EPFO: ଇପିଏଫ୍‌ଓର ହ୍ବାଟ୍‌ସଆପ୍‌ ଚ୍ୟାନେଲ୍‌ ଆରମ୍ଭ: ହାତପାଆନ୍ତାରେ ମିଳିବ ସୂଚନା

3 days ago 4
ARTICLE AD BOX

ନୂଆଦିଲ୍ଲୀ: ସଦସ୍ୟମାନଙ୍କ ପାଖରେ ସୁବିଧାରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଓ ସୂଚନା ପହଞ୍ଚାଇବା ଲକ୍ଷ୍ୟ ନେଇ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ପକ୍ଷରୁ ହ୍ବାଟସ୍‌ଆପ୍‌ ଚ୍ୟାନେଲ୍‌ ଆରମ୍ଭ କରାଯାଇଛି। ସେହି ଚ୍ୟାନେଲ୍‌କୁ ଅନୁସରଣ କରିବାକୁ ସଂଗଠନ ପକ୍ଷରୁ ସଦସ୍ୟମାନଙ୍କୁ ଆହ୍ବାନ ଦିଆଯାଇଛି। ଉକ୍ତ ଚ୍ୟାନେଲ ଜରିଆରେ ସେମାନେ ଭବିଷ୍ୟନିିଧି ଖାତା ସମ୍ପର୍କରେ ଜରୁରୀ ସୂଚନା ପାଇପାରିବେ। https://www.whatsapp.com/channel/0029Vb6kmH48Pgs8ftd6Kw3Y ଲିଙ୍କ ଜରିଆରେ ସଦସ୍ୟମାନେ ଇପିଏଫ୍‌ଓର ଅଫିସିଆଲ୍‌ ହ୍ବାଟସ୍‌ଆପ୍‌ ଚ୍ୟାନେଲ୍‌କୁ ହାସଲ କରିପାରିବେ। ଏହି ଚ୍ୟାନେଲରେ ଶିକ୍ଷଣୀୟ ବିଷୟବସ୍ତୁ ମଧ୍ୟ ଉପଲବ୍ଧ କରାଯିବ। ଇପିଏଫ୍‌ ଅଗ୍ରିମ ଉଠାଣ, ଇପିଏଫ୍‌ ଯୋଗଦାନ ଆଦି ସମ୍ପର୍କରେ ୟୁଟ୍ୟୁବ୍‌ ଭିଡିଓ ଉପଲବ୍ଧ କରାଯିବ।

ଆହୁରି ପଢନ୍ତୁ: India: ଭାରତ ‘କୃତ୍ରିମ ସୂର୍ଯ୍ୟ’ ନିର୍ମାଣର ନିକଟତର, ଏସ୍‌ଏସ୍‌ଟି-୧ରେ ଲାଗିଲା ନୂଆ ଗାଇରୋଟ୍ରନ୍‌

ପ୍ରଧାନମନ୍ତ୍ରୀ ବିକଶିତ ରୋଜଗାର ଯୋଜନା ସମ୍ପର୍କରେ ମଧ୍ୟ ସୂଚନା ପ୍ରଦାନ କରାଯିବ। ଇପିଏଫ୍‌ଓର ଅଫିସିଆଲ ୱେବସାଇଟ୍‌ରେ ସଦସ୍ୟମାନେ ଅଗ୍ରିମ, ଉଠାଣ, ୟୁଏଏନ୍‌ ସକ୍ରିୟ କରିବା, ଦାବି ଓ ଖାତା ସ୍ଥାନାନ୍ତର, କେୱାଇସି ଓ ପେନ୍‌ସନ ସମ୍ପର୍କିତ ସେବା ପାଇପାରୁଛନ୍ତି। ଦେଶର ବିଭିନ୍ନ ବ୍ୟାଙ୍କ ହ୍ବାଟସ୍‌ଆପ୍‌ ଜରିଆରେ ସେବା ପ୍ରଦାନ କରୁଛନ୍ତି। ସେହି ଅନୁସାରେ ହ୍ବାଟସ୍‌ଆପ୍‌ ସେବା ଆରମ୍ଭ କରିବାକୁ ଗତ ମେ ମାସରେ ଇପିଏଫ୍ଓ କାମ ଆରମ୍ଭ କରିଥିଲା। ଦେଶରେ ୫୦ କୋଟିରୁ ଅଧିକ ଲୋକ ହ୍ବାଟସ୍‌ଆପ୍‌ ବ୍ୟବହାର କରୁଥିବାରୁ ଏହି ମାଧ୍ୟମ ଜରିଆରେ ସହଜରେ ସଦସ୍ୟମାନଙ୍କ ପାଖରେ ସୂଚନା ପହଞ୍ଚାଇହେବ ବୋଲି ଇପିଏଫ୍‌ଓ ଭାବୁଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.