Firing: ଆମେରିକା ସ୍ୱାଧୀନତା ଦିବସରେ ନ୍ୟୁୟର୍କରେ ଗୁଳିକାଣ୍ଡ; ୪ ଶିଶୁଙ୍କ ସମେତ ୮ ଆହତ

4 weeks ago 10
ARTICLE AD BOX

ନ୍ୟୁୟର୍କ: ଆମେରିକାର ୨୫୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ନ୍ୟୁୟର୍କ ସହରର ବ୍ରୁକଲିନ୍‌-ସ୍ଥିତ କୋନି ଆଇଲ୍ୟାଣ୍ଡ ଅଞ୍ଚଳରେ ଘଟିଥିବା ଏକ ଗୁଳିକାଣ୍ଡରେ ୪ ଶିଶୁଙ୍କ ସମେତ ମୋଟ ୮ ଜଣ ଆହତ ହୋଇଛନ୍ତି। ଏହା ପରେ ବହୁ ସଂଖ୍ୟକ ପୁଲିସ ଓ ଜରୁରିକାଳୀନ ସେବା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ନ୍ୟୁୟର୍କ ପୁଲିସ ବିଭାଗ (ଏନ୍‌ୱାଇପିଡି) ଘଟଣାର ପୁଷ୍ଟି କରିଛି।

ପୁଲିସ ସୂଚନା ଅନୁସାରେ, ସ୍ଥାନୀୟ ସମୟ ଶୁକ୍ରବାର ରାତି ପ୍ରାୟ ୧୦ଟା ୩୭ ସମୟରେ ବ୍ରୁକଲିନ୍‌ର କୋନି ଆଇଲ୍ୟାଣ୍ଡ ଅଞ୍ଚଳର ୱେଷ୍ଟ ୩୧ତମ ଷ୍ଟ୍ରିଟ୍‌ର ୨୯୦୦ ବ୍ଲକ୍‌ ନିକଟରେ ହଠାତ୍ ଗୁଳିଚାଳନା ଆରମ୍ଭ ହୋଇଥିଲା। ସେତେବେଳେ ସ୍ୱାଧୀନତା ଦିବସ ଉତ୍ସବ ଅବସରରେ ଅଞ୍ଚଳରେ ବହୁ ଲୋକଙ୍କ ସମାଗମ ହୋଇଥିଲା। ଗୁଳିଚାଳନା ପରେ ଲୋକମାନେ ଜୀବନ ବଞ୍ଚାଇବା ପାଇଁ ଏଣେତେଣେ ଦୌଡ଼ିଥିଲେ।

ଆହୁରି ପଢନ୍ତୁ: Yemen : ୟେମେନରେ ହୁତି ବିଦ୍ରୋହୀଙ୍କ ଭୟଙ୍କର ଆକ୍ରମଣ; ୧୪ ସୈନିକ ନିହତ

ଆହତମାନଙ୍କ ମଧ୍ୟରେ ୩୭ ଓ ୩୩ ବର୍ଷ ବୟସର ଦୁଇଜଣ ପୁରୁଷ, ୨୫ ଓ ୨୧ ବର୍ଷ ବୟସର ଦୁଇଜଣ ମହିଳା ଏବଂ ୧୪, ୧୨, ୭ ଓ ୬ ବର୍ଷ ବୟସର ଚାରିଜଣ ବାଳକ ଅଛନ୍ତି। ଘଟଣା ପରେ ଜରୁରିକାଳୀନ ଚିକିତ୍ସା ସେବା ଦଳ ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ସ୍ଥିର ଥିବାବେଳେ ୨୧ ବର୍ଷୀୟା ଜଣେ ମହିଳାଙ୍କ ଅବସ୍ଥା ଗୁରୁତର ରହିଛି। ଘଟଣାସ୍ଥଳରୁ ପୁଲିସ ଏକ ଆଗ୍ନେୟାସ୍ତ୍ର ଜବତ କରିଛି। ତେବେ ରବିବାର ସୁଦ୍ଧା ଏହି ଘଟଣାରେ କାହାକୁ ଗିରଫ କରାଯାଇ ନାହିଁ। ଗୁଳିଚାଳନାର ପ୍ରକୃତ କାରଣ କିମ୍ବା ଆକ୍ରମଣକାରୀଙ୍କ ଉଦ୍ଦେଶ୍ୟ ସମ୍ପର୍କରେ ମଧ୍ୟ କୌଣସି ସୂଚନା ଦିଆଯାଇନାହିଁ। ନ୍ୟୁୟର୍କ ପୁଲିସ ବିଭାଗ ଘଟଣାର ତଦନ୍ତ ଜାରି ରଖିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.