FIFA World Cup: ଇଂଲଣ୍ଡକୁ କାଂସ୍ୟ: ଫ୍ରାନ୍ସକୁ ୬-୪ରେ ହରାଇଲା

2 weeks ago 8
ARTICLE AD BOX

ମିଆମି: ଚଳିତ ଫିଫା ବିଶ୍ବକପ୍‌ରେ ଇଂଲଣ୍ଡ ତୃତୀୟ ସ୍ଥାନ ଅଧିକାର କରିଛି। ରବିବାର ଗୋଲ୍‌ ବର୍ଷା ତୃତୀୟ ସ୍ଥାନ ମୁକାବିଲାରେ ଇଂଲଣ୍ଡ ୬-୪ ଗୋଲ୍‌ରେ ଗତ ସଂସ୍କରଣ ଉପବିଜେତା ଫ୍ରାନ୍ସକୁ ମାତ୍‌ ଦେଇ କାଂସ୍ୟ ପଦକ କରାୟତ୍ତ କରିଛି। ଏହି ଚମତ୍କାର ବିଜୟ ସହ ଇଂଲଣ୍ଡ ୧୯୬୬ରେ ଟ୍ରଫି ଜିତିବା ପରେ ଫିଫା ବିଶ୍ବକପ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ ଦେଇଛି। ହ୍ୟାଟ୍ରିକ୍‌ ଅର୍ଜନ କରିଥିବା ଇଂଲଣ୍ଡର ସାକା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।

ଆରମ୍ଭରୁ ୦-୪ରେ ପଛରେ ରହିଥିବା ଫ୍ରାନ୍ସ ପାଇଁ ଏହାର ତାରକା ଷ୍ଟ୍ରାଇକର୍‌ କିଲିଆନ୍‌ ଏମ୍‌ବାପେ ୨ଟି ଗୋଲ୍‌ ଦେଇ ପ୍ରତ୍ୟାବର୍ତ୍ତନ ସୁଯୋଗ ଆଣିଥିଲେ। ଏମ୍‌ବାପେ ଏହି ଯୁଗଳ ସହ ଫିଫା ବିଶ୍ବକପ୍‌ରେ ନିଜ ଗୋଲ୍‌ ସଂଖ୍ୟା ୨୨ରେ ପହଞ୍ଚାଇଥିଲେ। ଏଥିସହ ସେ ଏହି ବିଶ୍ବ ଫୁଟ୍‌ବଲ୍‌ ମହାକୁମ୍ଭରେ ସର୍ବାଧିକ ଗୋଲ୍‌ କରିବାରେ ଆର୍ଜେଣ୍ଟିନା ତାରକା ଲିଓନେଲ ମେସି (୨୧)ଙ୍କୁ ଟପିଥିଲେ। ଆର୍ଜେଣ୍ଟିନା ରବିବାର ରାତିରେ ସ୍ପେନ୍‌ ସହ ଫାଇନାଲ୍‌ ଖେଳିବାକୁ ଥିବାରୁ ମେସି ଏହି ରେକର୍ଡ ଭାଙ୍ଗିବାର ସମ୍ଭାବନା ରହିଛି।

Backward basketball shot: କିମାଶ୍ଚର୍ଯ୍ୟମ୍‌: ପଛୁଆ ବାସ୍କେଟ୍‌ବଲ୍‌ ସଟ୍‌ରେ ରେକର୍ଡ

ଏମ୍‌ବା‌ପେଙ୍କ ଯୁଗଳ ସଫଳତା ପରେ ଇଂଲଣ୍ଡକୁ ମିଳିଥିବା ପେନାଲ୍‌ଟିକୁ ବୁକାୟୋ ସାକା ଗୋଲ୍‌ରେ ପରିଣତ କରି ଦେବାରୁ ଫ୍ରାନ୍ସ (୩-୫) ପୁଣି ଥରେ ୨ ଗୋଲ୍‌ ପଛରେ ପଡ଼ିଯାଇଥିଲା। ଶେଷରେ ଜୁଡେ ବେଲିଂହାମ୍‌ଙ୍କ ଇନ୍‌ଜୁରି ସମୟ ଗୋଲ୍‌ ଇଲଣ୍ଡକୁ ୬-୪ରେ ବିଜୟ ଭେଟି ଦେଇଥିଲା। ଏହି ମ୍ୟାଚ୍‌ର ହୋଇଥିବା ମୋଟ ୧୦ ଗୋଲ୍‌ ଫିଫା ବିଶ୍ବକପ୍‌ ଇତିହାସରେ ତୃତୀୟ ସ୍ଥାନ ପ୍ଲେ-ଅଫ୍‌ ମୁକାବିଲାରେ ସର୍ବାଧିକ। ପୂର୍ବରୁ ସର୍ବାଧିକ ଗୋଲ୍‌ ୧୯୫୮ରେ ହୋଇଥିଲା। ଫ୍ରାନ୍ସ (୬) ଓ ପଶ୍ଚିମ ଜର୍ମାନୀ (୩) ତୃତୀୟ ସ୍ଥାନ ମ୍ୟାଚ୍‌ରେ ୯ ଗୋଲ୍‌ ହୋଇଥିଲା।

ଇଂଲଣ୍ଡ ତୃତୀୟ ମିନିଟ୍‌ରେ ପ୍ରଥମ ଗୋଲ୍‌

ପ୍ରଥମାର୍ଦ୍ଧକୁ ପୂରା ନିଜ ନିୟନ୍ତ୍ରଣ ରଖିଥିବା ଇଂଲଣ୍ଡ ତୃତୀୟ ମିନିଟ୍‌ରେ ପ୍ରଥମ ଗୋଲ୍‌ ଲଦି‌ ଦେଇଥିଲା। ଡେକ୍‌ଲାଇନ୍‌ ରାଇସ୍‌ ଏହି ଗୋଲ୍‌ କରିଥି‌ଲେ। ଏହାପରେ ୧୮ତମ ମିନିଟ୍‌ରେ ରାଇସ୍‌ଙ୍କ ପାସ୍‌ରେ ଏଜିର କୋନ୍‌ସା ଦଳ ପାଇଁ ଦ୍ବିତୀୟ ଗୋଲ୍‌ କରିଥିଲେ। ୩୭ ଓ ୪୫+୧ ମିନିଟ୍‌ରେ ସାକା ଯଥାକ୍ରମେ ମର୍କସ ରସ୍‌ଫୋର୍ଡ ଓ ବେରିଚ୍‌ ଇଜିଙ୍କ ସହଯୋଗରେ ଦୁଇଟି ଗୋଲ୍‌ ଦେବାରୁ ଇଂଲଣ୍ଡ ପ୍ରଥମାର୍ଦ୍ଧରେ ୪-୦ରେ ଆଗରେ ରହିଥିଲା। ତେବେ ଦ୍ବିତୀୟାର୍ଦ୍ଧ ଆରମ୍ଭରୁ ମାଇକେଲ ଓଲିଜ୍‌ଙ୍କ ପାସ୍‌ରେ ଏମ୍‌ବାପେ (୪୮ ମିନିଟ୍‌) ଗୋଲ୍‌ ଦେଇ ଫ୍ରାନ୍ସକୁ ଫେରିବାର ସୁଯୋଗ ଦେଇଥିଲେ। ଏହାର ୬ ମିନିଟ୍‌ରେ ଏମ୍‌ବାପେଙ୍କ ସହଯୋଗରେ ବ୍ରାଡ୍‌‌ଲେ ବାର୍କୋଲା (୫୪ ମିନିଟ୍) ଗୋଲ୍‌ କରିଥିଲେ। ୬୬ତମ ମିନିଟ୍‌ରେ ଓଲିସ୍‌ଙ୍କ ପାସ୍‌ରେ ଏମ୍‌ବାପେ ଗୋଲ୍‌ ଦେଇ ଯୁଗଳ ସଫଳତା ପାଇବା ସହ ମ୍ୟାଚ୍‌କୁ ସମାନ ସ୍ଥିତି ଆଣିବାର ନିକଟତର କରାଇଥିଲେ। ହେଲେ ‌୮୭ତମ ମିନିଟ୍‌ରେ ପେନାଲିଟ୍‌ରେ ସାକାଙ୍କ ହ୍ୟାଟ୍ରିକ୍‌ ଇଂଲଣ୍ଡକୁ ୫-୩ରେ ଆଗୁଆ କରି ଦେଇଥିଲା। ଶେଷ ଇନ୍‌ଜୁରି ସମୟରେ ଡାୟଟ୍‌ ଉପାମେସାନୋଙ୍କ ପାସ୍‌ରେ ଓସ୍‌ମାନେ ଡେମ୍ବେଲ୍‌ (୯୦+୬)ଙ୍କ ଗୋଲ୍‌ରେ ଫ୍ରାନ୍ସ ସ୍ଥିତି ୪-୫ କରିଥିଲା। ତେବେ ଏହାର ଦୁଇ ମିନିଟ୍‌ ପରେ ବେଲିଂହାମ୍‌ (୯୦+୮) ଗୋଲ୍‌ ଦେଇ ଇଂଲଣ୍ଡର କାଂସ୍ୟ ପଦକ ନିଶ୍ଚିତ କରିଥିଲେ। ପୂର୍ବରୁ ୧୯୯୦ ଓ ୨୦୧୮ରେ ତୃତୀୟ ସ୍ଥାନ ମ୍ୟାଚ୍‌ ହାରି କାଂସ୍ୟ ପଦକ ଜିତିବାରେ ବିଫଳ ହୋଇଥିବା ଇଂଲଣ୍ଡର ଏହି ସ୍ବପ୍ନ ପୂରଣ ହୋଇଥିଲା। ଏଥିସହ ଇଂଲଣ୍ଡ କାଂସ୍ୟ ପଦକ ସହ ୨୯ ମିଲିଅନ୍‌ ଡଲାର ତଥା ଭାରତୀୟ ମୁଦ୍ରାରେ ପ୍ରାୟ ୨୭୯.୨୪ ‌କୋଟି ଟଙ୍କା ପକଟେସ୍ଥ କରିଛି। ସେହିଭଳି ଚତୁର୍ଥ ସ୍ଥାନ ହାସଲ କରିଥିବା ଫ୍ରାନ୍ ୨୭ ମିଳଲିୟନ୍‌ ଡଲାର ତଥା ୨୫୯.୯୮ କୋଟି ଟଙ୍କା ପାଇଛି।

ଅନ୍ୟପକ୍ଷରେ ବିଜୟ ସହ ୨୦୧୮ ବିଶ୍ବ ବିଜେତା ପ୍ରଶିକ୍ଷକ ଡିଡିଅର୍‌ ଡେସ୍‌ଚାମ୍ପ୍ସଙ୍କୁ ବିଦାୟ ଦେବା ଆଶାରେ ଥିବା ଫ୍ରାନ୍ସ ବିଫଳ ହୋଇଥିଲା। ଡେସ୍‌ଚାମ୍ପ୍ସ ପରାଜୟ ସହ ବିଦାୟ ନେଇଥିଲା ବେଳେ ଏମ୍‌ବାପେ ଏହି ମ୍ୟାଚ୍‌ରେ ୨ ଗୋଲ୍‌ କରି ଚଳିତ ବିଶ୍ବକପ୍‌ରେ ନିଜ ଗୋଲ୍‌ ସଂଖ୍ୟାକୁ ୧୦ରେ ପହଞ୍ଚାଇ ଗୋଲ୍‌‌ଡେନ୍‌ ବୁଟ୍‌ ଦୌଡ଼ରେ ନିଜ ସ୍ଥାନକୁ ଦୃଢ଼ କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.