ARTICLE AD BOX
ରାୟଗଡ଼ା (ଶିବ ପ୍ରସାଦ ଦୋରା): କମ୍ପାନି ହେଲେ ଲୋକଙ୍କ ସାମାଜିକ ଅର୍ଥନୈତିକ ସ୍ଥିତିରେ ଉନ୍ନତି ହେବ। ସେମାନଙ୍କ ପିଲା ଛୁଆ ଗୁଣାତ୍ମକ ଶିକ୍ଷାର ସୁବିଧା ପାଇବେ। ଦାଦନ ଯନ୍ତ୍ରଣାରୁ ମୁକ୍ତି ପାଇବେ ବୋଲି ଭରସା କରି କମ୍ପାନିକୁ ସମର୍ଥନ କରିବା ଯୋଗୁଁ କାଶିପୁର ବ୍ଲକ କଣ୍ଟାମାଳ ଗ୍ରାମର ଜଣେ ମହିଳା ଏବଂ ତାଙ୍କ ପରିବାରକୁ ବାଛନ୍ଦ କରାଯାଇଥିବା ସହ ଅତ୍ୟାଚାର କରାଯାଉଥିବା ଏବଂ ହତ୍ୟା ଧମକ ଦିଆଯାଉଥିବା ନେଇ ଥାନାରେ ଅଭିଯୋଗ ହୋଇଛି।
ଏପରିକ ଦିନ ଦିନ କିଛି ହେଲା ଲଗାତାର ତାଙ୍କୁ ଧମକ ମିଳୁଥିବା ଏବଂ ତାଙ୍କର ପିଲା ଛଆଙ୍କୁ ମଧ୍ୟ ଛଡାଯିବନି ବୋଲି ଧମକ ମିଳୁଥିବାରୁ ସୁରକ୍ଷା ପାଇଁ ମୁନିଦେଇ ମାଝି ରାୟଗଡ଼ା ଏସ୍ପି ରାଜ୍ ପ୍ରସାଦଙ୍କ ଦ୍ବାରସ୍ଥ ହୋଇଥିବା ଜଣାପଡିଛି। ମହିଳା ଜଣଙ୍କ ଲିଖିତ ଭାବରେ ତାଙ୍କର ଏବଂ ପରିବାର ଜୀବନ ପ୍ରତି ବିପଦ ଥିବା ସୂଚନା ଦେଇଛନ୍ତି।
ସୂଚନାରୁ ଜଣାପଡି କଣ୍ଟାମାଳ ଗ୍ରାମର ମୁନିଦେଇ ମାଝି ପୂର୍ବରୁ କମ୍ପାନି ବିରୋଧରେ ସଂଗ୍ରାମ କରୁଥିଲେ। କିନ୍ତୁ ଏହି ସଂଗ୍ରାମରେ କିଛି ଲୋକଙ୍କ ସ୍ବାର୍ଥ ଜଡ଼ିତ ରହୁଥିବାରେ ସେ ସଂଗ୍ରାମ ଛାଡ଼ି କିଛି ଦିନ ତଳେ କମ୍ପାନିକୁ ସମର୍ଥନ ଦେବା ଆରମ୍ଭ କରିଥିଲେ। ଏହାକୁ ନେଇ ଗ୍ରାମବାସୀମାନେ ତାଙ୍କୁ ଏବଂ ତାଙ୍କ ପରିବାରକୁ ଅତ୍ୟାଚାର ଆରମ୍ଭ କରିଦେଇଥିଲେ। ଏପରିକି ତାଙ୍କୁ କିଛି ଲୋକ ତାଙ୍କ ଘରଭିତରେ ତାଲା ପକାଇ ରଖିଦେଇଥିଲେ। ଫଳରେ ତିନିଦିନ ଧରି ସେମାନେ ଭୋକ ଓପାଷରେ ରହିଥିଲେ, ପାଣି ପିଇବାକୁ ମିଳିନଥିଲା କିମ୍ବା ସୌଚ ହୋଇପାରିନଥିଲେ ବୋଲି ଖୋଦ ମୁନିଦେଇ ମାଝି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଏପରିକି କମ୍ପାନି ବିରୋଧିମାନେ ନଦୀକୁ ଯିବା ପାଇଁ ବାଛନ୍ଦ କରିବା ସହ ଘରକୁ ନିଆଁ ଲଗାଇଦେବୁ ବୋଲି ଧମକ ଦେଇଥିଲେ। ତାଙ୍କ ସ୍ବାମି କୌଣସି ମତେ ରେଞ୍ଚି ସହାୟତା କବାଟ କିଳା ଭାଙ୍ଗି ମଧ୍ୟରାତ୍ରୀରେ ବାହାରକୁ ଆସି ଗ୍ରାମ ଛାଡିଦେଇଥିଲେ। ଥାନାରେ ଦେଇଥିବା ଏତଲାକୁ ପ୍ରତ୍ୟାହାର କରିବୁ ନାହିଁ କହିଲେ ତତେ ଜୀବନରେ ମାରିଦେବୁ କହିବା ସହ ତୋ ପିଲା ମାନଙ୍କୁ ଖୋଜି ଖୋଜି ମାରିବୁ ବୋଲି କହିଥିଲେ ଏବଂ ମୋର ଝିଅ ମୋତେ ଧର୍ଷଣ କରିବେ ବୋଲି ଧମକ ଦେଇଛନ୍ତି। ଏପରିକି ମୋତେ ୭ଦିନ ସମୟ ଦେଇଛନ୍ତି ଏବଂ ପୁଲିସ ଏତଲା ପ୍ରତ୍ୟାହାର ନହେଲେ ଫଳ ଭୋଗିବୁ ବୋଲି ଚେତାବନି ଦିଆଯାଇଥିବା ମୁନିଦେଇ ମାଝି କହିଛନ୍ତି। ଏଣୁ ଭୟଭିତ ହୋଇ ଜୀବନ ରକ୍ଷା ପାଇଁ ମୁଁ ଏସ ପି ଙ୍କ ଦ୍ବାରସ୍ଥ ହୋଇଛି ବୋଲି ଶ୍ରୀମତି ମାଝି କହିଛନ୍ତି।
ଥମୁନି ଦାଦନ ଯନ୍ତ୍ରଣା: ପୁଣି କର୍ଣ୍ଣାଟକରେ ଗଂଜାମର ଦାଦନ ଶ୍ରମିକ ମୃତ, ସହାୟତା ଦାବି କଲେ ପରିବାର ଲୋକ
ଏନେଇ ରାୟଗଡା ରାୟଗଡା ଏସ୍ପି ରାଜ ପ୍ରସାଦଙ୍କୁ ପଚାରିବାରୁ ସୂଚନା ଦେଇ କହିଲେ ମୁନିଦେଇ ଥାନାକୁ ଯାଇ ଏତଲା ଦେଇଛନ୍ତି ଏବଂ ଏହା ପରେ ତାଙ୍କୁ ଗ୍ରାମବାସୀମାନେ ଅତ୍ୟାଚାର କରୁଛନ୍ତି ଏବଂ ମୋତେ ତାଙ୍କର ସୁରକ୍ଷା ପାଇଁ ନିବେଦନ କରିଛନ୍ତି। ଏନେଇ ପୁଲିସ ତଦନ୍ତ କରିବା ସହ କାଶିପୁର ଥାନାରେ ହୋଇଥିବା ୨୨୨/୨୬ର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭୟରେ ମୁନିଦେଇଙ୍କ ପରିବାର କଣ୍ଟାମାଳ ଗ୍ରାମ ଛାଡି ଅନ୍ୟଗ୍ରାମରେ ରହୁଥିବା ସୂଚନାରୁ ଜଣାପଡିଛି। ଏଠାରେ ସୂଚନାଯୋଗ୍ୟଯେ ରାସ୍ତା ନିର୍ମାଣକୁ ନେଇ କିଛି ମାସ ତଳେ ପୁଲିସ ଏବଂ କଣ୍ଟାମାଳ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ ଏବଂ ଯାହା ଚର୍ଚ୍ଚାର ବିଷୟ ପାଲଟିଥିଲା।

1 week ago
6


