Financial Irregularity in Derabish Block ଡେରାବିଶ୍ ବ୍ଳକ୍‌ରେ ୧.୦୬କୋଟି ଟଙ୍କା ତୋଷାରପାତ, ଟ୍ରେଜେରି ଚିଠି ପରେ ବିଭାଗୀୟ ତଦନ୍ତ ଆରମ୍ଭ

5 days ago 5
ARTICLE AD BOX

ଡେରାବିଶ (ଖୁର୍ସିଦ ଆଲାମ୍ ଖାଁ): କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଡେରାବିଶ୍ ବ୍ଳକରେ ୧.୦୬ କୋଟିରୁ ଅଧିକ ଟଙ୍କା ହଡ଼ପ ହୋଇଛି। ଅର୍ଥହେରଫେର ସମ୍ପର୍କରେ ଟ୍ରେଜେରି ଅଧିକାରୀ ଜାଣିବା ପରେ ଏନେଇ ବିଡିଓଙ୍କୁ ଅବଗତ କରାଇଛନ୍ତି। ବିଡିଓ ଘଟଣାର ପୁଂଖାନୁପୁଂଖ ତଦନ୍ତ କରିବାକୁ ବ୍ଲକ୍‌ର ଆକାଉଣ୍ଟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି। 

Odisha Vigilance: ୨.୬୦ କୋଟି ଟଙ୍କା ଦୁର୍ନୀତି ଅଭିଯୋଗ: ୬ ମାସ ଧରି ଫେରାର ଥିବା ବନ ବିଭାଗ କର୍ମଚାରୀ ବାବୁଲୁ ସୁନା ଗିରଫ
ସୂଚନାନୁସାରେ, ବ୍ଲକର ଆକାଉଣ୍ଟରୁ ୧ କୋଟି ୬ ଲକ୍ଷ ୩ ହଜାର ୫୯୫ ଟଙ୍କା ହେରଫେର ହୋଇଥିବା ଧରାପଡ଼ିଥିଲା। ଏହି ଟଙ୍କା ବ୍ଲକର ତିନିଟି ବ୍ୟକ୍ତିଗତ ଜମାଖାତାକୁ ଯାଇଛି। ସେମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ପିଇଓ ମନ୍ମଥ ମାହୁନ୍ତଙ୍କ ଖାତାକୁ ୫ଲକ୍ଷ ୮୯ହଜାର ଟଙ୍କା ଯାଇଥିବା ବେଳେ ବରିଷ୍ଠ ସହାୟକ ଶଶିକାନ୍ତ ରଣାଙ୍କ ଖାତାକୁ ବଳକା ଟଙ୍କା ଯାଇଛି। ଏନେଇ ଟ୍ରେଜେରି ଅଧିକାରୀ ସଚ୍ଚିଦାନନ୍ଦ ବେହେରା ବିଡିଓ ନମିତା ବାରିକଙ୍କୁ ଚିଠି‌ ଲେଖି ଜଣାଇଛନ୍ତି। 

IT Use in Anti-Corruption Drive ରାଜ୍ୟସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬: ଭିଜିଲାନ୍‌ସ ଧରପଗଡ଼ରେ ଏଣିକି ବଢ଼ିବ ଆଇଟିର ପ୍ରୟୋଗ
ବିଡିଓ କହିଛନ୍ତି, ଏନେଇ ସେ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି। ଏହା ବ୍ୟତୀତ ଘଟଣାର ବିସ୍ତୃତ ତଥ୍ୟ ସଂଗ୍ରହ କରିବାକୁ ବ୍ଲକର ଆକାଉଣ୍ଟ ଅଧିକାରୀଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ରିପୋର୍ଟ ଆସିବା ପରେ ଆଇନାନୁସାରେ ପଦକ୍ଷେପ ଗ୍ରହଣ କରାଯିବ। 

କଟକ ସିଡିଏମଓ ଅଫିସ୍‌ର ବରିଷ୍ଠ ସହାୟକ କିଶୋର କୁମାର ସାହାଣୀଙ୍କ ଘରେ ପଶିଲା ଭିଜିଲାନ୍ସ
ସୂଚନା ଯୋଗ୍ୟ ଗତ କିଛି ମାସ ପୂର୍ବରୁ ଏହି ବ୍ଲକରୁ ଅନ୍ୟ ଜଣେ କର୍ମଚାରୀ  ମଧ୍ୟ  ଲକ୍ଷାଧିକ ସରକାରୀ ଅର୍ଥ ହଡପ କରିଥିବା ଘଟଣା ସାମନାକୁ ଆସିଥିଲା। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.