Emoji: ଜେନ୍‌-ଜିର ନୂଆ ପ୍ରିୟ ଇମୋଜି

2 weeks ago 11
ARTICLE AD BOX

ସେ ଖୁସି ହେଉ ବା ବିଷାଦ, ଦୁଃଖ ବା ପ୍ରେମ- ସୋସିଆଲ୍‌ ମିଡିଆରେ ଇମୋଜିର ବ୍ୟବହାର ଏକ ସାଧାରଣ କଥା। ଏଗୁଡ଼ିକ ମଧ୍ୟରୁ ଜୋର୍‌ରେ କାନ୍ଦୁଥିବା ମୁହଁ ଏବେ ସବୁଠାରୁ ଅଧିକ ବ୍ୟବହୃତ ଇମୋଜି ବୋଲି ଜଣାପଡ଼ିଛି, ଯାହା ହସୁଥିବା ଓ ଅତ୍ୟଧିକ ଖୁସିରେ ଲୁହ ବହୁଥିବା ଭଳି ଇମୋଜିକୁ ପଛରେ ପକାଇ ଦେଇଛି। ପଠାଯାଉଥିବା ଇମୋଜି ଭିତରୁ ସର୍ବାଧିକ ୮% ହେଉଛି ଏହି କ୍ରନ୍ଦନ ଇମୋଜି। ୨୦୨୫ରେ ଗୁଗୁଲ୍‌ର ବ୍ୟବହାର ତଥ୍ୟ ଅନୁଯାୟୀ, ହାସ୍ୟରସ, ଗଭୀର ଚିନ୍ତା ଓ କାନ୍ଦ ବା ବିଷାଦକୁ ପ୍ରକାଶ କରୁଥିବା ୫୦୦ରୁ ଅଧିକ ଇମୋଜି ଅପେକ୍ଷା ବନ୍ଦ ଆଖିରୁ ଲୁହ ବହିବା ସହ ଜୋର୍‌ରେ କାନ୍ଦୁଥିବା ମୁହଁର ଇମୋଜି ସବୁଠାରୁ ଉପରେ ରହିଥିଲା। ଗୁଗୁଲ୍‌ ଅଧିକାଂଶ ଆଣ୍ଡ୍ରଏଡ୍ ଡିଭାଇସ୍‌ ପାଇଁ ନିର୍ମିତ ‘ଗୁଗୁଲ୍‌ ଜିବୋର୍ଡ’ରେ ସାରା ପୃଥିବୀରେ ଲୋକେ ବ୍ୟବହାର କରୁଥିବା ୬୬୫ ନିୟୁତ ଇମୋଜିର ଏକ ତଥ୍ୟ ସଂଗ୍ରହ କରିଛି।

SCO summit: କିର୍ଗିଜ୍ ଗଣରାଜ୍ୟର ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ବୈଠକ

‘ଦ ନ୍ୟୁୟର୍କ ଟାଇମ୍‌ସ’ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଯୁବପିଢ଼ି ବିଭିନ୍ନ ଇମୋଜି ବ୍ୟବହାର କରୁଥିଲେ ମଧ୍ୟ ବିଶେଷ କରି କିଶୋରୀମାନେ ଏ କ୍ଷେତ୍ରରେ ଆଗରେ ଅଛନ୍ତି। ଗୁଗୁଲ୍‌ ପକ୍ଷରୁ କୁହାଯାଇଛି ଯେ, ଜିବୋର୍ଡରେ ୩୬୦୦ ଇମୋଜି ଉପଲବ୍‌ଧ ଥିଲେ ହେଁ ଅନେକ ବର୍ଷ ଧରି ସର୍ବାଧିକ ବ୍ୟବହାର ହେଉଥିବା ୧୦ଟି ଇମୋଜି ଏବେ ବି ପୂର୍ବଭଳି ବ୍ୟବହୃତ ହେଉଛି। ସେହିପରି କେତେକ ଇମୋଜିର ବ୍ୟବହାର ବି ବଦଳୁଛି। ଏସବୁ ଭିତରେ ହାତ ଯୋଡ଼ିବା ଓ ଥମ୍ବସ୍‌-ଅପ୍‌ ଇମୋଜିର ବ୍ୟବହାର ଅଧିକ ‌ହେଉଥିବା କୁହାଯାଇଛି। ଆଗରୁ କେତେକ ଇମୋଜି ଦ୍ବାରା ଯେଉଁସବୁ ଭାବନା ପ୍ରକାଶ କରାଯାଉଥିଲା, ସେଥିରେ ବି ପରିବର୍ତ୍ତନ ଆସିଛି। ଏବେ ଜେନ୍‌-ଆଲ୍‌ଫା ଓ ଜେନ୍-ଜି ପ୍ରାୟତଃ ସମ୍ପର୍କ ଭାଙ୍ଗିବା ଭଳି ଭାବର ପ୍ରକାଶ ପାଇଁ ଶୁଖିଯାଇଥିବା ଲାଲ ଗୋଲାପ ଇମୋଜି ବ୍ୟବହାର କରୁଛନ୍ତି। ଏହାକୁ ଦୁଃଖ, ଭଗ୍ନ ହୃଦୟ, ଭାବପ୍ରବଣତା ବା କ୍ଳାନ୍ତି ଅର୍ଥରେ ଅଧିକ ଉପଯୋଗ କରାଯାଉଥିବା ଦେଖାଯାଉଛି। ଆଗରୁ ଏହି ଭାବନାଗୁଡ଼ିକୁ ପ୍ରାୟତଃ ଭଙ୍ଗା ହୃଦୟ ଇମୋଜି ମାଧ୍ୟମରେ ପ୍ରକାଶ କରାଯାଉଥିଲା। କହିବାକୁ ଗଲେ ପୁରୁଣା ପିଢ଼ି ଗୋଟିଏ ଇମୋଜିକୁ ଅଧିକ ବ୍ୟବହାର କଲେ ଜେନ୍‌-ଜି ବର୍ଗ ପ୍ରାୟତଃ ତାହାର ବ୍ୟବହାର ବନ୍ଦ କରି ଅନ୍ୟ କିଛି ବିକଳ୍ପ ଇମୋଜି ବ୍ୟବହାର କରୁଛନ୍ତି।

NBA: ଜାତୀୟ ଜୈବବିବିଧତା ପ୍ରାଧିକରଣରୁ ମିଳିଲା ୫୮ ଲକ୍ଷ

Read Entire Article
LEFT SIDEBAR AD

Hidden in mobile, Best for skyscrapers.