ARTICLE AD BOX
ବାଲିପାଟଣା: ବାଲିପାଟଣା ଥାନା ଭାକରସାହି ପଞ୍ଚାୟତ ଦଣ୍ଡାସାହିରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କା ମୂଲ୍ୟର ସମ୍ପତ୍ତି ପାଉଁଶ ହୋଇଯାଇଛି।
Fire: ବନ୍ଦ ଘରେ ଶୋଇଥିବାବେଳେ ନିଆଁରେ ପୋଡ଼ି ବାପା ମୃତ, ଅଳ୍ପକେ ବର୍ତ୍ତିଲେ ପୁଅ
ସୂଚନାନୁସାରେ, ଗ୍ରାମର ରାଜେନ୍ଦ୍ର ଚିନେରାଙ୍କ ଘରେ ଆଜି ସନ୍ଧ୍ୟାରେ ହଠାତ ନିଆଁ ଲାଗିଥିଲା। ଚାହୁଁ ଚାହୁଁ ନିଆଁ ୩ ବଖରା ଘରକୁ ବ୍ୟାପୀ ଯାଇଥିଲା। ଉପର ମହଲାରେ ନିଆଁ ଲାଗି ଥିବାରୁ ଲୋକେ ଲିଭେଇବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ। ବାଲିପାଟଣା ଅଗ୍ନିଶମ ବାହିନୀ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲା। ନିଆଁରେ ୨ ଟି ଏସି , ସୋଫା ସେଟ, ଟିଭି, ଖଟ ଏବଂ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ପୋଡି ପାଉଁଶ ହୋଇ ଯାଇଥିବା ଜଣାଯାଇଛି। ବର୍ତ୍ତମାନ ସୁଦ୍ଧା ନିଆଁ ଲାଗିବା ର ପ୍ରକୃତ କାରଣ ଜଣାପଡ଼ି ନାହିଁ।
Fire scare: ନିଆଁ ଭୟ: ୨୦୨୯ ପୂର୍ବରୁ ସଜାଡ଼ି ହେବନି ଭିତ୍ତିଭୂମି
କ୍ଷତିଗ୍ରସ୍ତ ପରିବାର ଲୋକେ ସର୍ଟସର୍କିଟ ଘଟି ନିଆଁ ଲାଗିଥିବା କହୁଥିବା ବେଳେ ଗଣେଶ ମୂର୍ତ୍ତି ପୂଜାରେ ଧୂପ ଓ ଦୀପ ନିଆଁରୁ ବ୍ୟାପୀଥିବା ସାଧାରଣରେ ଆଲୋଚନା ହେଉଛି।

3 days ago
2


