Duleep Trophy: ଦଲୀପ ଟ୍ରଫି: ପ୍ରତୀକ୍ଷିତ ଟ୍ରଫି ବିଜୟ ଦ୍ବାରରେ ପୂର୍ବାଞ୍ଚଳ

1 week ago 6
ARTICLE AD BOX

ଚେନ୍ନାଇ: ଦୁଲୀପ ଟ୍ରଫି ଫାଇନାଲରେ ପୂର୍ବାଞ୍ଚଳର ଟାଇଟଲ୍ ବିଜୟ ପ୍ରାୟ ନିଶ୍ଚିତ ହୋଇଛି। ଅଧିନାୟକ ଇଶାନ କିଶନ ଓ ଶିଖର ମୋହନଙ୍କ ଅର୍ଦ୍ଧଶତକ ବଳରେ ଦକ୍ଷିଣାଞ୍ଚଳ ବିପକ୍ଷ ଫାଇନାଲର ଚତୁର୍ଥ ଦିନ ଖେଳ ଶେଷ ବେଳକୁ ପୂର୍ବାଞ୍ଚଳ ତା’ର ଦ୍ୱିତୀୟ ପାଳିରେ ୫୧ ଓଭରରେ ୨୧୨/୫ ସ୍କୋର କରିଛି। ଫଳରେ ଏହି ଦଳ ଏବେ ମୋଟ ଉପରେ ୫୮୪ ରନ୍‌ର ଆତ୍ମବିଶ୍ବାସଭରା ଅଗ୍ରଣୀ ଲାଭ କରିଛି। ମ୍ୟାଚ୍‌ ଡ୍ର’ ହେବାର ଅଧିକ ସମ୍ଭାବନା ଥିବାରୁ ପ୍ରଥମ ପାଳିରେ ମିଳିଥିବା ବିଶାଳ ଅଗ୍ରଣୀ ଆଧାରରେ ପୂର୍ବାଞ୍ଚଳ ବିଜେତା ହେବାକୁ ଯାଉଛି। ଫଳରେ ଏହି ଦଳର ୧୪ବର୍ଷ ପ୍ରତୀକ୍ଷାର ସୁଖଦ ଅବସାନ ଘଟିବ। ପୂର୍ବାଞ୍ଚଳ ପ୍ରଥମ ଥର ପାଇଁ ୨୦୧୧-୧୨ ଋତୁରେ ଦଲୀପ ଟ୍ରଫି ବିଜେତା ହୋଇଥିଲା। ୨୦୧୨-୧୩ ଋତୁରେ ମଧ୍ୟ ଟ୍ରଫି ବଜାୟ ରଖିଥିଲା। ତେବେ ଏହା ପରେ ଆଉ ବିଜେତା ହେବାର ସୁଯୋଗ ପାଇ ନଥିଲା। ପ୍ରଥମ ପାଳିରେ ପୂର୍ବାଞ୍ଚଳର  ୭୦୮ ରନ୍ ଜବାବରେ ଦକ୍ଷିଣାଞ୍ଚଳ ୩୩୬ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା।  

Indrabati dam: ଇନ୍ଦ୍ରାବତୀରୁ ସପ୍ତାହକ ହେବ ବିଦ୍ୟୁତ ଉତ୍ପାଦନ ବଢ଼ିଲା

ମଙ୍ଗଳବାର ଦକ୍ଷିଣାଞ୍ଚଳ ଅଧିନାୟକ ତିଳକ ବର୍ମା ଶତକରୁ ମାତ୍ର ଗୋଟିଏ ରନ୍‌ ଦୂରରେ ରହିଥିଲେ। ସେ ୯୯ ରନ୍‌ କରି କୁନୈନ କୁରୈଶୀଙ୍କ ବଲ୍‌ରେ କ୍ୟାଚ୍‌ ଆଉଟ୍‌ ହେବା ସହ ଦକ୍ଷିଣାଞ୍ଚଳ ପାଳି  ଶେଷ ହୋଇଥିଲା। ପୂର୍ବାଞ୍ଚଳ ପକ୍ଷରୁ ମୁକେଶ କୁମାର ( ୩/୬୨), ମହମ୍ମଦ ସାମି (୨/୪୨), ପ୍ରଭାବୀ ବୋଲିଂ କରିଥିଲେ। ସେପଟେ ୩୭୨ ରନ୍‌ର ଅଗ୍ରଣୀ ଲାଭ କରିବା ସତ୍ତ୍ବେ ପୂର୍ବାଞ୍ଚଳ ଦକ୍ଷିଣାଞ୍ଚଳକୁ ଫଲୋଅନ୍‌ ନ ଡାକି ଦ୍ବିତୀୟ ପାଳି ଖେଳିଥିଲା। ଏଥିରେ  ଅଧିନାୟକ ଇଶାନ କିଶନ ପୁଣିଥରେ ଦମଦାର ବ୍ୟାଟିଂ କରିଥିଲେ। ପ୍ରଥମ ପାଳିରେ ଦ୍ୱିଶତକ ହାସଲ କରିଥିବା ଇଶାନ ଦ୍ୱିତୀୟ ପାଳିରେ ଶତକରୁ ବଞ୍ଚିତ ହୋଇଥିଲେ। ତେବେ ସେ ମାତ୍ର ୯୮ ବଲ୍‌ରୁ ୮୦ ରନ୍‌ କରିଥିଲେ। ତାଙ୍କ ପାଳିରେ ଥିଲା ୯ଟି ଚୌକା ଓ ୩ଟି ଛକା। ମଙ୍ଗଳବାର ଷ୍ଟମ୍ପ୍ସ ବେଳକୁ ପୂର୍ବାଞ୍ଚଳର କୁମାର କୁଶାଗ୍ର ୩୪ ଓ କୁନୈନ କୁରୈଶୀ ୨୬ ରନ୍‌ରେ ଅପରାଜିତ ଥିଲେ। ପ୍ରଥମ ପାଳିରେ ୪୪ ରନ୍‌ କରିଥିବା ବିସ୍ମୟ ବ୍ୟାଟର୍‌ ତଥା ଉପଅଧିନାୟକ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୮ ରନ୍‌ରେ ଆଉଟ୍‌ ହୋଇଯାଇଥିଲେ।

Lashkar-e-Taiba: ଲସ୍କର-ଏ-ତୋଏବାର ନୂଆ ଧମକ: ‘ଚାକିରି ଛାଡ଼ ନଚେତ୍‌ ମୃତ୍ୟୁ’

ସଂକ୍ଷିପ୍ତ ସ୍କୋର୍‌: ପୂର୍ବାଞ୍ଚଳ ୧୬୩ ଓଭରରେ-୭୦୮। ଦକ୍ଷିଣାଞ୍ଚଳ ପ୍ରଥମ ପାଳି ୧୦୭.୩ ଓଭରରେ-୩୩୬ (ତିଳକ ବର୍ମା ୯୯, ଦେବଦତ୍ତ ପଡ଼ିକଲ ୬୨, ଚାମା ମିଲିନ୍ଦ ୪୩, ମୁକେଶ କୁମାର ୩/୬୨, ମହମ୍ମଦ ସାମି ୨/୪୨, ଶିଖର ମୋହନ ୨/୬୭)। ପୂର୍ବାଞ୍ଚଳ ଦ୍ବିତୀୟ ପାଳି: ୫୧ ଓଭରରେ-୨୧୨/୫ (ଇଶାନ କିଶନ ୮୦, ଶିଖର ମୋହନ ୫୨, କୁମାର କୁଶାଗ୍ର ୩୪*, କୁନୈନ କୁରୈଶୀ ୨୬*, ବୈଭବ ସୂର୍ଯ୍ୟବଂଶୀ ୮, ମହମ୍ମଦ ସିରାଜ ୧/୧୭, ଏମ୍‌ଡି ନୀଦେଶ ୧/୧୪, ସେକ୍‌ ରସିଦ ୧/୨୦)।

Read Entire Article
LEFT SIDEBAR AD

Hidden in mobile, Best for skyscrapers.