ARTICLE AD BOX
କାଳିଆପାଣି (ରବି ନାରାୟଣ କର): କେନ୍ଦ୍ର ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଓଏସ୍ପିସିବି)ର ମାର୍ଗଦର୍ଶିକା ଆଧାରରେ ଆଜି କାଳିଆପାଣିରେ ରାଜ୍ୟସ୍ତରୀୟ ପରିବେଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସମବାୟ ମନ୍ତ୍ରୀ ଡ. ପ୍ରଦୀପ ବଳସାମନ୍ତ ମୁଖ୍ୟଅତିଥି ଭାବେ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ।
ଓଏସ୍ପିସିବି କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ଇଂ ମଦନ ମୋହନ ସାହୁଙ୍କ ସଂଯୋଜନାରେ ଓଏମ୍ସି ଆଞ୍ଚଳିକ ପ୍ରବନ୍ଧକ ଇଂ ଅବନୀକାନ୍ତ ପ୍ରଧାନଙ୍କ ପ୍ରତ୍ୟକ୍ଷ ପୌରହିତ୍ୟରେ ଓଏମ୍ସି କାଳିଆପାଣି ଷ୍ଟାଡିଅମ୍ରେ ଆୟୋଜିତ ସମାବେଶରେ ଓଏମ୍ସି, ଟାଟାଷ୍ଟିଲ, ଇମ୍ଫା, ଜିନ୍ଦଲ, ଫେକର-ବେଦାନ୍ତ ଓ ବାଲେଶ୍ବର ଆଲଏଜ୍ କମ୍ପାନି ସମୂହର ୧୦ଟିଯାକ କ୍ରିୟାଶୀଳ କ୍ରୋମାଇଟ୍ ଖଣିର ୨ ଶହରୁ ଅଧିକ ଖଣି ଅଧିକାରୀ, କର୍ମଚାରୀ ଓ ଶ୍ରମିକ ସନ୍ତୁଳିତ ପରିବେଶ ପାଇଁ ଶପଥ ନେଇଥିଲେ। ଓଏସ୍ପିସିବି ଯନ୍ତ୍ରୀ ଇଂ ହିମାଂଶୁ ଶେଖର ସାହୁ ସୁସ୍ଥ ପରିବେଶରେ ସହଯୋଗ ଓ ସୁରକ୍ଷା ପାଇଁ ସମସ୍ତଙ୍କୁ ଶପଥପାଠ କରାଇଥିଲେ।
/filters:format(webp)/sambad/media/media_files/2026/09/10/new-project-4-2026-09-10-20-53-54.jpg)
ମୁଖ୍ୟଅତିଥି ଶ୍ରୀ ବଳସାମନ୍ତ ନିଜେ ସାଇକଲ ଚଳାଇବା ସହ ସବୁଜ ପତାକା ଦେଖାଇ ସାଇକଲ୍ ଶୋଭାଯାତ୍ରା ଶୁଭାରମ୍ଭ କରିଥିଲେ। ଏହି ଶୋଭାଯାତ୍ରା ବିଭିନ୍ନ ଗାଁ ଓ ବଜାର ପରିକ୍ରମା କରି ସୌରିକ ଦୁର୍ଗା ପଡ଼ିଆରେ ପହଞ୍ଚିଥିଲା। ଟାଟାଷ୍ଟିଲ ପକ୍ଷରୁ ଖଣିମୁଖ୍ୟ ଇଂ ସନ୍ତୋଷ କୁମାର ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସୁକିନ୍ଦା କ୍ରୋମାଇଟ୍ ଖଣି ଫାଟକ ସମ୍ମୁଖରେ ଅଞ୍ଚଳବାସୀଙ୍କୁ ଗଛଚାରା ବଣ୍ଟାଯାଇଥିଲା। ସୌରିକ ଦୁର୍ଗା ପଡ଼ିଆ ସଫେଇ କରାଯାଇଥିଲା।
ଓଏମ୍ସି ଟାଉନସିପ ପ୍ରେକ୍ଷାଳୟରେ ଅନନ୍ୟା ମହିଳା ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ପାରମ୍ପରିକ ଖାଦ୍ୟ ଓ ପିଠା ପ୍ରଦର୍ଶନ କରାଯାଇଥିଲା। ଏଠାରେ ଅନୁଷ୍ଠିତ ସ୍ବଚ୍ଛ, ସୁନ୍ଦର ଓ ନିର୍ମଳ ପରିବେଶ, ନୀଳ ଆକାଶ ପାଇଁ ସ୍ବଚ୍ଛ ବାୟୁ, ସାଇକଲ ଚଳାଅ, ପରିବେଶ ବଞ୍ଚାଅ, ଗଛ ଲଗାଇ ଏହାର ଯତ୍ନ ନିଅ, ପ୍ଲାଷ୍ଟିକମୁକ୍ତ ଖାଦ୍ୟ ବ୍ୟବସ୍ଥା’ ଶୀର୍ଷକ କର୍ମଶାଳାରେ ମନ୍ତ୍ରୀ ଶ୍ରୀ ବଳସାମନ୍ତ ମୁଖ୍ୟଅତିଥି ଭାବେ ପରିବେଶ ପାଇଁ ଆମ ସମାଜର ମାନସିକତାରେ ପରିବର୍ତ୍ତନ ଲୋଡ଼ା ବୋଲି କହି ଏ ଦିଗରେ ସମସ୍ତେ ସଚେତନ ରହିବାକୁ ଆହ୍ବାନ ଦେଇଥିଲେ।
Climate change impact: ରାଜନୀତିରେ ଜଳବାୟୁ ପରିବର୍ତ୍ତନ ପ୍ରଭାବ! ସବୁବେଳେ ପ୍ରସଙ୍ଗରେ ‘ଲକ୍ଷ୍ମୀଯୋର’
ଥାନା ଅଧିକାରୀ ପ୍ରକାଶ ଚନ୍ଦ୍ର ପ୍ରଧାନ, ଶ୍ରମିକନେତା ନାରାୟଣ ଚନ୍ଦ୍ର ଧୀର, ଓଏମ୍ସି ଅତିରିକ୍ତ ମହାପ୍ରବନ୍ଧକ(ଜଙ୍ଗଲ ଓ ପରିବେଶ) ଜିତେନ୍ଦ୍ର କୁମାର ସାହୁ, ଖଣି ଉପମହାପ୍ରବନ୍ଧକ ଇଂ ନିଗମାନନ୍ଦ ସେଠୀ ଓ ଇଂ ସୁଶାନ୍ତ କୁମାର ନାଏକ, ଇମ୍ଫା ଖଣିର ବରିଷ୍ଠ ମହାପ୍ରବନ୍ଧକ ଇଂ ଲଲାଟେନ୍ଦୁ ମହାପାତ୍ର ଓ ବିଭାଗୀୟ ମୁଖ୍ୟ ସତ୍ୟ କୈବଲ୍ୟ ଦାସ, ଫେକର ପରିବେଶ ମୁଖ୍ୟ ସୁଶାନ୍ତ କୁମାର ବିଶ୍ବାଳ, ଓଏସ୍ପିସିବିର ରାକେଶ କୁମାର ବାରିକ, ଓଏମ୍ସି କର୍ମଚାରୀ ପ୍ରତିନିଧି ମଧୁସୂଦନ ପୃଷ୍ଟି ଉପସ୍ଥିତ ଥିଲେ। ଜିନ୍ଦଲ ପରିବେଶ ପ୍ରବନ୍ଧକ ଇଂ ଶକ୍ତି ପ୍ରସାଦ ବିଶ୍ବାଳ ମଞ୍ଚ ପରିଚାଳନା କରିଥିଲେ। ଆଲୋକ କୁମାର ରାଉତ, ଶୁଭାଶିଷ ପତି, ନାରାୟଣ ବିଷୋୟୀ ପ୍ରମୁଖ ସହଯୋଗ କରିଥିଲେ।

1 week ago
7


