ARTICLE AD BOX
ସିଟଲ୍: ଚାର୍ଲସ ଡି’କେଟ୍ଲାରେଙ୍କ ଯୁଗଳରେ ବେଲ୍ଜିୟମ୍ ଚଳିତ ଫିଫା ବିଶ୍ବକପ୍ କ୍ବାର୍ଟରଫାଇନାଲ୍ରେ ପ୍ରବେଶ କରିଛି। ମଙ୍ଗଳବାର ପ୍ରିକ୍ବାର୍ଟରଫାଇନାଲ୍ରେ ସହଆୟୋଜକ ୟୁଏସ୍ଏକୁ ୪-୧ ଗୋଲ୍ରେ ହରାଇ ଏହି ସ୍ଥାନ ନିଶ୍ଚିତ କରିଛି। ୟୁଏସ୍ଏର ଏହି ପରାଜୟ ପରେ ୟୁଏସ୍ଏ ସହ ଚଳିତ ବିଶ୍ବକପ୍ରୁ ୩ ଆୟୋଜକ ଦେଶର ଅଭିଯାନ ଶେଷ ହୋଇଛି। ପୂର୍ବରୁ କାନାଡ଼ା ଓ ମେକ୍ସିକୋର ଅଭିଯାନ ମଧ୍ୟ ପ୍ରିକ୍ବାର୍ଟରଫାଇନାଲ୍ରେ ଶେଷ ହୋଇଥିଲା।
କ୍ବାର୍ଟରଫାଇନାଲ୍ରେ ୟୁରୋପୀୟ ବିଜେତା ସ୍ପେନ୍କୁ ଭେଟିବ
ମଙ୍ଗଳବାର ସିଟଲ୍ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ର ନବମ ମିନିଟ୍ରେ ନିକୋଲାସ ରାସ୍କିନ୍ଙ୍କ ପାସ୍କୁ ଡି’କେଟ୍ଲାରେ ଗୋଲ୍ରେ ପରିଣତ କରି ବେଲ୍ଜିୟମ୍କୁ ଆଗରେ ରଖିଥିଲେ। ତେବେ ୩୧ତମ ମିନିଟ୍ରେ ଘରୋଇ ଦଳକୁ ମିଳିଥିବା ଫ୍ରିକିକ୍କୁ ମଲିକ୍ ତିଲ୍ମାନ ସିଧା ବେଲ୍ଜି୍ୟମ୍ ଗୋଲ୍ପୋଷ୍ଟ୍କୁ ବଲ୍ ପଠାଇ ସ୍ଥିତି ବରାବର କରିଦେଇଥିଲେ। ଏହାର ୨ ମିନିଟ୍ ପରେ ଲେଣ୍ଡ୍ରୋ ଟ୍ରସ୍ସ୍ରାଡ୍ଙ୍କ ସହଯୋଗରେ ଡି’କେଟ୍ଲାରେ ଗୋଲ୍ ଦେଇ ବ୍ୟକ୍ତିଗତ ଯୁଗଳ ସଫଳତା ପାଇବା ସହ ଦଳକୁ ପ୍ରଥମାର୍ଦ୍ଧରେ ୨-୧ରେ ଆଗୁଆ ରଖିଥିଲେ। ଦ୍ବିତୀୟାର୍ଦ୍ଧରେ ଡି’କେଟ୍ଲାରେଙ୍କ ସହୟତାରେ ହନ୍ସ ଭାନାକେନ୍ ଗୋଲ୍ କରି ବେଲ୍ଜିୟମ୍କୁ ୩-୧ରେ ଅଗ୍ରଣୀ ଦେଇଥିଲେ। ଶେଷ ଇନ୍ଜୁରି ସମୟରେ ଭାନାକେନ୍ଙ୍କ ପାସ୍ରେ ରୋମେଲୁ ଲୁକାକୁ ଗୋଲ୍ କରି ଦଳକୁ ୪-୧ରେ ବିଜୟ ଭେଟି ଦେଇଥିଲେ। ୩ଟି ଗୋଲ୍ରେ ନିଜର ଅବଦାନ ରଖିଥିଲା ଡି’କେଟ୍ଲାରେ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ବେଲ୍ଜିୟମ୍ ଶୁକ୍ରବାର କ୍ବାର୍ଟରଫାଇନାଲ୍ରେ ୟୁରୋପୀୟ ବିଜେତା ସ୍ପେନ୍କୁ ଭେଟିବ।
Samson: ଜିମ୍ବାୱେ ବିପକ୍ଷ ଶୃଙ୍ଖଳାରୁ ସାମସନ୍ ବାଦ୍: ପ୍ରଭସିମରନ୍, ଯଶ ଓ ଅଶୋକଙ୍କୁ ପ୍ରଥମ ଡାକରା

3 weeks ago
15


