Environmental organization: ପରିବେଶ ସଂଗଠନ: ଫ୍ରେଣ୍ଡ୍‌ସ ଅଫ୍ ନେଚର

1 week ago 4
ARTICLE AD BOX

ପ୍ରକୃତି କେବଳ ଆମ ବଞ୍ଚିବାର ଆଧାର ନୁହେଁ, ଏହା ଆମ ସଂସ୍କୃତି, ସଭ୍ୟତା ଓ ଭବିଷ୍ୟତର ମଧ୍ୟ ମୂଳଭିତ୍ତି। ତେବେ ଦ୍ରୁତ ସହରୀକରଣ, ଜଙ୍ଗଲ ଧ୍ୱଂସ ଓ ପରିବେଶ ପ୍ରଦୂଷଣ ମଣିଷକୁ ପ୍ରକୃତିଠାରୁ ଦୂରେଇ ଦେଉଛି। ଏପରି ସମୟରେ ପ୍ରକୃତିକୁ ଭଲପାଇବା, ସଂରକ୍ଷଣ କରିବା ଓ ସମସ୍ତଙ୍କ ପାଇଁ ତାହାର ସୌନ୍ଦର୍ଯ୍ୟକୁ ଉପଲବ୍ଧ କରାଇବାର ବାର୍ତ୍ତା ନେଇ ଆଗକୁ ଆସିଛି ‘ଫ୍ରେଣ୍ଡ୍‌ସ ଅଫ୍ ନେଚର’। ଏହା କେବଳ ଏକ ସଂଗଠନ ନୁହେଁ, ବରଂ ମଣିଷ ଓ ପ୍ରକୃତି ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବାର ଏକ ବିଶ୍ୱବ୍ୟାପୀ ଆନ୍ଦୋଳନ।

Deep Sleep Hotel: କିମାଶ୍ଚର୍ଯ୍ୟମ୍‌: ଡିପ୍‌ ସ୍ଲିପ୍‌ ହୋଟେଲ୍‌

୧୮୯୫ ମସିହାରେ ଅଷ୍ଟ୍ରିଆର ଭିଏନା ସହରରେ କାର୍ଲ ରେନର, ଜର୍ଜ ସ୍ମିଡଲ୍ ଏବଂ ଆଲୋଇସ୍ ରୋହରାଉରଙ୍କ ପ୍ରୟାସରେ ଏହି ସଂଗଠନର ସ୍ଥାପନା ହୋଇଥିଲା। ସଂଗଠନର ମୂଳ ଲକ୍ଷ୍ୟ ଥିଲା ସାଧାରଣ ଲୋକଙ୍କୁ ପ୍ରକୃତି ସହ ନିବିଡ଼ ଭାବେ ଯୋଡ଼ିବା, ପରିବେଶ ପ୍ରତି ସଚେତନତା ବୃଦ୍ଧି କରିବା ଓ ସ୍ଥାୟୀ ଜୀବନଶୈଳୀକୁ ପ୍ରୋତ୍ସାହନ ଦେବା। ବର୍ତ୍ତମାନ ‘ଫ୍ରେଣ୍ଡ୍‌ସ ଅଫ୍ ନେଚର’ର ପ୍ରାୟ ୪୫ଟି ଦେଶରେ ସଂଗଠନ ଗଢ଼ିଛି। ଆଜି ଏହି ସଂଗଠନ ପୃଥିବୀର ବିଭିନ୍ନ ଦେଶରେ ପ୍ରାୟ ସାଢ଼େ ତିନି ଲକ୍ଷ ସଦସ୍ୟଙ୍କୁ ନେଇ କାର୍ଯ୍ୟ କରୁଛି। ପରିବେଶ ସୁରକ୍ଷା, ସ୍ଥାୟୀ ପର୍ଯ୍ୟଟନ, ଜଳବାୟୁ ସଚେତନତା ଓ ଆନ୍ତର୍ଜାତିକ ସଂପ୍ରୀତି ଗଢ଼ି ତୋଳିବା ଏହାର ପ୍ରମୁଖ ଉଦ୍ଦେଶ୍ୟ। ୟୁରୋପର ବିଭିନ୍ନ ସ୍ଥାନରେ ଏହାର ଶତାଧିକ ‘ନେଚର ଫ୍ରେଣ୍ଡ୍‌ସ ହାଉସ୍‌’ ରହିଛି, ଯେଉଁଠାରେ ପ୍ରକୃତିପ୍ରେମୀ, ପଦଯାତ୍ରୀ ଓ ସାଇକେଲ ଯାତ୍ରୀମାନେ ସୁଲଭ ମୂଲ୍ୟରେ ରହିବା ସହ ପରିବେଶ ସମ୍ପର୍କିତ ଶିକ୍ଷା ଓ ଅନୁଭୂତି ଲାଭ କରନ୍ତି।

Physics Wallah: ଅକ୍ଟୋବରରେ ଫିଜିକ୍ସୱାଲା-ବିଦ୍ୟାପୀଠର ସ୍କଲାରସିପ୍‌ ପରୀକ୍ଷା

‘୧୦୦,୦୦୦ ଟ୍ରିଜ୍ ଫର୍ ୟୁରୋପ’ ଏବଂ ‘ବ୍ଲୁ ରିଭର୍ସ ଫର୍ ୟୁରୋପ’ ପରି ଅଭିଯାନ ମାଧ୍ୟମରେ ସଂଗଠନ ଲୋକମାନଙ୍କୁ ପରିବେଶ ସୁରକ୍ଷାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ପ୍ରେରଣା ଦେଇଆସୁଛି। ସେହିପରି ଯୁବପିଢ଼ିଙ୍କ ମଧ୍ୟରେ ପ୍ରକୃତି ପ୍ରତି ଭଲପାଇବା ବଢ଼ାଇବା ପାଇଁ ‘ଇଣ୍ଟରନ୍ୟାସନାଲ୍ ୟଙ୍ଗ୍‌ ନେଚର ଫ୍ରେଣ୍ଡସ୍’ ନାମରେ ବିଭିନ୍ନ ପ୍ରଶିକ୍ଷଣ, ଶିବିର ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ଆଜି ବିଶ୍ୱ ଯେତେବେଳେ ଜଳବାୟୁ ପରିବର୍ତ୍ତନ ଓ ଜୈବ ବିବିଧତା ହ୍ରାସ ଭଳି ସମସ୍ୟା ସହ ଲଢ଼ୁଛି, ସେତେବେଳେ ‘ଫ୍ରେଣ୍ଡ୍‌ସ ଅଫ୍ ନେଚର’ର ବାର୍ତ୍ତା ଅଧିକ ପ୍ରାସଙ୍ଗିକ ହୋଇଉଠିଛି। ପ୍ରକୃତିକୁ ଭଲପାଇବା ମାନେ କେବଳ ଗଛ ଲଗାଇବା ନୁହେଁ, ବରଂ ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥ, ସବୁଜ ଓ ସୁରକ୍ଷିତ ପୃଥିବୀ ଗଢ଼ିବା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.