EPFO: ଇପିଏଫ୍‌ଓ ବେତନ ସୀମା ୨୫ ହଜାରକୁ ବୃଦ୍ଧି: ୫୧ ଲକ୍ଷ ନୂଆ କର୍ମଚାରୀ ସାମିଲ ହେବେ

23 hours ago 2
ARTICLE AD BOX

ନୂଆଦିଲ୍ଲୀ: ସଂଗଠିତ ଘରୋଇ କ୍ଷେତ୍ରକୁ ଏକ ବଡ଼ ଉପହାର ସ୍ବରୂପ କେନ୍ଦ୍ର ସରକାର କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ)ରେ ବାଧ୍ୟତାମୂଳକ ଭାବେ ସାମିଲ ହେବା ଲାଗି କର୍ମଚାରୀଙ୍କ ମାସିକ ବେତନ ସୀମାକୁ ୧୫ ହଜାର ଟଙ୍କାରୁ ବଢ଼ାଇ ୨୫ ହଜାର ଟଙ୍କା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ କମିଟି ବୈଠକରେ ଏ ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁର କରାଯାଇଛି। ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ଏହାଦ୍ବାରା ୫୧ ଲକ୍ଷ ଅତିରିକ୍ତ କର୍ମଚାରୀ ଇପିଏଫ୍‌ଓ ଅଧୀନରେ ସାମିଲ ହୋଇପାରି‌ବେ। ବେତନସୀମା ବୃଦ୍ଧି କରାଯାଇଥିବାରୁ ସରକାରଙ୍କୁ ବାର୍ଷିକ ୧୧,୩୩୯ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ, ଯାହା ୧୦,୨୫୦ ‌କୋଟି ଟଙ୍କାର ବଜେଟ ସହାୟତାଠାରୁ ଅଧିକ। ୫ ବର୍ଷରେ ଏଥିପାଇଁ ୫୬,୬୯୬ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି।

Tragedy during festivities: ପାର୍ବଣରେ ଅଘଟଣ: ପାଣିରେ ବୁଡ଼ି ପ୍ରାଣ ହରାଇଲେ ୧୪ ଜଣ, ଗୋପାଳପୁର ସାଇଫନ୍‌ରେ ବୁଡ଼ି ୪ ମୃତ

୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଇପିଏଫ୍ଓ ବେତନ ସୀମା ୬୫୦୦ ଟଙ୍କାରେ ଅପରିବର୍ତ୍ତିତ ରହିଥିଲା। ୨୦୧୪ ସେପ୍ଟେମ୍ବରରେ ତାହା ୧୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିଲା। ତେବେ ଏକ ଦଶନ୍ଧିରୁ ଅଧିକ ସମୟ ଭିତରେ କର୍ମଚାରୀମାନଙ୍କ ବେତନରେ ହୋଇଥିବା ବୃଦ୍ଧି, ବର୍ଦ୍ଧିତ ଆୟ ଓ ସଂଗଠିତ କ୍ଷେତ୍ର ସମ୍ପ୍ରସାରିତ ହେଉଥିବାରୁ ସରକାର ପୁଣି ଥରେ ବେତନ ସୀମା ବଢ଼ାଇଛନ୍ତି। ବେତନ ସୀମାର ଅର୍ଥ ହେଉଛି ଇପିଏଫ୍‌ଓରେ ସାମିଲ ହୋଇଥିବା କିମ୍ବା ହେବାକୁ ଯାଉଥିବା କର୍ମଚାରୀଙ୍କ ବେତନ ଯେତେ ଅଧିକ ହୋଇଥାଉ ନା କାହିଁକି, ସେମାନଙ୍କ ସର୍ବୋଚ୍ଚ ବେତନକୁ ୨୫ ହଜାର ଟଙ୍କା ବିଚାର କରି ସେଥିରୁ କର୍ମଚାରୀଙ୍କ ବାବଦ ୧୨ ପ୍ରତିଶତ ଓ ନିଯୁକ୍ତିଦାତାଙ୍କ ବାବଦ ସମାନ ପରିମାଣର ଅବଦାନ ରାଶି କାଟି ଇପିଏଫ୍‌ ଖାତା ଓ ପେନ୍‌ସନ୍‌ ଖାତାରେ ଜମା କରାଯିବ। ଜମାରାଶି ଉପରେ ସଦସ୍ୟମାନେ ପ୍ରତିବର୍ଷ ସୁଧ ପାଉଛନ୍ତି। ବେତନ ସୀମା ବୃଦ୍ଧି ପ୍ରସ୍ତାବ ଉପରେ ଗତ ଜୁନ ୧୬ରେ ଅନୁଷ୍ଠିତ ଅନ୍ତଃ-ମନ୍ତ୍ରୀସ୍ତରୀୟ ବୈଠକରେ ଆଲୋଚନା ହୋଇଥିଲା ଓ ଏଥିପାଇଁ ବ୍ୟୟ ଆର୍ଥିକ କମିଟି ତରଫରୁ ସୁପାରିସ କରାଯାଇଥିଲା। ଇପିଏଫ୍‌ଓ ଅଧୀନରେ ବର୍ତ୍ତମାନ ୭.୮୯ କୋଟି ସଦସ୍ୟ ଓ ୭.୬୮ ଲକ୍ଷ ନିଯୁକ୍ତିଦାତା ରହିଛନ୍ତି। ଏହା ବ୍ୟତୀତ ପ୍ରାୟ ୮୨ ଲକ୍ଷ ପେନ୍‌ସନ୍‌ଭୋଗୀ ମଧ୍ୟ ରହିଛନ୍ତି।

Asgar Bora: ପ୍ରଧାନମନ୍ତ୍ରୀଙ୍କ ସହଯୋଗ ପରେ ବିବାଦୀୟ ଜମି ଫେରିପାଇଲେ ଅସଗର୍‌ ବୋରା

Read Entire Article
LEFT SIDEBAR AD

Hidden in mobile, Best for skyscrapers.