Family Deaths: ଗୋଟିଏ ପରିବାରର ୫ ସଦସ୍ୟଙ୍କ ମୃତଦେହ ଉଦ୍ଧାର: ବିଷ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ

2 weeks ago 9
ARTICLE AD BOX

ରାୟପୁର:ଛତିଶଗଡ଼ର ରାୟପୁର ସ୍ଥିତ ସଞ୍ଜୟ ନଗର ଅଞ୍ଚଳରେ ଶନିବାର ଭୋର ସମୟରେ ଗୋଟିଏ ଭଡ଼ା ଘରୁ ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କ ମୃତଦେହ ମିଳିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପାରିପାର୍ଶ୍ୱିକ ସ୍ଥିତିରୁ ପରିବାରର ସମସ୍ତ ସଦସ୍ୟ କୌଣସି ବିଷାକ୍ତ ଦ୍ରବ୍ୟ ସେବନ କରି ଆତ୍ମହତ୍ୟା କରିଥିବା ପୁଲିସ ପ୍ରାଥମିକ ଯାଞ୍ଚରୁ ସନ୍ଦେହ କରୁଛି। ତେବେ ମୃତ୍ୟୁର ପ୍ରକୃତ କାରଣ ଶବ ବ୍ୟବଚ୍ଛେଦ ଓ ଫୋରେନ୍ସିକ୍ ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହେବ ବୋଲି ପୁଲିସ ଅଧିକାରୀମାନେ ପ୍ରକାଶ କରିଛନ୍ତି।

ସ୍ଥାନୀୟ ଲୋକେ ସ୍ତବ୍ଧ

ମୃତକମାନଙ୍କୁ ପରିବାରର ମୁଖ୍ୟ ସୟଦ ସାଜିଦ ସାଜୁ (୫୦), ତାଙ୍କ ପତ୍ନୀ ରାବିଆ ବାନୋ, ସେମାନଙ୍କ ୨୦ ବର୍ଷର ପୁଅ ସୟଦ ଇରଶାଦ ଅଲି ଓ ଦୁଇ ନାବାଳିକା ଝିଅ ଶାହିନା (୧୭) ଓ ଶବା (୧୫) ଭାବେ ଚିହ୍ନଟ କରାଯାଇଛି। ଟିକରାପଡ଼ା ଥାନା ପ୍ରଭାରୀ ରାଜେଶ ମାରାଇ ଜଣାଇଛନ୍ତି ଯେ, ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଫୋରେନ୍ସିକ୍ ସାଇନ୍ସ ଲାବୋରେଟୋରୀ ଦଳକୁ ଡକାଇ ପ୍ରମାଣ ସଂଗ୍ରହ କରାଯିବା ସହ ଉକ୍ତ ସ୍ଥାନକୁ ସିଲ୍ କରାଯାଇଛି। ପୁଲିସ ଏବେ ଘରର ବିଭିନ୍ନ ଆସବାବପତ୍ର, ମୋବାଇଲ୍ ଫୋନ୍, ଦସ୍ତାବିଜ୍ ଏବଂ ସ୍ଥାନୀୟ ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହ ପଡ଼ୋଶୀମାନଙ୍କୁ ପଚରାଉଚରା ଜାରି ରଖିଛି। ଘଟଣାକୁ ନେଇ ସ୍ଥାନୀୟ ଲୋକେ ସ୍ତବ୍ଧ ହୋଇଯାଇଥିବା ବେଳେ ତଦନ୍ତ ପ୍ରକ୍ରିୟା ଚାଲୁଥିବାରୁ କୌଣସି ଗୁଜବ ଉପରେ ବିଶ୍ୱାସ ନକରିବାକୁ ପୁଲିସ ଜନସାଧାରଣଙ୍କୁ ଅପିଲ୍ କରିଛି।

Abhijit Deepake: ସୋନମ ୱାଙ୍ଗଚୁକ୍‌ଙ୍କ ପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନରେ ବସିଲେ ଅଭିଜିତ୍ ଦୀପକେ

Read Entire Article
LEFT SIDEBAR AD

Hidden in mobile, Best for skyscrapers.