Farewell, monsoon: ବିଦାୟ ନେଉଛି ମୌସୁମୀ! ମହାକାଶରୁ ଦୃଶ୍ୟମାନ ମେଘମୁକ୍ତ ଭାରତର ଚିତ୍ର

1 week ago 7
ARTICLE AD BOX

ନୂଆଦିଲ୍ଲୀ: ସଦ୍ୟ ଜାରି ହୋଇଥିବା ଉପଗ୍ରହ (ସାଟେଲାଇଟ୍‌) ଚିତ୍ରରୁ ଭାରତର ଆକାଶ ପ୍ରାୟତଃ ମେଘମୁକ୍ତ ଦେଖାଯାଉଥିବାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବିଦାୟ ନେବା ଆରମ୍ଭ କରିଛି ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ବିଶେଷ କରି ଉତ୍ତର-ପଶ୍ଚିମ ଓ ମଧ୍ୟ ଭାରତରେ ମେଘାଚ୍ଛନ୍ନ ସ୍ଥିତି ଯଥେଷ୍ଟ ହ୍ରାସ ପାଇଥିବା ଜଣାପଡ଼ିଛି। ତେବେ ମହାକାଶରୁ ସ୍ପଷ୍ଟ ଆକାଶ ଦୃଶ୍ୟମାନ ହେଉଥିଲେ ହେଁ ଭାରତରୁ ମୌସୁମୀର ଆନୁଷ୍ଠାନିକ ବିଦାୟ ପ୍ରକ୍ରିୟା ଏପର୍ଯ୍ୟନ୍ତ ଆରମ୍ଭ ହୋଇନଥିବା ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Half marathon: ସତାରା ହିଲ୍‌ ହାଫ୍‌ ମାରାଥନ୍‌ରେ ଦୁଃଖୀଶ୍ୟାମ ଦ୍ବିତୀୟ

ମେଘମୁକ୍ତ ଆକାଶର ଏହି ପରିବର୍ତ୍ତନ କେବଳ ଭାରତୀୟ ଉପମହାଦ୍ୱୀପ ମଧ୍ୟରେ ସୀମାବଦ୍ଧ ନାହିଁ। ଆରବ ସାଗରଠାରୁ ଆରମ୍ଭ କରି ପଶ୍ଚିମ ପ୍ରଶାନ୍ତ ମହାସାଗର, ଚୀନ୍‌, ଇଣ୍ଡୋନେସିଆ, ସୁମାତ୍ରା ଏବଂ ଦକ୍ଷିଣ ଓ ପୂର୍ବ ଏସିଆର ବିଶାଳ ଭୂଭାଗରେ ମଧ୍ୟ ମେଘାଚ୍ଛନ୍ନ ସ୍ଥିତି ବ୍ୟାପକ ଭାବେ ହ୍ରାସ ପାଇଛି। ଏହି ବୃହତ୍‌ ପରିବର୍ତ୍ତନ ପଛରେ ଶକ୍ତିଶାଳୀ ‘ଏଲ୍‌ ନିନୋ’ ପ୍ରଭାବ ରହିଥିବା ଏବଂ ବାୟୁମଣ୍ଡଳୀୟ ପରିଚାଳନା ପ୍ରକ୍ରିୟାରେ ପରିବର୍ତ୍ତନ ହେତୁ ଆଞ୍ଚଳିକ ମୌସୁମୀ ସକ୍ରିୟତା ଦୁର୍ବଳ ହେଉଥିବା ପାଣିପାଗ ବିଜ୍ଞାନୀମାନେ ପ୍ରକାଶ କରିଛନ୍ତି।

ଉତ୍ତର-ପଶ୍ଚିମ ଓ କେନ୍ଦ୍ରୀୟ ଭାରତରୁ ମେଘମାଳା ଗ‌ାଏବ
ଦୁର୍ବଳ ହେଉଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

Eiffel tower: ମହିଳା କର୍ମଚାରୀଙ୍କୁ ଦୂରେଇ ରଖିବା ଅଭିଯୋଗ; ବନ୍ଦ ହେଲା ଆଇଫେଲ୍‌ ଟାୱାର

ସେପ୍ଟେମ୍ବର ୧୫ ତାରିଖ ପରେ ଉତ୍ତର-ପଶ୍ଚିମ ଭାରତର କେତେକ ଅଞ୍ଚଳରୁ ମୌସୁମୀର ଆନୁଷ୍ଠାନିକ ବିଦାୟ ପ୍ରକ୍ରିୟା ଆରମ୍ଭ ହେବାର ସମ୍ଭାବନା ରହିଛି।  ୟୁରୋପିଆନ୍‌ ସେଣ୍ଟର ଫର୍‌ ମିଡିୟମ୍‌-ରେଞ୍ଜ ୱେଦର ଫୋରକାଷ୍ଟ (ଇସି ଏମ୍‌ଡବ୍ଲୁଏଫ୍‌) ଏବଂ ‘ଗ୍ଲୋବାଲ୍‌ ଫୋର୍‌କାଷ୍ଟ ସିଷ୍ଟମ୍‌’ (ଜିଏଫ୍‌ଏସ୍‌)ର ପୂର୍ବାନୁମାନ ଅନୁଯାୟୀ, ସେପ୍ଟେମ୍ବର ଦ୍ୱିତୀୟଭାଗରେ ଉତ୍ତର-ପଶ୍ଚିମ ଭାରତରେ ମୌସୁମୀ ପ୍ରତ୍ୟାହାର ପାଇଁ ବାୟୁମଣ୍ଡଳୀୟ ସ୍ଥିତି ଅନୁକୂଳ ହେବ। ସେପ୍ଟେମ୍ବର ୨୧ ସୁଦ୍ଧା ଏକ ବିପରୀତ ଘୂର୍ଣ୍ଣିବଳୟ ସମ୍ପୂର୍ଣ୍ଣ ସକ୍ରିୟ ହୋଇ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବ। ମୌସୁମୀ ବାୟୁ ପ୍ରତ୍ୟାହାର ସହିତ ବିଶାଳ ଭୂଭାଗରେ ବର୍ଷାର ପରିମାଣ ହ୍ରାସ ପାଇବ, ଆକାଶ ନିର୍ମଳ ରହିବ ଏବଂ ଆର୍ଦ୍ରତା ହ୍ରାସ ପାଇ ଶୁଷ୍କ ପାଣିପାଗ ଅନୁଭୂତ ହେବ। ବର୍ତ୍ତମାନ ଉପଗ୍ରହ ଚିତ୍ରରେ ଦୃଶ୍ୟମାନ ହେଉଥିବା ମେଘମୁକ୍ତ ସ୍ଥିତି କେବଳ ମୌସୁମୀ ଦୁର୍ବଳ ହେବାର ସଙ୍କେତ ଦେଉଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.