Education: ଗାଁ ସମସ୍ୟାର ନିଛକ ଛବି ଆଦର୍ଶ ଗ୍ରାମସଭାରେ ଉପସ୍ଥାପିତ କଲେ ଏକଲବ୍ୟ ଅନ୍ତେବାସୀ

1 week ago 7
ARTICLE AD BOX

ନବରଙ୍ଗପୁର (ନବରଂଗପୁର): ହିର୍ଲି ସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆଦର୍ଶ ଗ୍ରାମସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ବିଦ୍ୟାଳୟର ଅଧ୍ୟକ୍ଷା ସୁଭାଷିନୀ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଏନସିସି ବାଟଲିଅନର କର୍ଣ୍ଣେଲ ସୁନୀଲ କୁମାର, ସମ୍ମାନିତ ଅତିଥି ଭାବେ ଏବିଡିଓ ଗୋପାଳ ପଣ୍ଡା, ଓଏଭିର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ମହାପାତ୍ର, ଅବସରପ୍ରାପ୍ତ ନେଭି ଅଧିକାରୀ ଜୟ ପ୍ରକାଶ ସାହୁ ଏବଂ ସମ୍ବାଦର ଜିଲ୍ଲାପ୍ରତିନିଧି ସୁରେଶ କୁମାର ନାଇଡୁ ଯୋଗଦେଇଥିଲେ। 

ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଗ୍ରାମସଭାର ଗୁରୁତ୍ୱ, ଗଣତାନ୍ତ୍ରିକ ମୂଲ୍ୟବୋଧ, ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା ଓ ସାମାଜିକ ଦାୟିତ୍ୱବୋଧ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏଥିରେ  ବିଚାରପତି ଭାବେ କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷକ ରାଜେନ୍ଦ୍ର ଯାଦବ, ଜବାହାର ନବୋଦୟ ବିଦ୍ୟାଳୟର ଶିକ୍ଷକ ଗୌରବ ଯାଦବ ଏବଂ ଓଏଭିର ଶିକ୍ଷକ ବିଦ୍ୟାଧର ଦିଶାରୀ ଯୋଗଦେଇଥିଲେ। ଛାତ୍ରଛାତ୍ରୀ ମାନେ ଗୋଷ୍ଠୀଗତ ଭାବେ ଗ୍ରାମସଭାରେ ବାଲ୍ୟବିବାହ, ସ୍ବେଚ୍ଛାକୃତ ରକ୍ତଦାନ, ନିଶାମୁକ୍ତି, ଶିଶୁଶ୍ରମିକ, ଦାଦନ, ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ସାରର ଅଭାବ, ଗାଁର ଗମନାଗମନ, ଭତ୍ତା, ବିଭିନ୍ନ ପ୍ରମାଣପତ୍ର, ଟୀକା ସହ ବିଭିନ୍ନ ସରକାରୀ ଯୋଜନାକୁ ଭିନ୍ନ ଡଙ୍ଗରେ ଉପସ୍ଥାପନ କରିଥିଲେ। 

CBSE ଦଶମ ପରୀକ୍ଷାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ରେକର୍ଡ ପାସ୍ ହାର

ଶିକ୍ଷକ ଗୋପାଳ ମହାପାତ୍ର ସଂଯୋଜନା କରିତିବା ବେଳେ କାର୍ଯ୍ୟକ୍ରମ ଶେଷରେ  ଶିକ୍ଷୟତ୍ରୀ ମାଣିକ ମାଳା ଆଚାର୍ଯ୍ୟ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ   ଗୁଲାମ ଜାଫର, କେ. ପ୍ରଶାନ୍ତ କୁମାର, ବି. ସୁରେଶ, ନିରୁପମା ରଥ, ମଧୁସ୍ମିତା ପ୍ରଧାନ, ଶ୍ରୀରାମ ଶାସ୍ତ୍ରୀ, ସୁମନ୍ ସେଠ, ରୀତା ସେନାପତିଙ୍କ ସମେତ ବିଦ୍ୟାଳୟର ସମସ୍ତ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ। ସୂଚନାଯୋଗ୍ୟ, ଗତ ବର୍ଷ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ  ସର୍ବଭାରତସ୍ତରରେ ପଂଚାୟତିରାଜ ବିଭାଗ ପକ୍ଷରୁ ହୋଇଥିବା ପ୍ରତିଯୋଗିତାରେ ଭାଗ ନେଇ ଗ୍ରାମସଭାକୁ ନୂଆଦିଲ୍ଲୀରେ ସଫଳ ମଂଚସ୍ଥ କରି ଦ୍ବିତୀୟ ସ୍ଥାନ ହାସଲ କରିବା ସହ ୭୫ଲକ୍ଷର ଆର୍ଥିକ ପୁରସ୍କାର ପାଇଥିଲେ।  

Read Entire Article
LEFT SIDEBAR AD

Hidden in mobile, Best for skyscrapers.