Drug Peddlers Arrested ୧୧୯ ଗ୍ରାମ ବ୍ରାଉନସୁଗାର ସହ ୨ ଗିରଫ

2 weeks ago 9
ARTICLE AD BOX

ଜଗତସିଂହପୁର: ଆଜି (ମଙ୍ଗଳବାର) ଜଗତସିଂହପୁର ଅବକାରୀ ରେଞ୍ଜ, ଜିଲ୍ଲା ଭ୍ରାମ୍ୟମାଣ ସଂସ୍ଥା ଏବଂ ଜଗତସିଂହପୁର ଅବକାରୀ ଥାନା ମିଳିତ ଭାବେ ଚଢାଉ କରି ଦୁଇ ନିଶାବେପାରୀଙ୍କୁ ଗିରଫ କରିଛନ୍ତି।  ବେପାର‌ରେ ବ୍ୟବହୃତ ଏକ ରୟାଲ ଏନଫିଲ୍ଡ ମୋଟର ସାଇକେଲ ଓ ଏକ ଆଣ୍ଡ୍ରଏଡ ଫୋନ ଜବତ କରିଛନ୍ତି।

Brownsugar seized ଖୋର୍ଦ୍ଧା-ଟାଙ୍ଗୀ ଅଞ୍ଚଳରୁ ୫୦୦ ଗ୍ରାମ ବ୍ରାଉନ୍‌ସୁଗାର ଜବତ, ୩ ଗିରଫ

ସୂଚନାଯୋଗ୍ଯ ଯେ ଜଗତସିଂହପୁର ଥାନା ଅନ୍ତର୍ଗତ ବାଇଜଙ୍ଗା ଗ୍ରାମର ଲିଙ୍ଗରାଜ ଲେଙ୍କାଙ୍କ ପୁଅ ଜୀବନ ପ୍ରକାଶ ଲେଙ୍କା (୩୩) ଅନେକ ଦିନ ଧରି ଗୁମୁଟିପୁର ଏବଂ ଆଖପାଖ ଅଞ୍ଚଳରେ ବିଶେଷ କରି ଯୁବବର୍ଗମାନଙ୍କୁ ବ୍ରାଉନ୍‌ସୁଗାର ବିକ୍ରି କରୁଥିଲେ। ପ୍ରକାଶକୁ ଜବତ କରିବାକୁ ଅବକାରୀ ବିଭାଗ ଯୋଜନା କରିଥିଲା। ଗ୍ରାହକଙ୍କୁ ଯୋଗାଣ ଉଦ୍ଦେଶ୍ଯରେ ସେ ଆଜି ହେରୋଇନ୍ ରଖିଥିବାର ସୂଚନା ପାଇବା ପରେ ଜଗତସିଂହପୁର ଅବକାରୀ ରେଞ୍ଜ ର ନିରିକ୍ଷକ ସ୍ମିତା ପଣ୍ଡାଙ୍କ ନେତୃତ୍ବରରେ କନେଷ୍ଟବଳ ସବିତା ନାୟକ, ଅନୁରାଗ ସୂର୍ଯ୍ୟବଂଶୀ, ଲକ୍ଷ୍ମୀନାରାୟଣ ମଲ୍ଲିକ ଙ୍କୁ ନେଇ ଗଠିତ ଟିମ୍ ଅଭିଯୁକ୍ତଙ୍କ ଗତିବିଧି ଉପରେ କଡ଼ା ନଜର ରଖିଥିଲେ। ଅଭିଯୁକ୍ତଙ୍କୁ ଗୁମୁଟିପୁର ବସ ଷ୍ଟାଣ୍ଡ ଠାରେ  ରୟାଲ ଏନଫିଲ୍ଡ ମୋଟର ସାଇକେଲ ସହ ମାଡିବସିଥିଲେ।

Brownsugar Seized: ୧୬ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ବେପାରୀ କୋର୍ଟ ଚାଲାଣ

ଅଭିଯୁକ୍ତଙ୍କ ଠାରୁ ତଥ୍ଯ ବାହାର କରି ଇନ୍ସପେକ୍ଟର ପ୍ରଭାସ କୁମାର ଚୌଧୁରୀଙ୍କ ନେତୃତ୍ବରରେ ସବ୍ଇନ୍ସପେକ୍ଟର ଭାଗ୍ୟଲକ୍ଷ୍ମୀ ଦଳାଇ, କନଷ୍ଟେବଳ ବିଶ୍ବରଞ୍ଜନ ସ୍ବାଇଁ, ସୁକାନ୍ତ ମାଝୀ, ଶୁଭଶ୍ରୀ ବିଶ୍ବାଳ ଙ୍କୁ ନେଇ ଗଠିତ ଟିମ ଜଗତସିଂହପୁର ଥାନା ଅନ୍ତର୍ଗତ ଗାଲୁପଡା ଠାରେ ଚଢାଉ କରି ତାଙ୍କର ସହଯୋଗୀ ଗାଲୁପଡାର ସୂର୍ଯ୍ୟନାରାୟଣ ମହାନ୍ତି (୩୮) ଙ୍କୁ ଗିରଫ କରିବା ସହ ତାଙ୍କ ପାଖରୁ ୩୯ ଗ୍ରାମର ବ୍ରାଉନସୁଗାର ସହ ଏକ ଆଣ୍ଡ୍ରଏଡ ଫୋନ ଜବତ କରିଛନ୍ତି।

Brownsugar Seized: ୧୬ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ବେପାରୀ କୋର୍ଟ ଚାଲାଣ

ଜବତ ହେରୋଇନ୍ ସହ ମଟରସାଇକେଲ ର ଆନୁମାନିକ କଳାବଜାରୀ ମୂଲ୍ଯ ପ୍ରାୟ ୧୩ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ଉପ ଅଧିକ୍ଷକ ଆଦ୍ୟାଶା ସ୍ବାଇଁ ପ୍ରକାଶ କରିଛନ୍ତି। ଅଭିଯୁକ୍ତମାନଙ୍କୁ ଦୁଇଟି ପୃଥକ ପୃଥକ ମାମଲାରେ ଜିଲ୍ଲା ଦୌରାଜଜ ଜଗତସିଂହପୁରଙ୍କ ନିକଟରେ ହାଜର କରାଯାଇଥିବା ବେଳେ ଅଭିଯୁକ୍ତମାନଙ୍କ ଜାମିନ ନାମଞ୍ଜୁର କରି ୧୪ଦିନିଆ ବିଚାର ବିଭାଗୀୟ ହାଜତ୍ କୁ ପଠାଇଛନ୍ତି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.