ARTICLE AD BOX
ଟ୍ରେନ ଇଞ୍ଜିନ ଧକ୍କାରେ ଗୋଟିଏ ଦନ୍ତା ହାତୀର ମୃତ୍ୟ ହୋଇଥିବା ଜଣାପଡିଛି I ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ବୁରୁନ୍ଦାବାଡି ନିକଟରେ ବିଷମକଟକ ଥେରୁବାଲି ରେଳଧାରଣାରେ ଏହି ଘଟଣା ଘଟିଛି
Representational Imageରାୟଗଡା(ଶିବ ପ୍ରସାଦ ଦୋରା): ଟ୍ରେନ ଇଞ୍ଜିନ ଧକ୍କାରେ ଗୋଟିଏ ଦନ୍ତା ହାତୀର ମୃତ୍ୟ ହୋଇଥିବା ଜଣାପଡିଛି I ରାୟଗଡାଜିଲ୍ଲା ବିଷମକଟକ ବ୍ଲକ ବୁରୁନ୍ଦାବାଡି ନିକଟରେ ବିଷମକଟକ ଥେରୁବାଲି ରେଳଧାରଣାରେ ଏହି ଘଟଣା ଘଟିଛି I ରେଳଧାରଣାଠାରୁ ୩ ମିଟର ଦୂରରେ ପଡ଼ିଛି ହାତୀର ମୃତଦେହ I
ଆହୁରି ପଢନ୍ତୁ: 'Sambad' Literary Festival in Rayagada: ରାୟଗଡ଼ାରେ ‘ସମ୍ବାଦ’ ସାହିତ୍ୟ ସମାରୋହ: ‘ସାହିତ୍ୟକୁ ଛାଡ଼ି ଭାଷା ବଞ୍ଚିପାରିବନି’
ସୂଚନାରୁ ଜଣାପଡିଛି ଯେ ୩୧୨/୫-୭ କିଲୋମିଟର ନିକଟରେ ବ୍ୟାଙ୍କର୍ ଲାଇଟ୍ ଇଞ୍ଜିନ୍ ଦନ୍ତା ହାତୀଟିକୁ ଧକ୍କା ଦେଇଥିଲା I ଘଟଣା ବିଳମ୍ବିତ ରାତିରେ ହୋଇଥିବା ବେଳେ ଆରପିଏଫ ଓ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚିଛନ୍ତି I ବର୍ଷା ହେଉଥିବା ଯୋଗୁଁ ଉଦ୍ଧାର କାର୍ଯ୍ୟ ବିଳମ୍ବିତ ହୋଇଛି | କିଛି ମାସ ହେଲା କଳାହାଣ୍ଡି ଜିଲ୍ଲାରୁ ଏକ ଚାରି ଟିକିଆ ହାତୀ ବିଷମକଟକ ବ୍ଲକର ଭାତପୁର ବୁରୁନ୍ଦାବାଡ଼ି ଅଞ୍ଚଳରେ ବୁଲାବୁଲି କରୁଥିଲେ |
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 week ago
6


