ARTICLE AD BOX
ବାଲିଅନ୍ତାବଜାର/ବାଲିପାଟଣା/ବାଲିଅନ୍ତା: ଆମ ଭବିଷ୍ୟତ ପିଢ଼ି କିଭଳି ସୁସ୍ଥ ଜୀବନଯାପନ କରିବେ, ସେଥିପାଇଁ ସାଧନ ଓ ସୁଯୋଗ ସୃଷ୍ଟି କରିବାକୁ ପଡ଼ିବ। ସବୁଜ ପୃଥିବୀ ନିର୍ମାଣ ପାଇଁ ବ୍ୟାପକ ବୃକ୍ଷରୋପଣ ଜରୁରି। କେବଳ ଗଛ ଲଗାଇଦେଲେ ହେବ ନାହିଁ, ଗଛକୁ ବଞ୍ଚାଇ ରଖିବାକୁ ପଡ଼ିବ। ଏହାସହିତ ସମାଜକୁ ମଧ୍ୟ ପ୍ଲାଷ୍ଟିକ୍ମୁକ୍ତ କରିବାକୁ ପଡ଼ିବ। ଏଣିକି ଯେଉଁ ପଞ୍ଚାୟତ ଅଧିକ ଗଛ ଲଗାଇ ସବୁଜ ପରିବେଶ ବଢ଼ାଇବ ଏବଂ ପଞ୍ଚାୟତକୁ ପ୍ଲାଷ୍ଟିକମୁକ୍ତ କରିବ, ସେହି ପଞ୍ଚାୟତକୁ ବିଧାୟକଙ୍କ ପାଣ୍ଠିରୁ ଅଧିକ ଅନୁଦାନ ମିଳିବ। ଆଜି ଜୟଦେବ ବିଧାୟକ ନବକିଶୋର ମଲ୍ଲିକ ଏଭଳି ଆହ୍ବାନ ଦେଇଛନ୍ତି। ‘ସମ୍ବାଦ ଆମ ଓଡ଼ିଶା’ ପକ୍ଷରୁ ଆଜି ଜୟଦେବ ବିଧାନସଭା କ୍ଷେତ୍ର ଗଡ଼ଶ୍ରୀରାମପୁରସ୍ଥିତ ‘ଆମ ସଂଗଠନ’ କାର୍ଯ୍ୟାଳୟରେ ଅନୁଷ୍ଠିତ ‘ପରିବେଶ ପଞ୍ଚାୟତ’ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ମଲ୍ଲିକ ଏହି ଘୋଷଣା କରିଛନ୍ତି।
UPI: ୟୁପିଆଇରେ ଶୁଳ୍କ: ବିପଦରେ ୨୦ ହଜାର କୋଟିର ବେପାର, ଚିନ୍ତାରେ ୩୨ ଲକ୍ଷ ଛୋଟ ବେପାରୀ
‘ସମ୍ବାଦ’ ଭୁବନେଶ୍ୱର ମହାନଗର ସଂସ୍କରଣ ମୁଖ୍ୟ ସରୋଜ କୁମାର ଦାଶଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ‘ସମ୍ବାଦ’ ପକ୍ଷରୁ କରାଯାଉଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସେ ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଥିଲେ। ପ୍ରତି ପଞ୍ଚାୟତରେ ୧୦୦ ଲେଖାଏଁ ଗଛ ଲଗାଯିବା ସହିତ ସେସବୁକୁ ବଞ୍ଚାଇ ରଖି ବଡ଼ କରାଯିବ। ପ୍ରଶାସନ ତରଫରୁ ହେଉଥିବା ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ କେବଳ କାଗଜକଲମରେ ସୀମିତ ରହୁଛି। ଏହାର ତଦାରଖ କରିବା ନିହାତି ଆବଶ୍ୟକ। ସରକାରଙ୍କ ତରଫରୁ ଯେଉଁ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା, ଏହା କେତେ ଫଳଫ୍ରଦ ହେଲା, ତାହାକୁ ନେଇ ସେ ବିଧାନସଭାରେ ପ୍ରଶ୍ନ କରିବେ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ‘ଆମ ସଂଗଠନ’ ମୁଖ୍ୟ କମଳ କୁମାର ପାତ୍ରଙ୍କ ତତ୍ତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ କିଶୋର କୁମାର ଜେନା, ପ୍ରଦୀପ ଜେନାମଣି, ଜିଲ୍ଲା ପରିଷଦ ସଭ୍ୟ ମହେଶ୍ୱର ଦାସ, କୁନ୍ମୁନ୍ ଲେଙ୍କା, ଗଙ୍ଗାଧର ମଲ୍ଲିକ, ପବିତ୍ର ମୋହନ ପଟେଲ, ବାଲିଅନ୍ତା ବ୍ଲକ୍ ଅଧ୍ୟକ୍ଷା ବାସନ୍ତୀ ଖଟୁଆ, ଉପାଧ୍ୟକ୍ଷା ଇତିଶ୍ରୀ ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ପରିବେଶ ସନ୍ତୁଳନ ରକ୍ଷା କରିବା ଲାଗି ସମସ୍ତଙ୍କୁ ଆଗେଇ ଆସିବାକୁ ପଡ଼ିବ ବୋଲି ସେମାନେ ମତ ଦେଇଥିଲେ। ବିକାଶକୁ ରୋକିବା ନାହିଁ, କିନ୍ତୁ ବିକାଶ ଆଳରେ ପରିବେଶର ବିନାଶ କରିବାକୁ ଦେବା ନାହିଁ ବୋଲି ଅତିଥିମାନେ ଏକପ୍ରକାର ସଂକଳ୍ପ ନେଇଥିଲେ। କୁଶଭଦ୍ରା, ଭାର୍ଗବୀ, ଦୟା, କୁଆଖାଇ, ପ୍ରାଚୀ, ଧନୁଆ ନଦୀ ଏହି ନିର୍ବାଚନମଣ୍ଡଳୀରେ ପ୍ରବାହିତ ହେଉଛି। ମାତ୍ର ସମସ୍ତ ନଦୀ ଆଜି ପ୍ରଦୂଷିତ। ପ୍ଲାଷ୍ଟିକ୍ ପଦାର୍ଥର ବହୁଳ ବ୍ୟବହାର ଚିନ୍ତାର କାରଣ ପାଲଟିଛି। ତେଣୁ ପ୍ଲାଷ୍ଟିକ୍ ବର୍ଜନ କରିବାକୁ ଅତିଥିମାନେ ଆହ୍ବାନ ଦେଇଥିଲେ।
Narendra Modi: ନରେନ୍ଦ୍ର ମୋଦୀ ଓ ନୂତନ ସମ୍ଭାବନାର ପିଢ଼ି
ଏହି କାର୍ଯ୍ୟକ୍ରମରେ ସରପଞ୍ଚ ଭଗବାନ ବେହେରା, କୃଷ୍ଣ କେଶବ ଆପଟ, ସସ୍ମିତା ମଲ୍ଲିକ, ବିଷ୍ଣୁପ୍ରିୟା ସାହୁ, ରଶ୍ମିତା ସାହୁ, ବିଶ୍ୱଜିତ ଭୋଇ, ହୃଷୀକେଶ ବେହେରା, ସୋମନାଥ ଖଟେଇ, ଅଜିତ କୁମାର ପାତ୍ର, ଗଙ୍ଗାଧର ମାହାରୀ, ସଂଯୁକ୍ତା ବିଶ୍ୱାଳ, ବାହନ ଭୋଇ, ସନାତନ ବୈଶାଖ, କୈଳାସ ସ୍ୱାଇଁ, ପ୍ରଦ୍ୟୁମ୍ନ ସେନାପତି, ସମିତିସଭ୍ୟ ପ୍ରମୋଦ କୁମାର ବାରିକ, ନମିତା ପରିଡ଼ା, ଅର୍ଜୁନ ସ୍ୱାଇଁ, ଗୋକୁଳାନନ୍ଦ ସାବୁତ, ନିରଞ୍ଜନ ଜେନା, ଅକ୍ଷୟ କୁମାର ସାହୁ, ତପନ କୁମାର ପରିଡ଼ା, ରମେଶ ଚନ୍ଦ୍ର ସାହାଣୀ, ପର୍ଶୁରାମ ସେନାପତି, ରାଜେଶ ହୋତା, ଅକ୍ଷୟ କୁମାର ପ୍ରଧାନ, ଗୀତାଞ୍ଜଳି ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ ଆୟୋଜନକୁ ‘ସମ୍ବାଦ’ର ବାଲିଅନ୍ତା ବଜାର ପ୍ରତିନିଧି ଗଦାଧର ଜେନା ପରିଚାଳନା କରିଥିଲେ। ବାଲିପାଟଣା ପ୍ରତିନିଧି ବସନ୍ତ କୁମାର ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ। ବାଲିଅନ୍ତା ପ୍ରତିନିଧି ନିରଞ୍ଜନ ଜେନା ଧନ୍ୟବାଦ ଦେଇଥିଲେ।
ମା’ ପାନେଶ୍ବରୀ ପୀଠରେ ବୃକ୍ଷରୋପଣ
ଆଜି ‘ସମ୍ବାଦ’ ପକ୍ଷରୁ ମା’ ପାନେଶ୍ବରୀଙ୍କ ପୀଠରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ମୁଖ୍ୟଅତିଥି ଭାବେ ବିଧାୟକ ନବକିଶୋର ମଲ୍ଲିକ ଉଦ୍ଘାଟନ କରିଥିଲେ। ଗଛ ଆମ ମାଆ, ଏହାର ସୁରକ୍ଷା ଆମର ଦାୟିତ୍ବ। କେବଳ ଗଛ ଲଗାଇ ଫଟୋ ଉଠାଇଲେ ହେବ ନାହିଁ, ଆଗାମୀ ପିଢ଼ି ପାଇଁ ଗଛସବୁକୁ ବଡ଼ କରିବାକୁ ସେ ଆହ୍ବାନ ଦେଇଥିଲେ। ଏହି ଅବସରରେ ବିଭିନ୍ନ ପ୍ରଜାତିର ୫୦ଟିରୁ ଅଧିକ ବୃକ୍ଷରୋପଣ କରାଯାଇଥିଲା।

16 hours ago
2


