିବା ହେତୁ ଶିଳ୍ପପତି ସୁବିମଳ ମଲ୍ଲିକ ବଜେଟ୍‌କୁ ପ୍ରାଧାନ୍ୟ ନ ଦେଇ ‘ଗପ ହେଲେ ବି ସତ’କୁ ସଂପୂର୍ଣ୍ଣ ରଙ୍ଗିନ୍ କରିବାକୁ ନିର୍ଦ୍ଦେଶକଙ୍କୁ ପ୍ରୋତ୍ସାହିତ କରିଥିଲେ। ଏହାକୁ ଅଭୂତପୂର୍ବ ବ୍ୟାବସାୟିକ ସଫଳତା ମିଳିଥିଲା। କିନ୍ତୁ ପରେ ସେ ସିନେ ପ୍ରଯୋଜନା କ୍ଷେତ୍ରରୁ ଦୂରେଇ ଯାଇଥିଲେ।

ସୁରେନ୍ଦ୍ର ସାହୁ: ଓଡ଼ିଆ ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ ‘ଜୟଦେବ ପୁରସ୍କାର’ ପ୍ରାପ୍ତ ସିନେମାଟୋଗ୍ରାଫର୍ ସୁରେନ୍ଦ୍ର ସାହୁଙ୍କର ମଧ୍ୟ ପ୍ରଥମ ଓଡ଼ିଆ ଛବି ଥିଲା ‘ଗପ ହେଲେ ବି ସତ’। ସେ ବମ୍ବେରେ କାମ କରୁଥିଲେ। ସଂଳାପକାର ଡାକ୍ତର ବସନ୍ତ ମହାପାତ୍ରଙ୍କ ପରାମର୍ଶ କ୍ରମେ ନିର୍ଦ୍ଦେଶକ ନଗେନ୍ ରାୟ ସୁରେନ୍ଦ୍ର ସାହୁଙ୍କ ସହ ଯୋଗାଯୋଗ କରିଥିଲେ ଓ ‘ଗପ ହେଲେ ବି ସତ’ର ସିନେମାଟୋଗ୍ରାଫି କରିବାକୁ ରାଜି କରାଇଥିଲେ। ସିନେମାକୁ ରଙ୍ଗିନ୍ କରାଇବାରେ ସୁରେନ୍ଦ୍ର ସାହୁଙ୍କ ଅବଦାନ ଗୁରୁତ୍ବପୂର୍ଣ୍ଣ।

ନିଖିଲ ବରଣ ସେନଗୁପ୍ତ: ଶତାଧିକ ଅଧିକ ଓଡ଼ିଆ, ବଙ୍ଗଳା ଓ ହିନ୍ଦୀ ସିନେମାର କଳା ନିର୍ଦ୍ଦେଶକ ନିଖିଲ ବରଣ ସେନଗୁପ୍ତ ‘ଗପ ହେଲେ ବି ସତ’ରୁ କ୍ୟାରିଅର୍ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ଓଡ଼ିଶାର ଅଧିକାଂଶ ଆଗଧାଡ଼ିର ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ ସିନେମାରେ କଳା ନିର୍ଦ୍ଦେଶନା ଦେବା ସହିତ କେତୋଟି ସିନେମାରେ ଅଭିନୟ ମଧ୍ୟ କରିଥିଲେ। ଖାଲି ସେତିକି ନୁହେଁ, ସେ ଜଣେ ପ୍ରଡକସନ୍ ଡିଜାଇନର୍ ବି ଥିଲେ।

ପି.ଡି.ସେନୟ: ବଲିଉଡ୍‌ର ଜଣାଶୁଣା ଚିତ୍ରନାଟ୍ୟକାର ତଥା ନିର୍ଦ୍ଦେଶକ ପି.ଡି. ସେନୟ ମଧ୍ୟ ‘ଗପ ହେଲେ ବି ସତ’ ଜରିଆରେ ଓଲିଉଡ୍‌ ସହ ଜଡ଼ିତ ହୋଇଥିଲେ। ଏହାର ପ୍ରାୟ ୧୦ ବର୍ଷ ପରେ ତାଙ୍କ ନିର୍ଦ୍ଦେଶିତ ଓଡ଼ିଆ ଛବି ‘ସପନ ବଣିକ’ ୧୯୮୬ରେ ମୁକ୍ତିଲାଭ କରିଥିଲା।

Mining Mafia: ବେଧଡ଼କ ମାଙ୍କଡ଼ା ପଥର ଚୋରି; ପ୍ରଶାସନ ନିଷ୍କ୍ରିୟ

ନିହାରିକା ସାହୁ: ଯଦିଓ ବରିଷ୍ଠ ଅଭିନେତ୍ରୀ ନିହାରିକା ସାହୁ  ଅନ୍ୟ ଏକ ଓଡ଼ିଆ ଚଳଚ୍ଚିତ୍ର ଜରିଆରେ ଅଭିନୟ ଜୀବନ ଆରମ୍ଭ କରିଥିଲେ, କିନ୍ତୁ ତାହା ଅଧାରେ ଅଟକି ରହିଥିଲା। ଆଉ ତାଙ୍କ ଅଭିନୀତ ଓ ପ୍ରଥମ ମୁକ୍ତିପ୍ରାପ୍ତ ଓଡ଼ିଆ ଛବି ଥିଲା ‘ଗପ ହେଲେ ବି ସତ’।

ଅମିତ କୁମାର: ବଲିଉଡ୍‌ର ପ୍ରଖ୍ୟାତ କଣ୍ଠଶିଳ୍ପୀ ଅମିତ କୁମାର ‘ଗପ ହେଲେ ବି ସତ’ ଜରିଆରେ ଓଲିଉଡ୍‌ରେ ପଦାର୍ପଣ କରିଥିଲେ। ସେ ଗାଇଥିବା ‘ଏ ମୋର ଦୋସ୍ତ...’ ଓ ‘ଏ ବନର ଛାଇ ଯହିଁ ପ୍ରଥମ ପ୍ରେମ ସପନ...’ ଖୁବ୍‌ ଲୋକପ୍ରିୟ ହୋଇଥିଲା। ଏହାପରେ ଅମିତ କୁମାର ଉଦୟଶଙ୍କର ପାଣିଙ୍କ ନିର୍ଦ୍ଦେଶିତ ଓଡ଼ିଆ-ବଙ୍ଗଳା ଦ୍ବିଭାଷୀ ଛବି ‘ମିଛ ମାୟା ସଂସାର’ ରେ ବି କଣ୍ଠଦାନ କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.