ARTICLE AD BOX
ଯୁଯୁମୁରା: ସମ୍ବଲପୁରଜିଲ୍ଲା ପଡ଼ିଆବାହାଲ ବନାଞ୍ଚଳର ବଡସାହିର ସେକ୍ସନ ଅନ୍ତର୍ଗତ ହିରୋ ମିର୍ଦ୍ଧାପଡ଼ା ନିକଟସ୍ଥ ପତ୍ରା ଜଙ୍ଗଲରୁ ରବିବାର ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଛି।
ସେଫଟିସେମିଆ ରୋଗରେ ଆକ୍ରାନ୍ତ ସନ୍ଦେହ
ସୂଚନା ଅନୁଯାୟୀ, ଜଙ୍ଗଲ ଭିତରୁ ଦୁର୍ଗନ୍ଧ ବାହାରୁଥିବାରୁ ସ୍ଥାନୀୟ ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀର ମୃତଦେହ ଠାବ କରିଥିଲେ। ପରେ ଡିଏଫଓ ସୁଦର୍ଶନ ଗୋପୀନାଥ ଯାଦବ ଓ ପଡ଼ିଆବାହାଲ ରେଞ୍ଜର ସୁନୀଲ ଖିଲାରି ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଥିଲେ। ମୃତ ହାତୀଟିର ବୟସ ପ୍ରାୟ ୧୨ ବର୍ଷ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ପ୍ରାଥମିକ ତଦନ୍ତରୁ ହାତୀଟି ସେଫଟିସେମିଆ ରୋଗରେ ଆକ୍ରାନ୍ତ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି। ଏହାର ମୃତ୍ୟୁ ପ୍ରାୟ ୪ରୁ ୫ ଦିନ ପୂର୍ବରୁ ହୋଇଥିବା ଅନୁମାନ କରାଯାଉଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ବନ ବିଭାଗ ସୂଚନା ଦେଇଛି।
Husband Killed Wife: ସ୍ବାମୀର କାଠଫାଳିଆ ମାଡ଼ରେ ସ୍ତ୍ରୀ ମୃତ, ଅଭିଯୁକ୍ତ ଥାନାରେ ଅଟକ

3 weeks ago
13


