ARTICLE AD BOX
ଜଗତସିଂହପୁର: ପଞ୍ଚାୟତରୁ ପୃଥିବୀ ପର୍ଯ୍ୟନ୍ତ ପରିବେଶକୁ ସୁରକ୍ଷା ଦେବାକୁ ପଡ଼ିବ। ପଞ୍ଚାୟତ ସ୍ତରରୁ ବୃକ୍ଷରୋପଣ, ଜଳ ସଂରକ୍ଷଣ, ସଚେତନତା, ପ୍ରଦୂଷଣ ହାର କମାଇବା ଆଦି କାର୍ଯ୍ୟକ୍ରମକୁ ବ୍ୟାପକ କରାଗଲେ ପୁନଶ୍ଚ ପୃଥିବୀ ସମ୍ଭବ ହୋଇପାରିବ ବୋଲି କହିଛନ୍ତି ପାରାଦୀପ ବିଧାୟକ ତଥା ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ। ପାରାଦୀପ ପୋର୍ଟ ଅଫିସର୍ସ କ୍ଲବ୍ରେ ପାରାଦୀପ ନିର୍ବାଚନ ମଣ୍ଡଳୀସ୍ତରୀୟ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଳ୍ପ ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଛନ୍ତି ଯେ ଏରସମାର ଶିଆଳି ସମେତ କିଛି ଅଞ୍ଚଳ, ବାଲିକୁଦାର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଓ କୁଜଙ୍ଗର କେତେକ ଅଞ୍ଚଳକୁ ସମୁଦ୍ର ଜୁଆର ମାଡ଼ି ଆସୁଛି। ତେଣୁ ଏବେଠାରୁ ଆମକୁ ସଚେତନ ହୋଇ କାମ କରିବାକୁ ପଡ଼ିବ।
Farmers: ରାସ୍ତାକଡ଼ରେ ବିପଦଶଙ୍କୁଳ ଅବସ୍ଥାରେ ବସି ପରିବା ବିକ୍ରି କରୁଛନ୍ତି ଚାଷୀ
ଏନ୍ଆଇଟିର ଗୋଟିଏ ଟିମ୍ ଏରସମା ଅଞ୍ଚଳ ଗସ୍ତ କରି ଅନୁଧ୍ୟାନ କରିଛନ୍ତି। କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମଧ୍ୟ ପରିବେଶ ସୁରକ୍ଷା ଦିଗରେ ଅତ୍ୟନ୍ତ ସମ୍ବେଦନଶୀଳ ଅଛନ୍ତି। ସୋଲାର ପ୍ୟାନେଲ୍ ସ୍ଥାପନ କରି ଉତ୍ପାଦିତ ବିଦ୍ୟୁତ୍କୁ ବିନିଯୋଗ କରାଯାଇ ପାରୁଛି। ସେହି ଇଭି ଗାଡ଼ି ମଧ୍ୟ ଅଧିକରୁ ଅଧିକ ବ୍ୟବହାର ପାଇଁ ଚେଷ୍ଟା କରାଯାଉଛି। ପାରାଦୀପ ବନ୍ଦରକୁ ମଧ୍ୟ ଗ୍ରିନ୍ ହାଇଡ୍ରୋଜେନ୍ ବନ୍ଦରରେ ପରିଣତ କରିବା ପାଇଁ ଜାପାନର ମିତୁସୁବିଶି କମ୍ପାନି ସହ ଏମ୍ଓୟୁ ହୋଇଛି। ପ୍ରଥମ କରି ଦେଶର ଶକ୍ତି ବିଦେଶକୁ ରପ୍ତାନି ହେବ ଏବଂ ତାହା ଓଡ଼ିଶା ତଥା ପାରାଦୀପରୁ ଆରମ୍ଭ ହେବ। ପାରାଦୀପର କଳ କାରଖାନାକୁ ଗ୍ରିନ୍ ଆମୋନିଆ ଗ୍ୟାସ୍ ଯୋଗାଣ କରାଯିବ। ପରିବେଶ ସୁରକ୍ଷା ପାଇଁ କେବଳ ସରକାର ନୁହନ୍ତି ଲୋକଙ୍କୁ ମଧ୍ୟ ସଚେତନ ହେବାକୁ ପଡ଼ିବ ବୋଲି ମନ୍ତ୍ରୀ କହିଥିଲେ।
Sonu Nigam: ଇୟୁଜେନିକ୍ସ ହେୟାର ସାଇନ୍ସେସ୍ ସହପ୍ରତିଷ୍ଠାତାଙ୍କ ସହଯୋଗରେ ରଥଯାତ୍ରା ଦେଖିଲେ ସୋନୁ ନିଗମ
ପରିବେଶବିତ୍ ଅମରେଶ ନରେଶ ସାମନ୍ତ, ମନ୍ତ୍ରୀଙ୍କ ପ୍ରତିନିଧି ସର୍ବେଶ୍ବର ବଳିୟାରସିଂ, ପାରାଦୀପ ନଗର ବିଜେପି ସଭାପତି ତଥା ପାରିଷଦ ସୁବ୍ରତ ପ୍ରଧାନ ଅତିଥି ଭାବେ ଯୋଗ ଦେଇ ପରିବେଶ ସୁରକ୍ଷା ଦିଗରେ ସେମାନଙ୍କ ମତାମତ ରଖିଥିଲେ। ‘ସମ୍ବାଦ’ ଜିଲ୍ଲା ପ୍ରତିନିଧି ଶୁଭକାନ୍ତ ପଢ଼ିହାରୀଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ପରିଚାଳନା ହୋଇଥିବା ବେଳେ ସମ୍ବାଦ-ସାହିତ୍ୟଘର ସମ୍ପାଦକ ପ୍ରଶାନ୍ତ କୁମାର ରାଉତ ଓ କୁଜଙ୍ଗ ବ୍ଲକ୍ ପ୍ରତିନିଧି ଦୁଷ୍ମନ୍ତ ମାଝୀ ସହଯୋଗ କରିଥିଲେ।

2 weeks ago
8


