ARTICLE AD BOX
ଲକ୍ଷ୍ମୀପୁର/କୋରାପୁଟ: ନିୟମିତ ଗଛକଟା, ଦ୍ରୁତ ଶିଳ୍ପାୟନ ଓ ଖଣିଖାଦନ ଯୋଗୁଁ ଜଙ୍ଗଲ ଲୋପ ପାଉଛି। ପରିବେଶ ସନ୍ତୁଳନ ହରାଉଛି। ଆମ ପୂର୍ବଜ ପ୍ରକୃତିକୁ ସମ୍ମାନ ଦେଇ ପୂଜା କରୁଥିଲେ। ତାଙ୍କ ଉଦ୍ୟମ ବଳରେ ଜଙ୍ଗଲ ସୁରକ୍ଷିତ ରଖିଥିବାରୁ ଆମେ ଖୁସିରେ ବଞ୍ଚିପାରୁଛେ। ସୁସ୍ଥ ସମାଜ ଓ ପରିବେଶ ପାଇଁ ଗଛର ଭୂମିକା ଗୁରୁତ୍ବପୂର୍ଣ୍ଣ। ‘ସମ୍ବାଦ’ ପକ୍ଷରୁ ଲକ୍ଷ୍ମୀପୁର ମହାବିଦ୍ୟାଳୟର ଅନୁଷ୍ଠିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁନ୍ତା। ଏହି ଅବସରରେ ନୂତନ ଜଙ୍ଗଲ ସୃଷ୍ଟି ଓ ତାହାର ରକ୍ଷଣାବେକ୍ଷଣ ପାଇଁ ବିଧାୟକ ଶ୍ରୀ ସାଉଁନ୍ତା ନିଜ ପାଣ୍ଠିରୁ ୧୦ ଲକ୍ଷ ଟଙ୍କାର ସହାୟତା ଯୋଗାଇଦେବେ ବୋଲି ଘୋଷଣା କରିଥିଲେ।
World Chocolate Day: ବିଶ୍ବ ଚକୋଲେଟ୍ ଦିବସ
/filters:format(webp)/sambad/media/media_files/2026/07/07/dgdadggda-2026-07-07-07-06-47.jpg)
ବିଧାୟକ କହିଥିଲେ, ପୃଥିବୀର ଫୁସ୍ଫୁସ୍ ହେଉଛି ଜଙ୍ଗଲ। କୋରାପୁଟ ଭଳି ପାହାଡ଼ ପର୍ବତ ଅଞ୍ଚଳରେ ଯଦି ଜଙ୍ଗଲ ସୁରକ୍ଷା ପାଇଁ ଚିନ୍ତା କରାଯିବ ନାହିଁ ତାହାହେଲେ ଭବିଷ୍ୟତ ପିଢ଼ିଙ୍କ ବଞ୍ଚିବା କଷ୍ଟକର ହୋଇଯିବ। ଲକ୍ଷ୍ମୀପୁରରେ ଦିଲ୍ଲୀ ଭଳି ପରିସ୍ଥିତି ହେବ। ଦିଲ୍ଲୀର ପରିବେଶ ପ୍ରଦୂଷିତ କାରଣରୁ ନିଃଶ୍ବାସ ନେବା କଷ୍ଟକର ହୋଇ ପଡ଼ିଲାଣି। ସତର୍କ ନ ହେଲେ ଆମକୁ ବି ଏହି ଅବସ୍ଥା ଭୋଗିବାକୁ ପଡ଼ିବ। ଯୁବପିଢ଼ି ଯେ ପର୍ଯ୍ୟନ୍ତ ପରିବେଶର ସୁରକ୍ଷା କଥା ଚିନ୍ତା କରିବେ ନାହିଁ, ନୂତନ ଜଙ୍ଗଲ ସୃଷ୍ଟି ହୋଇପାରିବ ନାହିଁ। ବର୍ଷକୁ ପ୍ରତ୍ୟେକ ଲୋକ ଗୋଟିଏ ଗଛ ଲଗାଇଲେ ପରବର୍ତ୍ତୀ ପିଢ଼ି ପାଇଁ ତାହା ବରଦାନ ସାବ୍ୟସ୍ତ ହେବ।
Rath Yatra: ପୁରୀରେ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା: ‘ମନଇଚ୍ଛା କର୍ଡନ୍ ପାସ୍ ଦିଅନି’
ମୁଖ୍ୟବକ୍ତା ଭାବେ ଗଛ ମଣିଷ ତଥା ପରିବେଶବିତ୍ ଗୋପେଶ୍ବର ଗରଡ଼ା ଯୋଗଦେଇ କହିଲେ, ପରମ୍ପରା ନାମରେ ପୋଡୁ ଚାଷ ଯୋଗୁଁ ଜଙ୍ଗଲ ନଷ୍ଟ ହେଉଛି। ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ଜୁନ୍ ମାସରେ କୋରାପୁଟରୁ ବର୍ଷା ଉଭେଇ ଯାଇଛି। ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଜୁ ମୁଦୁଲି କହିଥିଲେ, ଜଳବାୟୁ ପରିବର୍ତ୍ତନ ମନୁଷ୍ୟକୃତ। ଦ୍ରୁତ ଶିଳ୍ପାୟନ, ଅତ୍ୟଧିକ ଜାଳେଣିର ବ୍ୟବହାର ଯୋଗୁଁ ପ୍ରଦୂଷଣ ବୃଦ୍ଧି ପାଉଛି। ଲକ୍ଷ୍ମୀପୁର ବନାଞ୍ଚଳ ଅଧିକାରୀ ଶିବାନନ୍ଦ ଲେଙ୍କା ଜଙ୍ଗଲ ସୁରକ୍ଷା, ବୃକ୍ଷରୋପଣ ଓ ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ବାରୋପ କରିଥିଲେ। ଲକ୍ଷ୍ମୀପୁର ମହାବିଦ୍ୟାଳୟ ଅଧ୍ୟକ୍ଷ ଗିରିଜା ଚୌଧୁରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ‘ସମ୍ବାଦ’ ଲକ୍ଷ୍ମୀପୁର ପ୍ରତିନିଧି ପରମେଶ୍ବର ସାହୁ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ‘ସମ୍ବାଦ’ କୋରାପୁଟ ଜିଲ୍ଲା ପ୍ରତିନିଧି ପ୍ରଦୀପ ପାଢ଼ୀ ଧନ୍ୟବାଦ ଦେଇଥିଲେ।

3 weeks ago
10


