Empty Stomach: ପେଟ ଖାଲି ଥିଲେ ଶବ୍ଦ ହୁଏ କାହିଁକି?

5 days ago 6
ARTICLE AD BOX

ଭୁବନେଶ୍ୱର:ପେଟରେ ଗୁରଗୁର ଶବ୍ଦ ହେବା ଏକ ସାଧାରଣ କଥା। ବିଶେଷକରି ପେଟ ଖାଲି ଥିବାବେଳେ ଏହି ଶବ୍ଦ ଅଧିକ ଶୁଣାଯାଏ। ଅନେକ ସମୟରେ ଭୋକ ଲାଗିଲେ ପେଟରୁ ଏଭଳି ଶବ୍ଦ ଆସେ। ତେବେ କେବଳ ଭୋକ ନୁହେଁ, ପାଚନ ପ୍ରକ୍ରିୟା, ଅନ୍ତନଳୀର ସଙ୍କୋଚନ ଓ ଗ୍ୟାସ୍‌ ମଧ୍ୟ ଏହାର କାରଣ ହୋଇପାରେ।

ପାଚନ ପ୍ରକ୍ରିୟା ନିରନ୍ତର କାମ କରେ

ପାକସ୍ଥଳୀ ଓ ଅନ୍ତନଳୀ ଆମ ଶରୀରର ପାଚନ ପ୍ରକ୍ରିୟାରେ ନିରନ୍ତର କାମ କରିଥାଏ। ଖାଦ୍ୟ ପେଟରେ ପହଞ୍ଚିବା ପରେ ମାଂସପେଶୀଗୁଡ଼ିକ ସଙ୍କୁଚିତ ହୋଇ ଖାଦ୍ୟ ଓ ତରଳ ପଦାର୍ଥକୁ ଆଗକୁ ଠେଲିଥାଏ। ଏହି ପ୍ରକ୍ରିୟାକୁ ‘ପେରିଷ୍ଟାଲସିସ୍’ କୁହାଯାଏ। ପେଟ ଖାଲି ଥିଲେ ମଧ୍ୟ ପାଚନତନ୍ତ୍ରର କାର୍ଯ୍ୟ ବନ୍ଦ ହୁଏନାହିଁ। ପାକସ୍ଥଳୀ ଓ କ୍ଷୁଦ୍ରାନ୍ତ୍ରର ମାଂସପେଶୀ ସମୟ ସମୟରେ ସଙ୍କୁଚିତ ହୋଇ ଗ୍ୟାସ୍‌ ଓ ତରଳ ପଦାର୍ଥକୁ ଆଗକୁ ଠେଲିଥାଏ। ଏହି ଗତି ସମୟରେ ପେଟରୁ ଶବ୍ଦ ଶୁଣାଯାଏ। ପେଟରେ ଖାଦ୍ୟ ନଥିଲେ ଏହି ଶବ୍ଦ ଅଧିକ ସ୍ପଷ୍ଟ ଭାବେ ଶୁଣାଯାଏ। ଖାଦ୍ୟ ଥିଲେ ଏହା ଶବ୍ଦକୁ କିଛି ମାତ୍ରାରେ କମାଇ ଦିଏ। ଅନ୍ୟପଟେ, ଭୋକ ଲାଗିବା ସମୟରେ ଶରୀରର କିଛି ହରମୋନ୍‌ ପାଚନତନ୍ତ୍ରର କାର୍ଯ୍ୟକଳାପକୁ ପ୍ରଭାବିତ କରେ। ଫଳରେ ପେଟର ଗତିବିଧି ଅଧିକ ଅନୁଭବ ହୋଇପାରେ। ପେଟରେ ଗ୍ୟାସ୍‌ ଜମିବା ମଧ୍ୟ ଶବ୍ଦର ଏକ ପ୍ରମୁଖ କାରଣ। ଖାଇବା ସମୟରେ ଅଧିକ ବାୟୁ ଗିଳିବା, ଖୁବ୍‌ ଶୀଘ୍ର ଖାଇବା କିମ୍ବା କିଛି ଖାଦ୍ୟ ଖାଇବା ଯୋଗୁଁ ପାଚନତନ୍ତ୍ରରେ ଗ୍ୟାସ୍‌ ବଢ଼ିପାରେ। ଏହି ଗ୍ୟାସ୍‌ ଅନ୍ତନଳୀ ଦେଇ ଗତି କରିବା ସମୟରେ ଶବ୍ଦ ହୋଇଥାଏ। ଏହାଛଡ଼ା କୋଷ୍ଠକାଠିନ୍ୟ, ବଦହଜମୀ କିମ୍ବା ଖାଦ୍ୟାଭ୍ୟାସରେ ହଠାତ୍‌ ପରିବର୍ତ୍ତନ ଯୋଗୁଁ ମଧ୍ୟ ପେଟର ଗତିବିଧି ବଦଳିପାରେ।

Nighttime Blood Pressure: ରାତିରେ ରକ୍ତଚାପ ମାପିବା କାହିଁକି ଗୁରୁତ୍ୱପୂର୍ଣ୍ଣ?

କେବଳ ପେଟରୁ ଶବ୍ଦ ହେବା ସାଧାରଣତଃ ଚିନ୍ତାର ବିଷୟ ନୁହେଁ। ତେବେ ଏହା ସହିତ ତୀବ୍ର ପେଟ ଯନ୍ତ୍ରଣା, ଲଗାତାର ବାନ୍ତି ଆଦି ଲକ୍ଷଣ ଦେଖାଦେଲେ ଏହାକୁ ଅଣଦେଖା କରିବା ଠିକ୍‌ ନୁହେଁ। ଏପରି ଲକ୍ଷଣ ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ପେଟର ଅସ୍ୱାଭାବିକ ଶବ୍ଦ କମାଇବା ପାଇଁ ଧୀରେ ଧୀରେ ଖାଇବା ଏବଂ ଖାଦ୍ୟକୁ ଭଲ ଭାବରେ ଚୋବାଇବା ଭଲ। ପର୍ଯ୍ୟାପ୍ତ ପାଣି ପିଇବା ସହ ଦୀର୍ଘ ସମୟ ଧରି ଭୋକିଲା ନରହିବା ଆବଶ୍ୟକ। ସନ୍ତୁଳିତ ଖାଦ୍ୟ ଖାଇବା ସହ ନିୟମିତ ଶାରୀରିକ କାର୍ଯ୍ୟକଳାପ କରିବା ମଧ୍ୟ ଉପକାରୀ। ଯଦି ଗୁରୁତର ଲକ୍ଷଣ ଦେଖାଦିଏ, ନିଜେ ଔଷଧ ନଖାଇ ଡାକ୍ତରଙ୍କ ପରାମର୍ଶ ନେବା ଭଲ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.