ARTICLE AD BOX
ହାତୀମାନେ ସାଧାରଣତଃ ଧ୍ବନି ସାହାଯ୍ୟରେ ୫ କିଲୋମିଟର ଦୂରରୁ ପରସ୍ପର ସହିତ ବାର୍ତ୍ତାଳାପ କରିପାରନ୍ତି। ଏହି ଧ୍ବନି ବାୟୁ ଦେଇ ପ୍ରସାରିତ ହୋଇଥାଏ। ତେବେ ନୂଆ ଅଧ୍ୟୟନରୁ ଜଣାପଡ଼ିଛି ଯେ ହାତୀମାନେ ଅଧିକ ଦୂର ଯାଏ ସୂଚନା ଆଦାନପ୍ରଦାନ ପାଇଁ ଭୂଇଁ କମ୍ପନର ଉପଯୋଗ ମଧ୍ୟ କରିଥାନ୍ତି। ‘ଫ୍ରଣ୍ଟିଅର୍ସ ଇନ୍ ଅଡିଓଲୋଜି ଆଣ୍ଡ୍ ଅଟୋଲୋଜି’ର ଗବେଷକମାନେ ହାତୀ କାନର ଆଭ୍ୟନ୍ତରୀଣ ଗଠନର ଅଧ୍ୟୟନ କରି ଜାଣିପାରିଛନ୍ତି ଯେ କମ୍ ଫ୍ରିକ୍ବେନ୍ସି ବିଶିଷ୍ଟ କମ୍ପନକୁ ବାରିବାରେ ତାହା ଅଧିକ ସମ୍ବେଦନଶୀଳ।
Judgement: ସୁରେନ୍ଦ୍ର ଗାଡଲିଙ୍ଗଙ୍କ ଜାମିନ ଆବେଦନ ଶୁଣାଣିରୁ ତୃତୀୟ ସୁପ୍ରିମ୍କୋର୍ଟ ବିଚାରପତି ଓହରିଲେ
ଏହାର ବିଶାଳ ତଥା ଭାରୀ କାନ ହାଡ଼ଗୁଡ଼ିକ ‘ବୋନ୍ କଣ୍ଡକ୍ସନ୍’ ବା ହାଡ଼ ଦ୍ବାରା ଧ୍ବନି ପ୍ରସାରଣ ଲାଗି ବେଶ୍ ଉପଯୋଗୀ। ସେହିପରି ହାତୀ ସ୍ବେଚ୍ଛାରେ ନିଜର କାନ ବନ୍ଦ କରିପାରୁଥିବାରୁ ‘ବୋନ୍ କଣ୍ଡକ୍ସନ୍’ଜନିତ ଶ୍ରବଣଶକ୍ତି ଆହୁରି ବୃଦ୍ଧି ପାଇଥାଏ (ଆମେ ଇଅର୍ଫୋନ୍ ଲଗାଇବା ପରେ ଶ୍ବାସକ୍ରିୟା ପରି ଶାରୀରିକ କ୍ରିୟାର ଶବ୍ଦ ଅଧିକ ସ୍ପଷ୍ଟ ଶୁଣାଯିବା ସହିତ ଏହି ପ୍ରକ୍ରିୟା ତୁଳନୀୟ)। ଗୋଟିଏ ହାତୀ ପାଦ ସାହାଯ୍ୟରେ ମାଟିରେ ସୂକ୍ଷ୍ମ କମ୍ପନ ସୃଷ୍ଟି କରିଥାଏ ଏବଂ ଅନ୍ୟ ହାତୀମାନଙ୍କ ପାଦର ହାଡ଼ ଦେଇ କାନ ଯାଏ ସେହି କମ୍ପନ ପହଞ୍ଚିଥାଏ। ଏହି ପ୍ରକ୍ରିୟାରେ ହାତୀମାନେ ଦଶ କିଲୋମିଟର ଦୂରତା ପର୍ଯ୍ୟନ୍ତ ବାର୍ତ୍ତାଳାପ କରିପାରନ୍ତି।
Neglect: ଗୋଟିଏ ଭୁଲରେ ବନ୍ଦ ହେଲା ଆଧାର, ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

1 week ago
8


