Editorial: ଛିଙ୍କରୁ ସର୍ଦ୍ଦି!

2 days ago 3
ARTICLE AD BOX

ଟ୍ରମ୍ପ ଯଦି ପ୍ରକୃତରେ ନିଜର କଥା ରଖନ୍ତି, ତେବେ ୨୦୦ ନିୟୁତରୁ ଅଧିକ ଆମେରିକୀୟ ଏଇ ରାଶି ପାଇବା ପାଇଁ ହକ୍‌ଦାର ହେବେ। ଏହାର ଅର୍ଥ ଏ ବାବଦରେ ଟ୍ରମ୍ପ ସରକାରକୁ ଏଥିପାଇଁ ଏକ ଟ୍ରଲିଅନ ଡଲାର ବା ଏକ ଲକ୍ଷ କୋଟି ଡଲାରରୁ ଅଧିକ ରାଶି ଖର୍ଚ୍ଚ କରିବାକୁ ହେବ। ସରକାରଙ୍କ ପାଇଁ ଏଇ ଅର୍ଥ ବୋଝର ତାତ୍ପର୍ଯ୍ୟ ହୃଦୟଙ୍ଗମ କରିବାରେ ଯାହା ବିଶେଷ ସହାୟକ ହୋଇଥାଏ, ତାହା ହେଲା ଆମେରିକାର ଜାତୀୟ ଋଣର ଆକାର, ଯାହା ଏକ ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚି ସାରିଛି- ପ୍ରଥମ ଥର ପାଇଁ ତାହା ୪୦ ଟ୍ରିଲିଅନ ଡଲାର ଅତିକ୍ରମ କରିସାରିଲାଣି।

Editorial: ମୁନୀନାଂ ଚ ମତିଭ୍ରମଃ

‘‘ଯେତେବେଳେ ଫ୍ରାନ୍‌ସ ଛିଙ୍କିଥାଏ, ସେତେବେଳେ ବାକି ଇଉରୋପକୁ ସର୍ଦ୍ଦି ଧରେ।’’  ଊନବିଂଶ ଶତାବ୍ଦୀର ପ୍ରସିଦ୍ଧ ଅଷ୍ଟ୍ରୀୟ ଚାନ୍‌ସେଲର ମେଟନିକ୍‌ଙ୍କର ଏହି ସୁବିଦିତ ଉକ୍ତିର ମର୍ମ ଥିଲା ଏହା ଯେ ଫ୍ରାନ୍‌ସରେ ଯେଉଁ ରାଜନୈତିକ, ସାମାଜିକ କିମ୍ବା ଅର୍ଥନୈତିକ ପରିବର୍ତ୍ତନ ଦେଖାଦିଏ, ତାହା ତୁରନ୍ତ ଇଉରୋପର ଅବଶିଷ୍ଟ ଦେଶମାନଙ୍କୁ ପ୍ରସାରିତ ହୋଇଯାଇଥାଏ। ନିକଟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କର କେତେକ ଆଚରଣ ଦେଖିଲା ପରେ ଆମର ମନେ ହୁଏ ବର୍ତ୍ତମାନ ମେଟନିକ୍‌ଙ୍କର ସେଇ ଅନ୍ତର୍ଦୃଷ୍ଟି ଭାରତ-ଆମେରିକା ସଂପର୍କ ପ୍ରତି ମଧ୍ୟ ପ୍ରଯୁଜ୍ୟ: ଯେତେବେଳେ ଭାରତ ଛିଙ୍କେ, ସେତେବେଳେ ଆମେରିକାକୁ ସର୍ଦ୍ଦି ଧରେ। ନିକଟରେ ପରିଦୃଷ୍ଟ ଅନ୍ତତଃ ଦୁଇଟି ତାତ୍ପର୍ଯ୍ୟପୂର୍ଣ୍ଣ ଘଟଣା ଏହାର ସ୍ବାକ୍ଷର ବହନ କରିଥାଏ।
ଗତ ମାସରେ ଟ୍ରମ୍ପ ସେ ଆମେରିକାରେ ଚଳାଇଥିବା ନିର୍ବାଚନ ସଂସ୍କାର ଉଦ୍ୟମ ସପକ୍ଷରେ ଯୁକ୍ତି ଉପସ୍ଥାପନ କରିବାକୁ ଯାଇ ଭାରତରେ କାର୍ଯ୍ୟକାରୀ ହୋଇଥିବା ‘ସ୍ପେସାଲ ଇଣ୍ଟେନ୍‌ସିଭ ରିଭିଜନ’ (‘ଏସଆଇଆର’) ଅଭିଯାନର ଭୂରି ଭୂରି ପ୍ରଶଂସା କରିଥିଲେ। ଏଇ ପ୍ରସଙ୍ଗରେ ସେ ଭାରତର ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ସହିତ ଆମେରିକୀୟ ପ୍ରଶାସନ ଅଧିକାରୀମାନଙ୍କର ଆଲୋଚନା ପ୍ରତି ଦୃଷ୍ଟି ଆକର୍ଷଣ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ସେଥିରେ ସେ ଭାରତରେ କିପରି ୬୪୬ ନିୟୁତ ମତଦାତା ‘ଫଟୋ ଆଇଡେଣ୍ଟିଟି କାର୍ଡ’ ବା ‘ଭୋଟର ପରିଚୟ ପତ୍ର’ ବ୍ୟବହାର କରି ମତଦାନ କରିଥିଲେ, ସେ ନେଇ ଘୋର ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ସେ ମଧ୍ୟ ଆମେରିକାରେ ଏକ ଅନୁରୂପ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ‘ସେଭ୍ ଆମେରିକା ଆକ୍ଟ’ ପ୍ରଣୟନ କରିବାକୁ ପ୍ରାଣପଣେ ଚେଷ୍ଟା ଚଳାଇଛନ୍ତି।
ଏବେ ଟ୍ରମ୍ପ ଭାରତରେ ଗଣତନ୍ତ୍ରର ବାସ୍ତବ କାର୍ଯ୍ୟଶୈଳୀରୁ ଆଉ ଏକ କୌଶଳ ମଧ୍ୟ ଅନୁକରଣ କରିବାକୁ ଆଗେଇ ଆସି କେବଳ ଆମେରିକାରେ ନୁହେଁ, ସାରା ପୃଥିବୀରେ ଚହଳ ସୃଷ୍ଟି କରିଛନ୍ତି। ଅାସନ୍ତା ନଭେମ୍ବରରେ ସେଠାରେ କଂଗ୍ରେସର ଉଭୟ ଗୃହ- ସିନେଟ୍ ଓ ପ୍ରତିନିଧି ସଭା ବା ‘ହାଉସ ଅଫ ରି‌େପ୍ରଜେଣ୍ଟେଟିଭସ୍’ - ପାଇଁ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଇ ନିର୍ବାଚନର ଫଳାଫଳ ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟି ପାଇଁ ଅନୁକୂଳ ନ ହୋଇପାରେ ବୋଲି ବିଭିନ୍ନ ସର୍ବେକ୍ଷଣରୁ ଜଣାପଡୁଛି। ଏହା ନ ଘଟି ଫଳାଫଳ ତାଙ୍କ ସପକ୍ଷରେ ଯିବା ପାଇଁ ଟ୍ରମ୍ପ ଏବେ ଯେଉଁ କୌଶଳ ଅବଲମ୍ବନ କରିଛନ୍ତି, ତାହାର କପିରାଇଟ ବା ପେଟେଣ୍ଟ ଯେ ସଂପୂର୍ଣ୍ଣ ରୂପେ ଭାରତୀୟ, ସେ ନେଇ କେହି ଦ୍ବିମତ ହେବାର ଅବକାଶ ନାହିଁ। ଗତ ବୁଧବାର ଦିନ ଡାଲାସ୍‌ ଠାରେ ଏକ ନିର୍ବାଚନ ରୢାଲିରେ ଉଦ୍‌ବୋଧନ ଦେବା ଅବସରରେ ଭାରତର ଛିଙ୍କ ତାଙ୍କ ଠାରେ ପ୍ରବଳ ସର୍ଦ୍ଦି ସୃଷ୍ଟି କଲାଭଳି ରାଷ୍ଟ୍ରପତି ଟ୍ରମ୍ପ ଘୋଷଣା କରିଥିଲେ ଯେ ଯଦି ଆଗାମୀ ନିର୍ବାଚନରେ କଂଗ୍ରେସର ଉଭୟ ଗୃହରେ ରିପବ୍ଲିକାନ୍ ପାର୍ଟି ସଂଖ୍ୟାଗରିଷ୍ଠତା ହାସଲ କରେ, ତେବେ ପ୍ରତ୍ୟେକ ପ୍ରାପ୍ତବୟସ୍କ ଆମେରିକୀୟଙ୍କୁ ତାଙ୍କ ସରକାର ୫,୦୦୦ ଡଲାର (ପାଖାପାଖି ପାଞ୍ଚ ଲକ୍ଷ ଟଙ୍କା) ଲେଖାଏଁ ଉପହାର (ବା ଉ‌େତ୍କାଚ) ପ୍ରଦାନ କରିବ। ଭାରତରେ ବିଭିନ୍ନ ନାମ ବହନ କରି ଅନୁସୃତ ହେଉଥିବା ଅନୁରୂପ ଯୋଜନାମାନ ସହିତ ଆମେ ସୁପରିଚିତ। ସେଥିମଧ୍ୟରୁ ଗୋଟିଏକୁ ପ୍ରୟୋଗ କରି ରହସ୍ୟରେ ଟ୍ରମ୍ପଙ୍କର ଏଇ ଯୋଜନାକୁ ସମ୍ବୋଧନ କରାଯାଉଛି- ‘ଲାଡ୍‌ଲୀ ୟାଙ୍କୀ’ (‘ଲାଡ୍‌ଲୀ ବେହେନା’ର ନକଲ)।
ଭା‌ରତକୁ ନକଲ କରିବା ପାଇଁ ଟ୍ରମ୍ପଙ୍କର ଏଇ ପ୍ରବୃତ୍ତିରେ ନିହିତ ଥିବା ବିଡ଼ମ୍ବନା କାହାରି ଦୃଷ୍ଟି ଏଡ଼ାଉ ନ ଥିବ। ବିଭିନ୍ନ କ୍ଷେତ୍ରରେ ଭାରତ ହାସଲ କରିଚାଲିଥିବା ସଫଳତା ପ୍ରତି ଟ୍ରମ୍ପ ଯେଉଁଭଳି ଅସହିଷ୍ଣୁ ଅସୂୟା ପ୍ରଦର୍ଶନ କରିଛନ୍ତି, କେବଳ ତାଙ୍କରି ଦଳର ନିକ୍‌ସନ୍‌ଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ଆମେରିକୀୟ ରାଷ୍ଟ୍ରପତିଙ୍କ ଠାରୁ ସେଭଳି ଦେଖିବାକୁ ମିଳିନାହିଁ। କିନ୍ତୁ ଭାରତ ପ୍ରତି ନିଜର ଚରମ ବିଦ୍ବେଷ ସତ୍ତ୍ବେ ନିଜର ବ୍ୟକ୍ତିଗତ ଲାଭ ପାଇଁ ଭାରତରେ ବ୍ୟବହୃତ କୌଣସି ରାଜନୈତିକ ପଦ୍ଧତି ନକଲ କରିବା ପାଇଁ ତାଙ୍କ ତିଳେ ମାତ୍ର କୁଣ୍ଠା ନାହିଁ।

Editorial: ଜଗତ୍ ସତ୍ୟମ୍ ବ୍ରହ୍ମ ମିଥ୍ୟା!

ଟ୍ରମ୍ପ ଯଦି ପ୍ରକୃତରେ ନିଜର କଥା ରଖନ୍ତି, ତେବେ ୨୦୦ ନିୟୁତରୁ ଅଧିକ ଆମେରିକୀୟ ଏଇ ରାଶି ପାଇବା ପାଇଁ ହକ୍‌ଦାର ହେବେ। ଏହାର ଅର୍ଥ ଏ ବାବଦରେ ଟ୍ରମ୍ପ ସରକାରକୁ ଏଥିପାଇଁ ଏକ ଟ୍ରଲିଅନ ଡଲାର ବା ଏକ ଲକ୍ଷ କୋଟି ଡଲାରରୁ ଅଧିକ ରାଶି ଖର୍ଚ୍ଚ କରିବାକୁ ହେବ। ସରକାରଙ୍କ ପାଇଁ ଏଇ ଅର୍ଥ ବୋଝର ତାତ୍ପର୍ଯ୍ୟ ହୃଦୟଙ୍ଗମ କରିବାରେ ଯାହା ବିଶେଷ ସହାୟକ ହୋଇଥାଏ, ତାହା ହେଲା ଆମେରିକାର ଜାତୀୟ ଋଣର ଆକାର, ଯାହା ଏକ ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚି ସାରିଛି- ପ୍ରଥମ ଥର ପାଇଁ ତାହା ୪୦ ଟ୍ରିଲିଅନ ଡଲାର ଅତିକ୍ରମ କରିସାରିଲାଣି। ଟ୍ରମ୍ପ ତାଙ୍କର ଦ୍ବିତୀୟ ପାଳି ସରକାର ସମୟରେ ପ୍ରଦର୍ଶନ କରିଚାଲିଥିବା ଅବିମୃଶ୍ୟକାରିତା ଏଥିପାଇଁ ଅନେକାଂଶରେ ଦାୟୀ। ସେ ଦାୟିତ୍ବ ଗ୍ରହଣ କରିବା ପରେ ପରେ ଯେଉଁ ତଥାକଥିତ ‘ଲିବରେସନ୍ ଡେ’ ଟାରିଫ ଲାଗୁ କରିଥିଲେ, ତାହା ପରବର୍ତ୍ତୀ ସମୟରେ ସେ ଦେଶର ସୁପ୍ରିମ୍ କୋର୍ଟ ଦ୍ବାରା ନାକଚ ହୋଇଯିବାରୁ ସରକାରଙ୍କୁ ପ୍ରାୟ ୧୦୦ ବିଲିଅନ ଡଲାର ଫେରସ୍ତ କରିବାକୁ ପଡ଼ିଛି। ଇରାନ ବିରୁଦ୍ଧରେ ଏକ ଅପରିଣାମଦର୍ଶୀ ଯୁଦ୍ଧ ଆରମ୍ଭ କରିଦେଇ ଟ୍ରମ୍ପ ଆମେରିକୀୟ ଅର୍ଥନୀତି ଉପରେ ଏକ ଅନାବଶ୍ୟକ ବୋଝ ଲଦି ଦେଇଛନ୍ତି।
‘ଡେମୋକ୍ରାସି ଇନ୍ ଆମେରିକା’ ନାମକ ଆମେରିକୀୟ ଗଣତନ୍ତ୍ର ସମ୍ବନ୍ଧରେ ଗଭୀର ଅନ୍ତର୍ଦୃଷ୍ଟି ବହନକାରୀ ପୁସ୍ତକର ଲେଖକ ପ୍ରସିଦ୍ଧ ଫରାସୀ ରାଜନୈତିକ ଦାର୍ଶନିକ ଆଲେକ୍‌ସିସ୍ ଡି ଟକ୍‌ଭିଲ୍ ୧୮୩୫ରେ ପ୍ରକାଶିତ ତାଙ୍କର ଏଇ ପୁସ୍ତକରେ ସେଠାରେ ଗଣତନ୍ତ୍ର ସମ୍ବନ୍ଧରେ ଯେଉଁ ଚିନ୍ତା ପ୍ରକଟ କରିଥିଲେ ଟ୍ରମ୍ପଙ୍କ ଆଚରଣ ତାହାକୁ ଯଥାର୍ଥ ପ୍ରମାଣିତ କରୁଛି ବୋଲି କହିଲେ ଭୁଲ୍ ହେବ ନାହିଁ। ସେଥିରେ ଟକ୍‌ଭିଲ୍ ଯେଉଁ ‘ଗଣତାନ୍ତ୍ରିକ ଏକଛତ୍ରବାଦ’ର ଆବିର୍ଭାବ ସମ୍ବନ୍ଧରେ ଆଶଙ୍କା ପ୍ରକଟ କରିଥିଲେ, ‘ନୋଟ୍ ବଦଳରେ ଭୋଟ୍’ ମାଧ୍ୟମରେ ଟ୍ରମ୍ପ ତାହାକୁ ବାସ୍ତବତାରେ ପରିଣତ କରିବାକୁ ଯାଉଛନ୍ତି ବୋଲି ଟକ୍‌ଭିଲ୍ କହନ୍ତେ। ଏକ ଭବିଷ୍ୟଦ୍ରଷ୍ଟା ଭଳି ଟକ୍‌ଭିଲ୍ ମଧ୍ୟ କହିଥିଲେ ଯେ ଗଣତନ୍ତ୍ର ଆମେରିକୀୟମାନଙ୍କ ଠାରେ ମାତ୍ରାଧିକ ପାର୍ଥିବ ସଂପଦ ମୋହ ସୃଷ୍ଟି କରିଥାଏ। ସେମାନେ ଯଦି ଏବେ ଟ୍ରମ୍ପଙ୍କ ଠାରୁ ସିଧାସଳଖ ୫,୦୦୦ ଡଲାର ଲେଖାଏଁ ଲାଞ୍ଚ ଗ୍ରହଣ କରି ମତଦାନ କରନ୍ତି, ତାହା ଟକ୍‌ଭିଲ୍‌ଙ୍କୁ ସତ୍ୟ ସାବ୍ୟସ୍ତ କରିବ ନାହିଁ କି? ଆଉ ସେମାନଙ୍କର ଏଇ ପ୍ରବୃତ୍ତିକୁ ଚରିତାର୍ଥ କରିବାକୁ ପ୍ରତିଶ୍ରୁତି ପ୍ରଦାନ କରି ବାକ୍‌ପଟୁ ଏକଛତ୍ରବାଦୀ ନେତାଙ୍କର ଆବିର୍ଭାବ ଘଟିବ ବୋଲି ଟକ୍‌ଭିଲ୍ ଯେଉଁ ସତର୍କବାଣୀ ଶୁଣାଇଥିଲେ, ଟ୍ରମ୍ପ ସେଥି ସହିତ ପୂରାପୂରି ଖାପ ଖାଇ ଯାଉନାହାନ୍ତି କି?

Read Entire Article
LEFT SIDEBAR AD

Hidden in mobile, Best for skyscrapers.