Duleep Trophy: ଦଲୀପ ଟ୍ରଫିର ବିରଳ ବିଜେତା କ୍ଲବ୍‌ରେ ୭ ଓଡ଼ିଆ: ନଟରାଜ-ଦେବା ଦେଖାଇଥିଲେ ବାଟ

6 days ago 6
ARTICLE AD BOX

ଭୁବନେଶ୍ବର (ସୁରେଶ ସ୍ବାଇଁ): ଓଡ଼ିଶା କ୍ରିକେଟ୍‌ ସ୍ଥିତି ଯେଭଳି ଥାଉ ପଛକେ ପୂର୍ବାଞ୍ଚଳ କ୍ରିକେଟ୍‌ ପ୍ରତି ଓଡ଼ିଶାର ଏକ ସ୍ମରଣୀୟ ଅବଦାନ ଗୁରୁବାର ପୁନଃଉଦ୍‌ଭାସିତ ହୋଇଛି। ଘରୋଇ କ୍ରିକେଟ୍‌ର ଅନ୍ୟତମ ପ୍ରମୁଖ ପ୍ରଥମ ଶ୍ରେଣୀ ପ୍ରତିଯୋଗିତା ଦଲୀପ ଟ୍ରଫିକୁ ପୂର୍ବାଞ୍ଚଳ ଗୁରୁବାର ତୃତୀୟ ଥର ହାସଲ କରିଛି। କିନ୍ତୁ ଏହି ପ୍ରତିଯୋଗିତାର ପ୍ରଥମ ୫୦ ବର୍ଷ ଧରି ଟ୍ରଫି ବିହୀନ ରହିଥିବା ପୂର୍ବାଞ୍ଚଳର ଭାଗ୍ୟ ଉଦୟ ହୋଇଥିଲା ଓଡ଼ିଶାର ନେତୃତ୍ବରେ, ଏହି କଥାକୁ ଅନେକ ଭୁଲିଯିବେଣି। ୨୦୧୧-୧୨ ସଂସ୍କରଣରେ ପୂର୍ବାଞ୍ଚଳ ପ୍ରଥମ ଥର ବିଜେତା ହୋଇଥିବାବେଳେ ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟର୍‌ ଦେବାଶିଷ ମହାନ୍ତି ଥିଲେ ପ୍ରଶିକ୍ଷକ ଏବଂ ଅଧିନାୟକ ଦାୟିତ୍ବ ତୁଲାଇଥିଲେ ନଟରାଜ ବେହେରା। 

Data bank: ପ୍ରବାସୀ ଓଡ଼ିଆ ଡାଟା ବ୍ୟାଙ୍କ ଉନ୍ମୋଚନ ପାଇଁ ବ୍ୟାପକ ପ୍ରସ୍ତୁତି

ଏହି ଐତିହାସିକ ବିଜେତା ଦଳରେ ଖେଳାଳି ଭାବେ ବି ଥିଲେ ଅନ୍ୟ ଦୁଇ ତାରକା ବିପ୍ଳବ ସାମନ୍ତରାୟ, ବସନ୍ତ ମହାନ୍ତି। ଇ‌ନ୍ଦୋରର ହୋଲକର ଷ୍ଟାଡିୟମ୍‌ରେ ପୂର୍ବାଞ୍ଚଳ ଦଳ କେନ୍ଦ୍ରାଞ୍ଚଳକୁ ଏକ ପାଳି ଓ ୨୦ ରନ୍‌ରେ ପରାସ୍ତ କରିଥିଲା। କେବଳ ସେତିକି ନୁହେଁ  ୨୦୧୨-୧୩ ଫାଇନାଲ୍‌ରେ ମଧ୍ୟ ପୂର୍ବାଞ୍ଚଳ ଟ୍ରଫି ବଜାୟ ରଖିଥିଲା ନଟରାଜ ବେହେରାଙ୍କ ନେତୃତ୍ବରେ। ଚେନ୍ନାଇରେ ଖେଳାଯାଇଥିବା ଫାଇନାଲ୍‌ରେ ପୂର୍ବାଞ୍ଚଳ ପ୍ରଥମ ପାଳି ଅଗ୍ରଣୀ ଭିତ୍ତିରେ ପୁଣି ଥରେ ମହମ୍ମଦ କୈଫଙ୍କ କେନ୍ଦ୍ରାଞ୍ଚଳକୁ ପଛରେ ପକାଇଥିଲା। ଏହି ଦଳରେ ୪ ଓଡ଼ିଆ ଖେଳିବା ଓଡ଼ିଶା କ୍ରିକେଟ୍‌ ପାଇଁ ସୁଃଖଦ ମୁହୂର୍ତ୍ତ ହୋଇରହିଛି। ନଟରାଜଙ୍କ ବ୍ୟତୀତ ବିପ୍ଳବ ସାମନ୍ତରାୟ, ବସନ୍ତ ମହାନ୍ତି, ଆଲୋକ ମଙ୍ଗରାଜ ଥିଲେ ଦଳରେ। ଅର୍ଥାତ୍‌ ନଟରାଜ, ବିପ୍ଳବ ଓ ବସନ୍ତ ଏବେ ବି ଦୁଇ ଥର ଦଲୀପ ଟ୍ରଫି ଜିତିବାରେ ବିରଳ ସୌଭାଗ୍ୟ ପାଇଛନ୍ତି। ଯାହାକି ଓଡ଼ିଶା କାହିଁକି ଓଡ଼ିଶା ଓ ପୂର୍ବାଞ୍ଚଳର ଅନେକ ମହାନ ଖେଳାଳିଙ୍କ ଭାଗ୍ୟରେ ବି ଜୁଟି ପାରିନାହିଁ। ଏବେ କିନ୍ତୁ ଦେବାଶିଷ ମହାନ୍ତିଙ୍କ ପରେ ପ୍ରୀତମଜିତ୍‌ ଦାସ ଏହି ତାଲିକାରେ ଯୋଡ଼ି ହୋଇଛନ୍ତି ପ୍ରଶିକ୍ଷକ ଭାବେ। ୨୦୨୬-୨୭ ଋତୁରେ ସେହି ଚେନ୍ନାଇରେ ଜିତିଥିବା ପୂର୍ବାଞ୍ଚଳ ଦଳର ସହକାରୀ ପ୍ରଶିକ୍ଷକ ଭାବେ ସାମିଲ ଥିଲେ ପୂର୍ବତନ ବାମହାତୀ ଦ୍ରୁତ ବୋଲର ପ୍ରୀତମଜିତ୍‌ ଦାସ। ନଟରାଜଙ୍କ ସହର ରାଉରକେଲାର ପ୍ରୀତମଜିତ୍‌ ଏବେ ନିଜ ‌‌ଖେଳ ଜୀବନର ଏକ ଅବସୋସ ବି ପୂର୍ଣ୍ଣ କରିଛନ୍ତି। ଖେଳିବାର ସୁଯୋଗ ପାଇ ନଥିଲେ ମଧ୍ୟ ପୂର୍ବାଞ୍ଚଳ ଦଳରେ ସାମିଲ ଥିବାରୁ ଶୁଭ୍ରାଂଶୁ ସେନାପତି ଏହାର ପ୍ରତ୍ୟକ୍ଷ ଅଂଶ ହୋଇପାରିଛନ୍ତି।

BRICS Summit 2026: ବ୍ରିକ୍ସ ସମ୍ମିଳନୀ ପୂର୍ବରୁ ୧୦୫ ବିମାନ ପାଇଁ ଭାରତୀୟ କମ୍ପାନି ସହ ରୁଷ୍‌ର ବୁଝାମଣା

ପ୍ରଥମ ନୁହେଁ, ଦ୍ବିତୀୟଟି ସ୍ମରଣୀୟ: ନଟରାଜ
ପ୍ରଥମ ବିଜୟଟି ସବୁବେଳେ ଅନେକଙ୍କ ପାଇଁ ଅଧିକ ସ୍ମରଣୀୟ ଓ ମଧୁର ଅନୁଭବ ରଖିଥାଏ। କିନ୍ତୁ ଦୁଇ ଥର ଦଲୀପ ଟ୍ରଫି ତୋଳି ଧରିଥିବା ଅଧିନାୟକ ନଟରାଜଙ୍କ ପାଇଁ ଦ୍ବିତୀୟଟି ଅଧିକ ଆହ୍ବାନ ରଖିଥିଲା ବୋଲି ସେ ସ୍ବୀକାର କରିଛନ୍ତି। ‘‘ଇତିହାସର ଅଂଶ ହୋଇ ରହିଥିବାରୁ ଖୁସି ଲାଗୁଛି। ଆମ ବିଜୟ ସମ୍ପର୍କରେ ବି ଏଥର ଫାଇନାଲ୍‌ ପୂର୍ବରୁ ଆଲୋଚନା ହୋଇଛି। ମହମ୍ମଦ ସାମିଙ୍କୁ ବି ମୁଁ ବ୍ୟକ୍ତିଗତ ଭାବେ ଶୁଭେଚ୍ଛା ଜଣାଇଥିଲି’ ବୋଲି ‘ସମ୍ବାଦ’ ସହ କଥା ହେବାବେଳେ ପ୍ରକାଶ କରିଥିଲେ ନଟରାଜ। ‘ହୋଲକର ଷ୍ଟାଡିୟମ୍‌ ତୁଳନାରେ ଚେନ୍ନାଇ ପିଚ୍‌ ଆମ ପାଇଁ ଅଧିକ ଆହ୍ବାନ ରଖିଥିଲା। ଜଣେ ସ୍ପିନର୍‌ କମ୍‌ ଖେଳାଇ ଆମେ ରିକ୍ସ ନେଇଥିଲୁ, ଆଲୋକ ମଙ୍ଗରାଜଙ୍କ ଭଳି ଉଦୀୟମାନ ଦ୍ରୁତ ବୋଲର ଥିବାରୁ ଏଭଳି କରିଥିଲୁ। ଆଲୋକ ୱିକେଟ୍‌ ପାଇ ନଥିଲେ ମଧ୍ୟ ଇକୋନୋମି (୧୦-୫-୧୦-୦) ବୋଲିଂ କରି ଚାପ ବଜାୟ ରଖିଥିଲେ। ପ୍ରବୀଣ କୁମାର, ଭୁବନେଶ୍ବର କୁମାରଙ୍କୁ ପ୍ରତିହତ କରି ଆମେ ୨୩୨ ରନ୍‌ କରିବା ପରେ କେନ୍ଦ୍ରାଞ୍ଚଳକୁ ୧୮୯ ରନ୍‌ରେ ରୋକି ଦେଇଥିଲୁ। ଯାହାକି ନିର୍ଣ୍ଣାୟକ ହୋଇଥିଲା। ଟ୍ରଫି ବଜାୟ ରଖିବାର ସ୍ବାଦ ନିଆରା’ ବୋଲି କହିଥିଲେ ବର୍ତ୍ତମାନ ଓଡ଼ିଶା ବରିଷ୍ଠ ଦଳର ଚୟନକର୍ତ୍ତା ଥିବା ନଟରାଜ। ପ୍ରଥମ ବିଜୟଟି ଗୌଣ ନଥିଲା। କିନ୍ତୁ ଆମ ଦଳ ଭଲ ଥିଲା। ଅଷ୍ଟ୍ରେଲିଆରୁ ଫେରିଥିବା ଋଦ୍ଧିମାନ ସାହାଙ୍କ ସହିତ ମହମ୍ମଦ ସାମି, ଅଶୋକ ଦିଣ୍ଡା, ସାହାବାଜ ନଦୀମଙ୍କ ସହ ଆମେ ୩ ଓଡ଼ିଆ ବି ସାମିଲ ଥିଲୁ। ଦେବା ଭାଇ (ଦେବାଶିଷ ମହାନ୍ତି)ଙ୍କ ଉପସ୍ଥିତି ଆମକୁ ବାଟ କଢ଼ାଇଥିଲା’ ବୋଲି ନଟରାଜ କହିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.