Ekamra Kshetra: ଦଳଭର୍ତ୍ତି ପୁଷ୍କରିଣୀ‌ରେ ଆ କା ମା ବୈ.. ଏକାମ୍ରକ୍ଷେତ୍ରରେ ବଢ଼ୁଛି ଜନଅସନ୍ତୋଷ

2 days ago 2
ARTICLE AD BOX

ପୁରୁଣା ଭୁବନେଶ୍ୱର: ଦୀପାବଳି ଅମାବାସ୍ୟା ଗଲା। ପାଖେଇ ଆସୁଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଏହି ତିଥିରେ ପ୍ରାଚୀନ ପରମ୍ପରା ଅନୁଯାୟୀ ଓଡ଼ିଆମାନେ ନଦୀ ଓ ପୁଷ୍କରିଣୀରେ ଡଙ୍ଗା ଭସାଇ ଅତୀତର ସମୃଦ୍ଧ କଳିଙ୍ଗ ନୌବାଣିଜ୍ୟର ସ୍ମୃତିଚାରଣ କରିବେ। କିନ୍ତୁ ଗତ କିଛି ବର୍ଷ ହେଲା ଏଥିପାଇଁ ଏକାମ୍ରକ୍ଷେତ୍ର ବାସିନ୍ଦାଙ୍କ ଚିନ୍ତା ବଢ଼ିବାରେ ଲାଗିଛି। କାରଣ ସେମାନଙ୍କୁ ଦଳ ଭର୍ତ୍ତି ପୁଷ୍କରିଣୀ‌ରେ ଡଙ୍ଗା ଭସାଇବାକୁ ପଡ଼ୁଛି। ସ୍ନାନ ପାଇଁ ପୂରା ଅଯୋଗ୍ୟ ହୋଇପଡ଼ିଥିବା ପ୍ରାଚୀନ ପବିତ୍ର ପୁଷ୍କରିଣୀ ସବୁରୁ ଦୁର୍ଗନ୍ଧ ବାହରୁଥିବାରୁ ଲୋକେ ଘରୁ ସ୍ନାନକରି ଆସୁଛନ୍ତି ଏବଂ ଦଳପୂର୍ଣ୍ଣ ପୋଖରୀରେ ଆ କା ମା ବୈ... ଡାକି ଡଙ୍ଗା ଭସାଇ ମନ୍ଦିର ଯାଉଛନ୍ତି। ବିନ୍ଦୁସାଗର, ମେଘେଶ୍ବର ପୁଷ୍କରିଣୀ, କେଦାରଗୌରୀ କୁଣ୍ଡ ଓ ସୂକ୍ଷ୍ମେଶ୍ବର ପୁଷ୍କରିଣୀ ଭଳି ଐତିହ୍ୟସଂପନ୍ନ ପୋଖରୀଗୁଡ଼ିକ ପରିତ୍ୟକ୍ତ ଅବସ୍ଥାରେ ଥିବାରୁ ସ୍ଥାନୀୟ ଲୋକେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। 

Editorial: ଚପଲର ସ୍ବପ୍ନଭଙ୍ଗ

ଏବେ ବିଏମ୍‌ସି ପକ୍ଷରୁ ବିନ୍ଦୁସାଗର ସଫେଇ ଆରମ୍ଭ କରାଯାଇଛି। କାର୍ତ୍ତିକ ପୂର୍ଣ୍ଣିମା ପୂର୍ବରୁ ବିନ୍ଦୁସାଗରକୁ ସଫା କରିବା ପାଇଁ ପ୍ରତିଦିନ ୪୦ରୁ ୫୦ଜଣ ଜଣ ଶ୍ରମିକ ଦଳ ସଫା କରୁଛନ୍ତି। ତଥାପି ପୂର୍ଣ୍ଣିମା ପୂର୍ବରୁ ସଫେଇ କାମ ସରିପାରିବ ନାହିଁ ବୋଲି କୁହାଯାଉଛି। ତେଣୁ ଯେମିତି ସେମିତି କରି କାମଚଳା ଭାବେ ସଫେଇ ସାରିଦିଆଯିବ ବୋଲି ଲୋକେ ଆଲୋଚନା କରୁଛନ୍ତି। କିନ୍ତୁ କର୍ପୋରେଟର ଶିବ ପ୍ରସାଦ ବେହେରାଙ୍କ କହିବା କଥା ବୋଇତ ବନ୍ଦାଣ ପୂର୍ବରୁ ବିନ୍ଦୁସାଗର ସଫେଇ କାମ ସରିଯିବ। ଶ୍ରଦ୍ଧାଳୁମାନେ ବିନା ସମସ୍ୟାରେ ଡଙ୍ଗା ଭସାଇବେ। କିନ୍ତୁ ସ୍ଥାନୀୟ ଅଧିବାସୀମାନଙ୍କ ଅଭିଯୋଗ ହେଉଛି କି ବିନ୍ଦୁସାଗର ଭଳି ମେଘେଶ୍ବର ପୁଷ୍କରିଣୀ, କେଦାରଗୌରୀ କୁଣ୍ଡ, ସୂକ୍ଷ୍ମେଶ୍ବର ପୁଷ୍କରିଣୀ ପବିତ୍ର ଓ ଐତିହ୍ୟସଂପନ୍ନ। ସେସବୁ ପୋଖରୀରେ ବି ଶ୍ରଦ୍ଧାଳୁମାନେ ଡଙ୍ଗା ଭସାଇ ଥାଆନ୍ତି। କିନ୍ତୁ କିଛି ପୁଷ୍କରିଣୀର ପଚା ପାଣିରେ ଲୋକେ ଗୋଡ଼ ବୁଡ଼ାଇବାକୁ ନାକ ଟେକୁଥିବା ବେଳେ ଡଙ୍ଗା ଭସାଇବାକୁ କିଏ ଚାହୁଛି ବୋଲି କହୁଛନ୍ତି।

UCCIL: ରାଜ୍ୟପାଳଙ୍କୁ ଭେଟିଲେ ୟୁସିସିଆଇଏଲ୍‌ ସଭାପତି

 ଏକାମ୍ରକ୍ଷେତ୍ରର ଏହି ପବିତ୍ର ପୁଷ୍କରିଣୀ ସବୁ ଦିନକୁ ଦିନ ଅଲୋଡ଼ା ଓ ପରିତ୍ୟକ୍ତ ହୋଇପଡ଼ୁଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେଗୁଡ଼ିକର ସଫେଇ ପାଇଁ ସ୍ଥାୟୀ ପ୍ରତିକାର କରାଯାଉ ନାହିଁ ବୋଲି ଅଭିଯୋଗ ହୋଇଆସୁଛି। ଏମିତି ଅଭିଯୋଗ କରି ବିନ୍ଦୁସାଗର ସୁରକ୍ଷା ମଞ୍ଚ ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ନୀଳମଣି ମିଶ୍ର, ଅଶୋକ କୁମାର ମହାରଣା, ବିପିନ ବିହାରୀ ରାଉତରାୟ, ଉଲ୍ଲାସ ଚନ୍ଦ୍ର ମହାପାତ୍ର, ଗିରିଜା ଶଙ୍କର ମହାପାତ୍ର, ହୃଷୀକେଶ ବେହେରା, ସ୍ନେହଲତା ମହାପାତ୍ର, ବର୍ଣ୍ଣମାଳା ପାତ୍ର, ନୟନୀ ବେହେରା, ଲିଲି ପାତ୍ର, ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ତାରାଚରଣ ଆଚାର୍ଯ୍ୟ ଓ ସମୀର ବାବୁ ପ୍ରମୁଖ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.