FIFA Referee Controversy: ଟ୍ରମ୍ପଙ୍କ ରେଡ୍‌କାର୍ଡ ସମା‌ଲୋଚନା: ବ୍ରାଜିଲ ରେଫରିଙ୍କୁ ଫିଫାର ସମର୍ଥନ

3 weeks ago 11
ARTICLE AD BOX

ନୂଆଦିଲ୍ଲୀ: ୟୁଏସ୍‌ଏ ଷ୍ଟ୍ରାଇକର୍‌ ଫୋଲାରିନ୍‌ ବାଲୋଗନ୍‌ଙ୍କୁ ରେଡ୍‌କାର୍ଡ ପ୍ରଦାନ ପରେ ରେଫରିଙ୍କୁ ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମାଲୋଚନା କରିଥିଲେ। ହେଲେ ବ୍ରାଜିଲ ରେଫରି ରାଫେଲ କ୍ଲଜ୍‌ଙ୍କ ଏହି ନିଷ୍ପତ୍ତିକୁ ବିଶ୍ବ ଫୁଟ୍‌ବଲ୍‌ର ସର୍ବୋଚ୍ଚ ସଂସ୍ଥା ଫିଫା ପୂର୍ଣ୍ଣ ସମର୍ଥନ କରିଛି। ବୋସନିଆ ଓ ହାର୍ଜେଗୋଭିନା ବିପକ୍ଷ ରାଉଣ୍ଡ-୩୨ ମ୍ୟାଚ୍‌ ବେ‌ଳେ ବାଲୋଗନ୍‌ ବିପକ୍ଷ ଖେଳାଳି ତାରିକ ମୁହାରେମୋଭିକ୍‌ଙ୍କ ଗୋଇଠିକୁ ବୁଟ୍‌ରେ ମାରି ଦେଇଥିଲେ। କ୍ଲଜ୍‌ ‘ଭାର୍‌’ ଯାଞ୍ଚ ପରେ ବାଲୋଗନଙ୍କୁ ରେଡ୍‌କାର୍ଡ ଦେଇଥିଲେ। ହେଲେ ଫିଫା ପରବର୍ତ୍ତୀ ସମୟରେ ବାଲୋଗନ୍‌ଙ୍କ ରେଡ୍‌କାର୍ଡ ନିଲମ୍ବନକୁ ବାତିଲ କରିଦେଇଥିଲା। ଟ୍ରମ୍ପ୍‌ କହିଥିଲେ, ଏହି ନିଷ୍ପତ୍ତି ସମୀକ୍ଷା ହେବାର ଆବଶ୍ୟକ ଥିଲା। 

୬୦୦ରୁ ଅଧିକ ମ୍ୟାଚ୍‌ ପରିଚଳାନ କରିଛନ୍ତି କ୍ଲଜ୍‌

କ୍ଲଜ୍‌ଙ୍କୁ ସିଧାସଳଖ କିଛି ଆକ୍ଷେପ ନକରି, ସେ କହିଥିଲେ ‘ଯଦି ତାଙ୍କର ଅତୀତ ଯାଞ୍ଚ କରିବ, ଟିକେ ସନ୍ଦେହଜନକକ’। ଏହାପରେ ଫିଫା ଏକ ବିବୃତ୍ତିରେ କହିଛି ଯେ, ରାଫେଲ କ୍ଲଜ୍‌ ଜଣେ ପ୍ରମୁଖ ବୃତ୍ତିଗତ ରେଫରି ଏବଂ ବିଶ୍ବକପ୍‌ରେ ଏଲିଟ୍‌ ରେଫରି ଗୋଷ୍ଠୀରେ ଅଛନ୍ତି। ତାଙ୍କ ଜୀବନରେ ସେ ସଚ୍ଚୋଟତାର ସହ ପ୍ରଦର୍ଶନ କରିଛନ୍ତି। ରେଫରିଙ୍କୁ ଓ ମ୍ୟାଚ୍‌ ପରିଚଳାନା ନିୟମକୁ ସମ୍ମାନ କରିବା ଉଚିତ। କାରଣ ରେଫରି ବିନା ଫୁଟ୍‌ବଲ୍‌ ଖେଳ ହୋଇପାରିବନି’’। ୪୫ ବର୍ଷୀୟ କ୍ଲଜ୍‌ ତାଙ୍କ ରେଫରି ଜୀବନରେ ୬୦୦ରୁ ଅଧିକ ମ୍ୟାଚ୍‌ ପରିଚଳାନ କରିଛନ୍ତି। କ୍ଲଜ୍‌ ଦ୍ବିତୀୟ ଫିଫା ବିଶ୍ବକପ୍‌ରେ ରେଫରି ଦାୟିତ୍ବ ତୁଲାଇଛନ୍ତି। ସେ ଆମ ସହ ୨୦୨୨ କତରରେ ମଧ୍ୟ ଥିଲେ। ତାଙ୍କ ପାଖରେ ବହୁତ ଅଭିଜ୍ଞତା ରହିଛି। ଆମର ତାଙ୍କ ଉପରେ ପୂରା ଭରସା ରହିଛି ବୋଲି ଫିଫାର ମୁଖ୍ୟ ରେଫରି ଅଧିକାରୀ ଓ ରେଫରି କମିଟି ଅଧ୍ୟକ୍ଷ ପିଏର୍‌ଲୁଇଗି କୋଲିନା କହିଛନ୍ତି।

Gujarat High Court: ଅହମଦାବାଦ ସିରିଏଲ୍ ବ୍ଲାଷ୍ଟ ମାମଲା: ୩୮ ଜଣଙ୍କ ଫାଶୀ ସଜା କାଏମ ରଖିଲେ ଗୁଜରାଟ ହାଇକୋର୍ଟ

Read Entire Article
LEFT SIDEBAR AD

Hidden in mobile, Best for skyscrapers.