Elephant Carcass Found ବାରିପଦା ଚାଷଜମିରୁ ଦନ୍ତା ହାତୀର ମୃତଦେହ ଠାବ

1 hour ago 2
ARTICLE AD BOX

ବାରିପଦା(ବଟକୃଷ୍ଣ ବିହାରୀ): ମୟୁରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡର ଡୁକୁରା ରେଞ୍ଜର ବେଲଡୁଙ୍ଗୁରି ଠାରେ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର କରାଯାଇଛି। ପ୍ରାଥମିକ ତଦନ୍ତରୁ ଏହା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। 

Elephant: ଡୁମେର୍ତ୍ତା ଟୁଙ୍ଗୁରି ଟୋଲି ଜମିରୁ ଦନ୍ତାହାତୀର ମୃତଦେହ ଉଦ୍ଧାର, ବିଦ୍ୟୁତ୍ ତାର ସଂସ୍ପର୍ଶରେ ମୃତ୍ୟୁ ସନ୍ଦେହ
ଆଜି (ସୋମବାର) ପୂର୍ବାହ୍‌ଣରେ ସ୍ଥାନୀୟ ଗ୍ରାମବାସୀ ଗାଁ ସନ୍ନିକଟ ଚାଷଜମିରେ ଏକ ଦନ୍ତାହାତୀ ମରି ପଡ଼ିଥିବା ଦେଖିବାକୁ ପାଇଥିଲେl  ଏନେଇ ବନବିଭାଗକୁ ଜଣାଇବା ପରେ ଘଟଣା ସ୍ଥଳରେ ବନ କର୍ମଚାରୀ ପହଞ୍ଚିଥିଲେ। 

ଦୁଇ ହାତୀକୁ ହତ୍ୟା: ବିଦ୍ୟୁତ୍‌ ଫାଶରେ ଲାଗି ଦନ୍ତାହାତୀ ମୃତ, ୨ଜଣ ଅଟକ
ବନ ବିଭାଗ କର୍ମଚାରୀଙ୍କ ସୂଚନାନୁସାରେ, ହାତୀଟିର ବୟସ ୨୦ ବର୍ଷ ମଧ୍ୟରେ ହେବ।  ହାତୀଟି ବିଲ ମଝିରେ ପଡ଼ିଥିବା ଦେଖିବାକୁ ମିଳିଛି। ହାତୀ ମରିଥିବା ସ୍ଥାନରୁ କିଛି ଦୂରରେ ବିଦ୍ୟୁତ ତାର ଛିଣ୍ଡି ପଡ଼ିଥିବା ମଧ୍ୟ ଦେଖିବାକୁ ମିଳିଛି। ହାତୀ ଟି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମରିଥାଇ ପାରେ ବୋଲି ଅନୁମାନ କରାଯାଉଛି। ଏନେଇ ତଦନ୍ତ ଜାରି ରହିଛି ବୋଲି ବାରିପଦା ବନଖଣ୍ଡ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ କହିଛନ୍ତି l

Read Entire Article
LEFT SIDEBAR AD

Hidden in mobile, Best for skyscrapers.