Exam Irregularities କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଇସ୍ତଫା ଦାବିରେ ଯୁବ ସଂଗଠନର ବିକ୍ଷୋଭ

2 weeks ago 8
ARTICLE AD BOX

ମାଲକାନଗିରି( ପ୍ରେମେନ୍ଦ୍ର ପରିଚ୍ଛା):  ଦେଶର ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଏବଂ ନିଟ୍‌ ଆଦି ପରୀକ୍ଷାରେ ବ୍ୟାପକ ଅନିୟମିତତାକୁ ନେଇ ଆଜି ମାଲକାନଗିରି ଜିଲ୍ଲା ଯୁବ ସଂଗଠନ ପକ୍ଷରୁ ଏକ ବିକ୍ଷୋଭ ପଦଯାତ୍ରାର ଆୟୋଜନ କରାଯାଇଛି। 

ଆଜି (ସୋମବାର) ମାଲକାନଗିରି ଜିଲ୍ଲା ଯୁବ ସଂଗଠନ ପକ୍ଷରୁ ସ୍ଥାନୀୟ ଡିଏନକେ ପଡିଆ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିରାଟ ରାଲିରେ ଜିଲ୍ଲାର ଶତାଧିକ ଯୁବକ,ଛାତ୍ରଛାତ୍ରୀମାନେ ରାଲିରେ ବାହାରି ରାଷ୍ଟ୍ରପତିଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।

Cockroach Party: ଯନ୍ତର ମନ୍ତରଠାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ କକ୍ରୋଚ ଜନତା ପାର୍ଟିର ଆନ୍ଦୋଳନ

ଏହି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି, ପ୍ରଶ୍ନପତ୍ର ପ୍ରଘଟ ଯୋଗୁଁ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ହେଉଛି।  ଜାତୀୟ ପ୍ରତିଯୋଗିତାମୂଳକ ପରୀକ୍ଷା ବ୍ୟବସ୍ଥା ଯେପରି ନିଟ୍,ୟୁଜିସି-ନେଟ ଏବଂ ସିବିଏସସି ପରୀକ୍ଷା ସମେତ ବର୍ତ୍ତମାନ ଦେଖାଦେଇଥିବା ଗମ୍ଭୀର ପ୍ରଶାସନିକ ବିଫଳତା, ନିରନ୍ତର ପେପର ଲିକ୍ ଏବଂ ସ୍ୱଚ୍ଛତାର ଅଭାବ ରହିଛି।  ଏଭଳି ବାରମ୍ବାର ସଙ୍କଟ ଯୋଗୁଁ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ପରିବାର ପାଇଁ ଅତ୍ୟନ୍ତ ମାନସିକ ଯନ୍ତ୍ରଣା ସୃଷ୍ଟି କରିଛି। ଏହାଦ୍ବାରା ଆମ ଦେଶର ଶିକ୍ଷା ପ୍ରଶାସନ ପ୍ରତି ସାଧାରଣ ଲୋକଙ୍କ ବିଶ୍ୱାସ ଉଠିଯିବ ବୋଲି କୁହାଯାଇଛି।

Cockroach party: ଜୟପୁରରେ ‘କକ୍ରୋଚ୍ ପାର୍ଟି’ ପ୍ରତିଷ୍ଠାତାଙ୍କୁ ଚାପୁଡ଼ା ମାଡ଼: ବେକାରୀ ସମସ୍ୟାକୁ ଦାୟୀ କଲେ ଅଭିଜିତ୍ ଦୀପକେ

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏହି ବ୍ୟବସ୍ଥାଗତ ବିଭ୍ରାଟ ପାଇଁ ନୈତିକ ଦାୟିତ୍ୱ ବହନ କରିବାକୁ ପଡିବ।  କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତୁରନ୍ତ ଇସ୍ତଫା କିମ୍ବା ବହିଷ୍କାର ଦାବି କରୁଛୁ। ବାରମ୍ବାର ପରୀକ୍ଷା ପତ୍ର ଲିକ୍ ଏବଂ ବ୍ୟବସ୍ଥାଗତ ଅନିୟମିତତାର ଏକ ସ୍ୱାଧୀନ ଏବଂ ଉଚ୍ଚସ୍ତରୀୟ ନ୍ୟାୟିକ ତଦନ୍ତ ଗଠନ କରିବାକୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଦାବି କରାଯାଇଛି। 

ଆଜିର ଏହି ବିକ୍ଷୋଭ ଓ ରାଲିରେ ଯୁବ ସଂଗଠକମାନଙ୍କ ମଧ୍ୟରୁ ରବୀ ରାଜେଶ,ଇସାକ ଖୋସଲା, ସନ୍ତୋଷ ପଟ୍ଟନାୟକ, ଅଭିଷେକ ବାଗ, ଟି.ମୁତ୍ୟାଲୁ ରାଓ,ହୃ ଷିକେଶ ଚୌଧୁରୀ, ସୁନୀଲ ସେଠୀ, ଅର୍ସଦ ଖାନ, ହୃଷିକେଶ ବେହେରା, ବଂଶୀ ବୁରୁଦା, ଦେବାଶିଷ ଦେବନାଥ, ଦୀପାରାଣୀ ନାୟକ, ସ୍ବାଧନ ବେହେରାଙ୍କ ନେତୃତ୍ବରେ ଶତାଧିକ ଯୁବକ,ଯୁବତୀ,ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.