Environmentalist: ପରିବେଶ ଯୋଦ୍ଧା: ବାସହୀନ ପକ୍ଷୀ ପାଇଁ ବ୍ୟାକୁଳ ବୃକ୍ଷବାବା

1 week ago 12
ARTICLE AD BOX

ବୃକ୍ଷ ବଞ୍ଚିଲେ ସମଗ୍ର ଜୀବଜଗତ ତିଷ୍ଠି ରହିବ। ଏହି ମୂଲ୍ୟବୋଧକୁ ହୃଦ୍‌ବୋଧ କରି ତିରିଶ ବର୍ଷ ହେଲା ବୃକ୍ଷରୋପଣ ଓ ଗୋ ସେବାରେ ନିଜ ଜୀବନକୁ ସମର୍ପିତ କରିଛନ୍ତି ବେଗୁନିଆସ୍ଥିତ ଗୋବିନ୍ଦପୁରଠାରେ ଥିବା ରାଧାକାନ୍ତ ଦେବ ଗୋଶାଳା ପ୍ରତିଷ୍ଠାତା ସ୍ବାମୀ ହରି ଶରଣ ମହାରାଜ। ସାରା ରାଜ୍ୟରେ ସେ ‘ବୃକ୍ଷବାବା’ ନାମରେ ବେଶ୍ ପରିଚିତ। ଜନସାଧାରଣଙ୍କୁ ମାଗଣାରେ ଚାରା ବଣ୍ଟନ କରିବା ସହ ଜଙ୍ଗଲ ଓ ପରିବେଶ ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରୁଛନ୍ତି।
ଗୁରୁତ୍ବପୂର୍ଣ୍ଣ କଥା ହେଲା ୩୦ ବର୍ଷ ଧରି ହରି ଶରଣ ନିଜ ଜୀବନକୁ ବୃକ୍ଷରୋପଣରେ ସମର୍ପିତ କରି ବେଗୁନିଆ-ବୋଲଗଡ଼ ଅଞ୍ଚଳ ସମେତ କଳାପଥର, ଧଳାପଥର, ବାଙ୍କି, ବୈଦ୍ୟେଶ୍ବର, ନୟାଗଡ଼, ଟାଙ୍ଗୀ, ଚାନ୍ଦପୁର, ଦଶପଲ୍ଲା, ସାନପଦର, ପିଚୁକୁଳି, ରାସୋଳ, ଦେଉଳି ଆଦି ସ୍ଥାନରେ ୩ହଜାର ବରଗଛ, ୩ହଜାର ଓସ୍ତଗଛ ଏବଂ ୩ହଜାର ତାଳଗଛ ଲଗାଇଛନ୍ତି। ଏଥିସହ ଖଜୁରି, ନିମ୍ବ, ଅର୍ଜୁନ, ବାହାଡ଼ା, ଫଣଫଣା, କଣ୍ଠଶିମିଳି ଆଦି ବିଭିନ୍ନ ବୃକ୍ଷ ରୋପଣ କରିଛନ୍ତି। ଦେଉଳିଠାରେ ବରଗଛ ଓ ତାଳଗଛ ବିନ୍ଧ୍ୟଗିରି ପାହାଡ଼ ଉପରେ କାୟା ବିସ୍ତାର କରି ଲୋକମାନଙ୍କ ହିତ ସାଧନରେ ଏହା ବେଶ୍‌ ସହାୟକ ହୋଇଛି। ସେହିପରି ବଡ଼ବେରଣା, କଣ୍ଟାବାଡ଼, ଟାଙ୍ଗୀ, ଦଶପଲ୍ଲା ଆଦି ଅଞ୍ଚଳରେ ବର, ଅଶ୍ବତ୍‌ଥ, ତାଳଗଛ ଲଗାଇ ଉତାରି ଥିବାରୁ ଅଞ୍ଚଳବାସୀଙ୍କ ପ୍ରିୟ ପାତ୍ର ହୋଇଛନ୍ତି ହରି ଶରଣ ମହାରାଜ। 

Horoscope 2026 July 21: ଜାଣନ୍ତୁ ଆଜିର ରାଶିଫଳ...

ବୃକ୍ଷ ଜଗତ ବୃଦ୍ଧି ପାଇଲେ ପକ୍ଷୀ ଜଗତ ସୃଷ୍ଟି ହେବ, ଆଉ ପକ୍ଷୀ ଜଗତ ସୃଷ୍ଟି ହେଲେ ବୃକ୍ଷ ଜଗତ ବୃଦ୍ଧି ହେବ ବୋଲି କହିଛନ୍ତି ମହାରାଜ ହରି ଶରଣ। କିନ୍ତୁ ଯେଉଁ ଗଛର ଫଳ ଖାଇ ପଶୁ ପକ୍ଷୀମାନେ ବଞ୍ଚିବେ ସେଭଳି ବୃକ୍ଷ ରୋପଣ କରାଯାଉ ନାହିଁ। ଆଙ୍କୁଲ, ଡିମିରି, କଣ୍ଟାଶିମିଳି, ମହୁଲ ଭଳି ୪୦ ପ୍ରକାରରୁ ଅଧିକ ଚାରା ଲଗାଇବାର ଆବଶ୍ୟକ‌ତା ରହିଥିବା ବୃକ୍ଷବାବା ପ୍ରକାଶ କରିଛନ୍ତି। ଆଜିର ସମୟରେ ନିଜର ସ୍ବାର୍ଥ ପାଇଁ ମନୁଷ୍ୟ ସମାଜ ବୃକ୍ଷ, ପାହାଡ଼ କାଟି ସେଠାରେ ବିଶାଳକାୟ କୋଠା ତିଆରି କରୁଛି। ଫଳରେ ଦିନକୁ ଦିନ ଉତ୍ତାପ ବୃଦ୍ଧି ପାଇବା ସହ ମନୁଷ୍ୟ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛି। ସେଥ‌ିପାଇଁ ଅର୍ଜୁନ, ଫଣଫଣା, ହରିଡ଼ା, ବାହାଡ଼ା, କଣ୍ଟାଶିମିଳି ଭଳି ୭୦ରୁ ଊର୍ଦ୍ଧ୍ବ ଔଷଧୀୟ ବୃକ୍ଷ ଲଗାଇବା ପାଇଁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି।

AssamSikkim: ଆସାମରେ ବନ୍ୟା ସ୍ଥିତି ଗମ୍ଭୀର, ସେପଟେ ଭୂସ୍ଖଳନ ପରେ ସିକ୍କିମ ସୁଡ଼ଙ୍ଗରେ ଫସିଛନ୍ତି ୧୨ ଶ୍ରମିକ

ଏଥିସହିତ ବଡ଼ ବଡ଼ ବୃକ୍ଷ ଲଗାଇବାର ଆବଶ୍ୟକତା ରହିଛି, ‌େଯଉଁଠି ପକ୍ଷୀମାନେ ନିଜର ବସା ତିଆରି କରି ବଂଶ ବୃଦ୍ଧି କରିଥାନ୍ତି। ବଡ଼ ବଡ଼ ଫଳ ଗଛ ଯଥା ତାଳ, ଡିମିରି, ମହୁଲ, ଖଜୁରି, ବଉଳକୋଳି, ହନ୍ଦଳ, ଧଉରା, ଜାମୁ, ଶାଳ, ପିଆଶାଳ, ନିମ୍ବ, ବର, ଅଶ୍ୱତ୍‌ଥ, ତେନ୍ତୁଳି ଭଳି ଗଛରେ ପକ୍ଷୀମାନେ ବସା ତିଆରି କରିଥାନ୍ତି। ଏଭଳି ଗଛଙ୍କ ସଂଖ୍ୟା କମିବାରେ ଲାଗିଛି। ତେଣୁ ପକ୍ଷୀ ବସା ବାନ୍ଧିବାକୁ ଜାଗା ପାଉନାହିଁ। ବଡ଼ ବଡ଼ ବୃକ୍ଷ ଆଉ ନଥିବାରୁ କିଛି ପକ୍ଷୀଙ୍କ ବଂଶ ଲୋପ ପାଇଗଲାଣି। ଆଉ ଯେଉଁ ପକ୍ଷୀ ଅଛନ୍ତି ସେମାନେ ତାଙ୍କ ବସାକୁ ଖୋଜି ପାଉନାହାନ୍ତି କି ବଡ଼ ବୃକ୍ଷ ନଥିବାରୁ ବସା ତିଆରି କରି ପାରୁନାହାନ୍ତି। ସେଥିପାଇଁ ପକ୍ଷୀ ସମାଜ ପାଇଁ ବ୍ୟାକୁଳ ବୃକ୍ଷବାବା।
-ଦୋଳଗୋବିନ୍ଦ ପଣ୍ଡା

Read Entire Article
LEFT SIDEBAR AD

Hidden in mobile, Best for skyscrapers.