ARTICLE AD BOX
ରେମୁଣା: ବାଲେଶ୍ବରସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟର ୨୮ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ହିନ୍ଦୀ ସାହିତ୍ୟିକ, ସାମ୍ବାଦିକ ଓ ସମ୍ପାଦକ ବଳରାମ ପ୍ରେମ ନାରାୟଣଙ୍କୁ ସମ୍ମାନଜନକ ‘ଫକୀରମୋହନ ଜାତୀୟ ସାହିତ୍ୟ ସମ୍ମାନ–୨୦୨୬’ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ନୀଳଗିରି ବିଧାୟକ ସନ୍ତୋଷ କୁମାର ଖଟୁଆ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଚ୍ଚମାନର ଶିକ୍ଷା, ଗବେଷଣା, ନବସୃଜନ ଓ ସାହିତ୍ୟ ସଂସ୍କୃତିର ବିକାଶ କ୍ଷେତ୍ରରେ ବିଶ୍ୱବିଦ୍ୟାଳୟର ଉଲ୍ଲେଖନୀୟ ଉଦ୍ୟମକୁ ଉଚ୍ଚପ୍ରଶଂସା କରିଥିଲେ। ମୁଖ୍ୟବକ୍ତା ଶ୍ରୀ ବଳରାମ ଫକୀରମୋହନ ସେନାପତିଙ୍କୁ ଭାରତୀୟ ସାହିତ୍ୟର ଅନ୍ୟତମ ଶ୍ରେଷ୍ଠ ସ୍ରଷ୍ଟା ଭାବେ ଅଭିହିତ କରିବା ସହିତ ତାଙ୍କର ସମସ୍ତ ସାହିତ୍ୟକୃତିକୁ ହିନ୍ଦୀ ଭାଷାରେ ଅନୁବାଦ କରି ପ୍ରକାଶ କରିବା ନେଇ ଘୋଷଣା କରିଥିଲେ।
Workshop: ‘ସରକାର ସହରାଞ୍ଚଳ ସ୍ଥାନୀୟ ନିକାୟକୁ ସ୍ୱାବଲମ୍ବୀ ଓ ସ୍ଥାୟୀ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି’
ବଳରାମ ପାଇଲେ ‘ଫକୀରମୋହନ ଜାତୀୟ ସାହିତ୍ୟ ସମ୍ମାନ’
ଫକୀରମୋହନ ଭାରତୀୟ ସାହିତ୍ୟର ଅନ୍ୟତମ ଶ୍ରେଷ୍ଠ ସ୍ରଷ୍ଟା: ବଳରାମ
କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ନିଜ ଅଭିଭାଷଣରେ ଉଚ୍ଚମାନର ଶିକ୍ଷା, ଗୁଣାତ୍ମକ ଗବେଷଣା, ନବସୃଜନ, ଡିଜିଟାଲ୍ ପରିବର୍ତ୍ତନ, ଶିଳ୍ପାନୁଷ୍ଠାନ ସହ ସହଭାଗିତା ଏବଂ ସମାଜମୁଖୀ କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ୱବିଦ୍ୟାଳୟକୁ ବିଶ୍ୱସ୍ତରୀୟ ଶିକ୍ଷା ଓ ଗବେଷଣା କେନ୍ଦ୍ରରେ ପରିଣତ କରିବା ପାଇଁ ଆହ୍ୱାନ ଦେଇଥିଲେ। ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ସନ୍ତୋଷ କୁମାର ଅଗ୍ରୱାଲା ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ କୁଳସଚିବ କୁକୁମୀନା ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। କୁଳାଧିପତି ଡ. ହରିବାବୁ କମ୍ଭମ୍ପାଟିଙ୍କ ବାର୍ତ୍ତାକୁ ପ୍ରଫେସର ନିହାର ରଞ୍ଜନ ରାଉତ ପାଠ କରିଥିଲେ।
ଏହି ଅବସରରେ ବିଶିଷ୍ଟ ସାହିତ୍ୟିକ ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ ଓ ଡକ୍ଟର ସୋମା ଚାନ୍ଦଙ୍କୁ ‘ବ୍ୟାସ ଗୌରବ ସମ୍ମାନ–୨୦୨୬’ ପ୍ରଦାନ କରାଯାଇଥିଲା। ପ୍ରିୟଙ୍କା ପ୍ରିୟଦର୍ଶିନୀ ଦାସଙ୍କୁ ‘ଫକୀରମୋହନ ବିଶ୍ୱବିଦ୍ୟାଳୟ ଯୁବ ଗାଳ୍ପିକା ପୁରସ୍କାର–୨୦୨୬’, ବାବୁଲ କୁମାର କବିଙ୍କୁ ‘ମନୋଜ ନବପ୍ରତିଭା କବିତା ପୁରସ୍କାର–୨୦୨୬’, ସୋନାଲି ନାୟକଙ୍କୁ ‘ଜୟନ୍ତ ମହାପାତ୍ର କବିତା ପୁରସ୍କାର–୨୦୨୬’ ଏବଂ ରାଜଲକ୍ଷ୍ମୀ ବେହେରାଙ୍କୁ ‘ଡକ୍ଟର ପ୍ରସନ୍ନ କୁମାର ସ୍ମାରକ ପୁରସ୍କାର–୨୦୨୬’ ପ୍ରଦାନ କରାଯାଇଥିଲା।
Attack: ପବିତ୍ର ମୋହନ ପ୍ରଧାନ ଚିକିତ୍ସାଳୟ ଷ୍ଟାର୍ଫ ନର୍ସଙ୍କୁ ଛୁରା ମାଡ଼
ପ୍ରତିଷ୍ଠା ଦିବସ ଅବସରରେ ଅନୁଷ୍ଠିତ ଚିତ୍ରାଙ୍କନ, ଓଡ଼ିଆ ପ୍ରବନ୍ଧ, ଇଂରାଜୀ ପ୍ରବନ୍ଧ ଓ ଓଡ଼ିଆ ବିତର୍କ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ଅନ୍ତଃବିଶ୍ୱବିଦ୍ୟାଳୟ କର୍ମଚାରୀ ଭଲିବଲ୍ ପ୍ରତିଯୋଗିତାର ବିଜେତା ଦଳମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଏହି ପ୍ରତିଯୋଗିତାରେ ଫକୀରମୋହନ ବିଶ୍ୱବିଦ୍ୟାଳୟ ଚାମ୍ପିଅନ୍ ହୋଇଥିବାବେଳେ ସମ୍ବଲପୁରବିଶ୍ୱବିଦ୍ୟାଳୟ ଉପବିଜେତା ଏବଂ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଦ୍ୱିତୀୟ ଉପବିଜେତା ହୋଇଥିଲା। ୨୦୨୪, ୨୦୨୫ ଓ ୨୦୨୬ ଶିକ୍ଷାବର୍ଷ ପାଇଁ ଶଲ୍ୟଚିକିତ୍ସା ଓ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ କୃତୀ ଛାତ୍ରଛାତ୍ରୀଙ୍କୁ ଚିତ୍ରମଣି ପାଣିଗ୍ରାହୀ ଓ ଡକ୍ଟର ଦୀନବନ୍ଧୁ ପାଣିଗ୍ରାହୀ ସ୍ମୃତି ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଥିଲା। ବିଶ୍ୱବିଦ୍ୟାଳୟକୁ ୧୭ ଆସନ ବିଶିଷ୍ଟ ବୈଦ୍ୟୁତିକ ଯାନ ଦାନ କରିଥିବା ୟୁକୋ ବ୍ୟାଙ୍କର ବାଲେଶ୍ୱର କ୍ଷେତ୍ରୀୟ ମୁଖ୍ୟ ତଥା ସହକାରୀ ମହାପ୍ରବନ୍ଧକ ନୀତିଶ କୁମାର ମହାନ୍ତିଙ୍କୁ ମଧ୍ୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମାରୋହ ଅବସରରେ ‘ଫକୀରମୋହନ ବିଶ୍ୱବିଦ୍ୟାଳୟ ବାର୍ଷିକ ବିବରଣୀ ୨୦୨୫-୨୬’ ଓ ‘ଫକୀରମୋହନ ଶବ୍ଦାବଳୀ’ ଉନ୍ମୋଚିତ ହୋଇଥିଲା। ବିଶ୍ୱବିଦ୍ୟାଳୟର ଉନ୍ନୟନ ଅଧିକାରୀ ପ୍ରଫେସର ପବିତ୍ର ମୋହନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

3 weeks ago
10


