Earthquake: ନେପାଳରେ ଭୂମିକମ୍ପ ଝଟକା: ରିକ୍ଟର ସ୍କେଲରେ ତୀବ୍ରତା ୪.୨

1 week ago 10
ARTICLE AD BOX

କାଠମାଣ୍ଡୁ: ପଶ୍ଚିମ ନେପାଳରେ ବୁଧବାର ପ୍ରତ୍ୟୁଷରେ ଏକ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୪.୨ ରେକର୍ଡ କରାଯାଇଛି। ରାଷ୍ଟ୍ରୀୟ ଭୂକମ୍ପ ନିରୀକ୍ଷଣ ଓ ଅନୁସନ୍ଧାନ କେନ୍ଦ୍ର (ଏନଇଏମଆରସି) ର ସୂଚନା ଅନୁଯାୟୀ, ସ୍ଥାନୀୟ ସମୟ ସକାଳ ୪:୪୦ ରେ ଏହି ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା।

Assam Floods: ଆସାମରେ ବନ୍ୟା ପରିସ୍ଥିତି ସଙ୍ଗୀନ: ମୃତ୍ୟୁ ସଂଖ୍ୟା ୨୧କୁ ଛୁଇଁଲା

ଏହାର କେନ୍ଦ୍ରବିନ୍ଦୁ ରାଜଧାନୀ କାଠମାଣ୍ଡୁଠାରୁ ପ୍ରାୟ ୯୦୦ କିଲୋମିଟର ପଶ୍ଚିମରେ ଥିବା ସୁଦୂରପଶ୍ଚିମ ପ୍ରଦେଶର ବଝାଙ୍ଗ ଜିଲ୍ଲାର କୋଟଦେୱାଲ୍ ନିକଟରେ ରହିଥିଲା। ଏହି ଭୂକମ୍ପର ପ୍ରଭାବ ପଡ଼ୋଶୀ ବାଜୁରା ଓ ଦାର୍ଚୁଲା ଜିଲ୍ଲାରେ ମଧ୍ୟ ଅନୁଭୂତ ହୋଇଥିଲା। ତେବେ ଏହି ଘଟଣାରେ କୌଣସି ଧନଜୀବନ ହାନି କିମ୍ବା କ୍ଷୟକ୍ଷତିର ତଥ୍ୟ ମିଳିନାହିଁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.