ARTICLE AD BOX
ସ୍ପେନ୍ ନିକଟରେ ଫିଫା ବିଶ୍ବକପ୍ ଜିଣି ନେଇଛି। ଏହି ଦଳର ପ୍ରଶଂସକମାନେ ବିଭିନ୍ନ ଶୈଳୀରେ ଉତ୍ସବ ମନାଉଥିବା ବେଳେ ଇଟାଲିର ଜଣେ କଳାକାର ଅଭିନବ ଢଙ୍ଗରେ ଏହି ବିଜୟକୁ ଗୌରବାନ୍ବିତ କରିଛନ୍ତି।
/sambad/media/media_files/2026/07/23/shfshshfsfhhf-2026-07-23-00-16-03.jpg)
ସ୍ପେନ୍ ନିକଟରେ ଫିଫା ବିଶ୍ବକପ୍ ଜିଣି ନେଇଛି। ଏହି ଦଳର ପ୍ରଶଂସକମାନେ ବିଭିନ୍ନ ଶୈଳୀରେ ଉତ୍ସବ ମନାଉଥିବା ବେଳେ ଇଟାଲିର ଜଣେ କଳାକାର ଅଭିନବ ଢଙ୍ଗରେ ଏହି ବିଜୟକୁ ଗୌରବାନ୍ବିତ କରିଛନ୍ତି। ଏହି କଳାକାରଙ୍କ ନାମ ଡାରିଓ ଗାମ୍ବାରିନ୍ ଏବଂ ସେ ଟ୍ରାକ୍ଟରରେ ହଳ କରି ଏହି ବିଶାଳ ଚିତ୍ରକୁ ପ୍ରସ୍ତୁତ କରିଛନ୍ତି।
ଭେରୋନା ସହର ନିକଟସ୍ଥ ଗହମ ବିଲରେ ସେ ୨୦୦ ମିଟର ଉଚ୍ଚ ଫିଫା ଟ୍ରଫିର ଚିତ୍ର ଆଙ୍କିବା ସହିତ ସ୍ପେନ୍ର ଅନ୍ୟ ନାମ ‘ଏସ୍ପାନା’ ଉଲ୍ଲେଖ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବିଲରେ ଚିତ୍ର ଆଙ୍କିବା ଡାରିଓଙ୍କ ପାଇଁ ନୂଆ କଥା ନୁହେଁ। ସେ ଅତୀତରେ କୃଷି ଯନ୍ତ୍ରପାତି ବ୍ୟବହାର କରି ମାଟି ଉପରେ କେତେବେଳେ ବିଶ୍ବପ୍ରସିଦ୍ଧ ବ୍ୟକ୍ତିତ୍ବଙ୍କ ଚିତ୍ର ଆଙ୍କିଛନ୍ତି ତ କେତେବେଳେ ଐତିହାସିକ ଘଟଣାର ଅବତାରଣା କରିଛନ୍ତି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 week ago
6


