Elephant Attack: ସୁନ୍ଦରଗଡ଼ ଜିଲ୍ଲାରେ ହାତୀ ଆତଙ୍କ, ଦନ୍ତା ଆକ୍ରମଣରେ ୨ ମୃତ

1 month ago 11
ARTICLE AD BOX

କୋଇଡା/ବୀରମିତ୍ରପୁର:ସୁନ୍ଦରଗଡ଼ ଜିଲ୍ଲାରେ ହାତୀ ଆତଙ୍କ। ଦନ୍ତା ଆକ୍ରମଣରେ ୨ ମୃତ। ଆଜି ସକାଳୁ ଏଭଳି ଦୁଇଟି ଘଟଣା ସାମ୍ନାକୁ ଆସିଛି। ଗେ‌ାଟିଏ କୋଇଡା ବନାଞ୍ଚଳରେ ଓ ଅନ୍ୟଟି ବୀରମିତ୍ରପୁର ଅଞ୍ଚଳରେ ଘଟିଛି। କୋଇଡା ବନାଞ୍ଚଳର ତେନ୍ତୁଳଡିହି ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ସମ୍ବାରୀ ମୁଣ୍ଡା (୬୦) ଓ ତାଙ୍କ ଝିଅ, ନାତୁଣୀ ନିଜ ଘରୁ ପରିସ୍ରା କରିବାକୁ ବାହାରୁଥିବା ବେଳେ ଏକ ଦନ୍ତା ହାତୀ ହଠାତ୍ ସାମ୍ନାକୁ ଆସିଥିଲା। ଜୀବନ ବିକଳରେ ଯିଏ ଯୁଆଡେ ପାରିଲେ ଦୌଡ଼ିବାକୁ ଚେଷ୍ଟା କରିଥିଲେ, ହେଲେ ସମ୍ବାରୀ ଖସି ପାରିନଥିଲେ ଯାହା ଫଳରେ ଶୁଣ୍ଢରେ ଟାଣି ଆଣି ଦଳି ଦେଇଥିଲା ଓ ତାଙ୍କ ଝିଅ ବାଲମା ଝୁଣ୍ଟି ଯାଇ ଆହତ ହୋଇଥିଲେ ।

Bhitarkanika: ଖୋଲିଲା ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ, ପର୍ଯ୍ୟଟକମାନେ କରିପାରିବେ ରାତ୍ରିଯାପନ

ଲୋକେ ଦେଖିବା ପରେ ଦନ୍ତାକୁ ଘଉଡ଼ାଇ ସହ ସମ୍ବାରୀଙ୍କୁ କୋଇଡା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଆଣିଥିଲେ, ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ କ୍ଷତିପୂରଣ ଦାବିରେ ପରିବାର ଓ ଗ୍ରାମବାସୀ ।

ଏଣେ ବୀରମିତ୍ରପୁରର  କୁସୁମଟୋଲିରେ ପ୍ରାତଃଭ୍ରମଣ କରୁଥିବା ବେଳେ ଜଣଙ୍କର ଜୀବନ ନେଇଛି ହାତୀ। ମୃତକ ହେଲେ ରାମଚନ୍ଦ୍ର ଗୌଡ଼।

Read Entire Article
LEFT SIDEBAR AD

Hidden in mobile, Best for skyscrapers.