ARTICLE AD BOX
କେନ୍ଦୁଝର ଜିଲ୍ଲା ବାମେବାରି ଥାନାର ଯୋଡା ସେକ୍ସନ ଅନ୍ତର୍ଗତ ଗୁରୁବେଡ ଗ୍ରାମରେ ଜଣେ ବୃଦ୍ଧ ଶୋଇଥିବା ବେଳେ ଦନ୍ତା ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। ବୃଦ୍ଧ ଜଣକ ହେଲେ ସେହି ଗ୍ରାମର ଯାତ୍ରା ମୁଣ୍ଡା(୮୧)।
Elderly man killed by elephant Photograph: (sambad.in)ଯୋଡ଼ା:କେନ୍ଦୁଝରଜିଲ୍ଲା ବାମେବାରି ଥାନାର ଯୋଡା ସେକ୍ସନ ଅନ୍ତର୍ଗତ ଗୁରୁବେଡ ଗ୍ରାମରେ ଜଣେ ବୃଦ୍ଧ ଶୋଇଥିବା ବେଳେ ଦନ୍ତା ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। ବୃଦ୍ଧ ଜଣକ ହେଲେ ସେହି ଗ୍ରାମର ଯାତ୍ରା ମୁଣ୍ଡା(୮୧)।
Bus Strike: ଉଦଳା ମଟର କର୍ମଚାରୀ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ, ଉଦଳାରୁ ଗଡ଼ୁନି ବସ୍
ସୋଇଥିବା ବେଳେ ଆକ୍ରମଣ
ବନ ବିଭାଗର ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଘର ବାହାରେ ଯାତ୍ରା ମୁଣ୍ଡା ପାଲ ଟାଣି ଶୋଇଥିବା ବେଳେ ଦନ୍ତା ହାତୀଟି ଆସି ତାଙ୍କୁ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା। ଉକ୍ତ ଦନ୍ତା ହାତୀଟି ବାଲି ବନ୍ଧ ସେକ୍ସନ ବୈତରଣୀ ନଦୀ ପାରି କରି ଗୁରୁବେଡ ଅଞ୍ଚଳରେ ବୃଦ୍ଧଙ୍କୁ ଆକ୍ରମଣ କରିବା ପରେ ରାତିରେ ହିଁ ଫେରି ଯାଇଥିବା ବନପାଳ ଜେନା ସୂଚନା ଦେଇଛନ୍ତି। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ସୂଚନା ମିଳିଛି। ଏ ନେଇ ବାମେବାରି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ବାମେବାରି ପୁଲିସ ସୂଚନା ଦେଇଛି ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

3 weeks ago
10


