Earthquake: ଆଫଗାନିସ୍ତାନରେ ୪.୯ ତୀବ୍ରତାର ଭୂମିକମ୍ପ, କ୍ଷୟକ୍ଷତି ଅସ୍ପଷ୍ଟ

2 weeks ago 7
ARTICLE AD BOX

କାବୁଲ:ଆଫଗାନିସ୍ତାନରେ ଶନିବାର ରାତିରେ ଏକ ମଧ୍ୟମ ଧରଣର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୯ ରେକର୍ଡ କରାଯାଇଛି। ତେବେ ଏହି ଭୂମିକମ୍ପ ଯୋଗୁଁ ତତ୍କାଳ କୌଣସି ଜୀବନହାନି କିମ୍ବା ବ୍ୟାପକ କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିନାହିଁ। ଭାରତୀୟ ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର (ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି - ଏନସିଏସ୍) ଅନୁଯାୟୀ, ଭାରତୀୟ ସମୟ ରାତି ୯ଟା ୩୬ ମିନିଟ୍ ୫୬ ସେକେଣ୍ଡରେ ଏହି ଭୂକମ୍ପ ସଂଘଠିତ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ପ୍ରାୟ ୧୪୭ କିଲୋମିଟର ଗଭୀରତାରେ ରହିଥିଲା।

ବାରମ୍ବାର ଭୂମିକମ୍ପ ଅନୁଭୂତ

ରେଡ୍ କ୍ରସର ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନ ବିଶେଷ କରି ଏହାର ହିନ୍ଦୁକୁଶ ଅଞ୍ଚଳ ଅତ୍ୟନ୍ତ ସକ୍ରିୟ ଭୂମିକମ୍ପପ୍ରବଣ ବଳୟ ମଧ୍ୟରେ ଆସୁଥିବାରୁ ଏଠାରେ ବାରମ୍ବାର ଭୂମିକମ୍ପ ଅନୁଭୂତ ହୋଇଥାଏ। ଇଣ୍ଡିଆନ୍ ଏବଂ ୟୁରେସିଆନ୍ ଟେକ୍ଟୋନିକ୍ ପ୍ଲେଟର ସଂଘର୍ଷ ସ୍ଥଳରେ ଅବସ୍ଥିତ ହୋଇଥିବାରୁ ଏହି ଦେଶଟି ଭୂମିକମ୍ପ ପ୍ରତି ଅଧିକ ସଂବେଦନଶୀଳ। ଏହାବ୍ୟତୀତ ହେରାଟ ଅଞ୍ଚଳ ସମେତ ଦେଶର ବିଭିନ୍ନ ଭାଗ ଦେଇ ପ୍ରମୁଖ ଫଲ୍ଟ ଲାଇନ୍ ଅତିକ୍ରମ କରିଥିବାରୁ ଏଠାରେ ଭୂମିକମ୍ପର ବିପଦ ସଦାସର୍ବଦା ବଜାୟ ରହିଥାଏ।

Shooting: ସୁଇଜରଲ୍ୟାଣ୍ଡରେ ରେଭ୍ ପାର୍ଟି ଚାଲିଥିବା ବେଳେ ଗୁଳିକାଣ୍ଡ: ଜଣଙ୍କ ମୃତ୍ୟୁ, ୫ ଗୁରୁତର

Read Entire Article
LEFT SIDEBAR AD

Hidden in mobile, Best for skyscrapers.