FIFA: ଫିଫା ବିଶ୍ବକପ୍‌ ସ୍ବପ୍ନର ଦଳରେ କେପ୍‌ ବର୍ଡେର ଭୋଜିନା

1 week ago 5
ARTICLE AD BOX

ଜୁରିକ୍‌: ଫିଫା ବିିଶ୍ବକପ୍‌ ୨୦୨୬ ସ୍ବପ୍ନର ଦଳରେ କେପ୍‌ ବର୍ଡେର ଗୋଲ୍‌କିପର ଭୋଜିନା ଏବଂ ନରୱେ ଷ୍ଟ୍ରାଇକର୍‌ ଏର୍ଲିଂ ହାଲାଣ୍ଡଙ୍କୁ ସ୍ଥାନ ମିଳିଛି। ଉଭୟ ଖେଳାଳିିଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଏମାନଙ୍କ ଦଳ ଅଶାଠାରୁ ଭଲ କରିଥିଲା। ବିଶ୍ୱକପ୍‌ ପଦାର୍ପଣକାରୀ କେପ୍‌ ବର୍ଡେ ପାଇଁ ଚିତ୍ତାକର୍ଷକ ପ୍ରଦର୍ଶନ କରିଥିବା ଭୋଜିନାଙ୍କୁ ୩୯.୬ ପ୍ରତିଶତ ପ୍ରଶଂସକ ଭୋଟ୍‌ ମିଳିଥିଲା। ସେ ‌ଗୋଲ୍‌ଡେନ୍‌ ଗ୍ଲୋଭ୍‌ ଜିତିଥିବା ସ୍ପେନ୍‌ର ଗୋଲ୍‌କିପର ଉନାଇ ସାଇମନଙ୍କୁ ପଛରେ ପକାଇ ଏହି ଦଳରେ ସ୍ଥାନ ପକ୍କା କରିଥିଲେ। ବିଶ୍ବକପ୍‌ ପୂର୍ବର ପର୍ତ୍ତୁଗାଲର ଦ୍ବିତୀୟ ଡିଭିଜନ୍‌ କ୍ଲବ୍‌ ଚାଭେସ୍‌ ଛାଡ଼ିବା ପରେ ‌କୌଣସି କ୍ଲବ୍‌ରେ ଖେଳି ନଥିଲେ ଏହି ୪୦ ବର୍ଷୀୟ କେପ୍‌ ବର୍ଡେ ଗୋଲି। ବିଶ୍ବକପ୍‌ରେ ସେ ସ୍ପେନ୍‌ ବିପକ୍ଷ ଗୋଲ୍‌ଶୂନ୍ୟ ଅମୀମାଂସିତ ମ୍ୟାଚ୍‌ରେ ୭ଟି ସେଭ୍‌ କରିଥିଲେ।

୨୭.୫ ଫରୱାର୍ଡ ଭୋଟ୍‌

ରାଉଣ୍ଡ-୩୨ରେ ତାଙ୍କ ଚମତ୍କାର ଗୋଲ୍‌ କିପିଂ ପାଇଁ ଆର୍ଜେଣ୍ଟିନାକୁ ମ୍ୟାଚ୍‌ ଜିତିବା ଲାଗି ଅତିରିକ୍ତ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା। ପ୍ରଥମ ଥର ବିଶ୍ବକପ୍‌ କ୍ବାର୍ଟରଫାଇନାଲ୍‌ରେ ନରୱେକୁ ଅଗ୍ରଣୀ ଦେବାରେ ପ୍ରମୁଖ ଭୂମିକା ତୁଲାଇଥିବା ହାଲାଣ୍ଡଙ୍କୁ ମିଳିଥିଲା ୨୭.୫ ଫରୱାର୍ଡ ଭୋଟ୍‌। ଏହି ମାଞ୍ଚେଷ୍ଟର ସିଟି ଫରୱାର୍ଡ ୫ ମ୍ୟାଚ୍‌ରେ ୭ ଗୋଲ୍‌ ସ୍କୋର୍‌ କରିଥିଲେ। ଇଂଲଣ୍ଡଠୁ ହାରିବା ପୂର୍ବରୁ ତାଙ୍କ ଦଳ ୫ ଥର ବିଜେତା ବ୍ରାଜିଲ୍‌କୁ ୨-୧ରେ ହରାଇ ବିଦାୟର ରାସ୍ତା ଦେଖାଇଥିଲା। ଏହି ଦୁଇ ଜଣ ପ୍ରମୁଖ ତାରକା ଖେଳାଳି କିଲିଆନ୍‌ ଏମ୍‌ବାପେ, ଲିଓନେଲ୍‌ ମେସି ଓ ଜୁଡେ ବେଲିଂହାମ୍‌ଙ୍କ ସହ ପ୍ରଶଂସକ ସ୍ବପ୍ନର ଏକାଦଶରେ ସ୍ଥାନ ପାଇଛନ୍ତି। ଏହି ଦଳରେ ସ୍ପେନ୍‌ ଓ ଫ୍ରାନ୍ସର ସର୍ବାଧିକ ୩ ଲେଖାଏଁ, ଆର୍ଜେଣ୍ଟିନାର ୨, ଇଂଲଣ୍ଡ, ନରୱେ ଓ କେପ୍‌ ବର୍ଡେର ଜଣେ ଲେଖାଏଁ ଖେଳାଳି ରହିଛନ୍ତି।

Cricket: ଆଜିଠୁ ଜିମ୍ବାୱେ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା; ରିଦିମ୍‌କୁ ଫେରିବାକୁ ଭାରତର ଲକ୍ଷ୍ୟ

ଫିଫା ବିଶ୍ବକପ୍‌ ୨୦୨୬ ସ୍ବପ୍ନର ଏକାଦଶ: ଗୋଲ୍‌କିପର- ଭୋଜିନା (କେପ୍‌ ବର୍ଡେ), ଡିଫେଣ୍ଡର- ପେଡ୍ରୋ ପୋରୋ, ମାର୍କ କୁକୁରେଲା (ସ୍ପେନ୍‌), ଲିସାଣ୍ଡ୍ରୋ ମାର୍ଟିନେଜ୍‌ (ଆର୍ଜେଣ୍ଟିନା), ଦାୟୋତ ଉପମେସାନୋ (ଫ୍ରାନ୍ସ), ମିଡ୍‌ଫିଲ୍ଡର- ରଡ୍ରି (ସ୍ପେନ୍‌), ମାଇକେଲ ଓଲିସ୍‌ (ଫ୍ରାନ୍ସ), ଜୁଡେ ବେଲିଂହାମ୍‌ (ଇଂଲଣ୍ଡ), ଆଟାକର୍ସ-ଲିଓନେଲ ମେସି (ଆର୍ଜେଣ୍ଟିନା), ଏଲିଂ ହାଲାଣ୍ଡ (ନରୱେ), କିଲିଆନ୍‌ ଏମ୍‌ବାପେ (ଫ୍ରାନ୍ସ)।

Read Entire Article
LEFT SIDEBAR AD

Hidden in mobile, Best for skyscrapers.