Drug Issue: ନିଶା ସମସ୍ୟା ନେଇ ମନ୍ତ୍ରୀଙ୍କୁ ପ୍ରଶ୍ନ କରିବା ପରଦିନ ଗୁଲଜାରଙ୍କ ଆତ୍ମହତ୍ୟା

1 week ago 7
ARTICLE AD BOX

ଚଣ୍ଡୀଗଡ଼ : ପଞ୍ଜାବରେ ନିଶାଦ୍ରବ୍ୟ ବିକ୍ରି ଓ ସେବନ ସମସ୍ୟା ନେଇ ଅର୍ଥମନ୍ତ୍ରୀ ହରପାଲ ସିଂହ ଚୀମାଙ୍କୁ ପ୍ରଶ୍ନ କରିବାର ପରଦିନ ସଙ୍ଗରୁର ଜିଲ୍ଲାର ଜଣେ ୫୦ ବର୍ଷୀୟ ବ୍ୟକ୍ତି ଗୁଲଜାର ସିଂହଙ୍କ ମୃତ୍ୟୁକୁ ନେଇ ରାଜ୍ୟରେ ରାଜନୈତିକ ବିବାଦ ତେଜିଛି । ଗୁଲଜାର ବିଷାକ୍ତ ପଦାର୍ଥ ଖାଇବା ପରେ ଲୁଧିଆନାର ଡିଏମ୍‌ସି ହସ୍ପିଟାଲରେ ସୋମବାର ରାତିରେ ପ୍ରାଣ ହରାଇଥିଲେ ।

ତୁର ବଞ୍ଜାରା ଗାଁର ବାସିନ୍ଦା ଗୁଲଜାର ଚୀମାଙ୍କ ଗାଁ ଗସ୍ତ ସମୟରେ ରାଜ୍ୟରେ ଖୋଲାଖୋଲି ନିଶାଦ୍ରବ୍ୟ ବିକ୍ରି ହେଉଥିବା ଓ ତାଙ୍କ ପୁଅ ନିଶାସକ୍ତ ଥିବା ଅଭିଯୋଗ କରିଥିଲେ । ପରେ ପ୍ରଶ୍ନ କରିଥିବାରୁ ତାଙ୍କୁ ପଞ୍ଚାୟତ ସଦସ୍ୟମାନେ କ୍ଷମା ମାଗିବାକୁ ଚାପ ପକାଇଥିବା ଗୁଲଜାରଙ୍କ ପରିବାର ଅଭିଯୋଗ କରିଛି । ମୃତ୍ୟୁ ପୂର୍ବରୁ ରେକର୍ଡ ହୋଇଥିବା ଭିଡିଓରେ ସେ ଚୀମା ଓ ସରପଞ୍ଚଙ୍କୁ ଦାୟୀ କରିଥିବା ଦାବି କରାଯାଇଛି । ତେବେ ଚୀମା କୌଣସି ଭୁଲ କରିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

Delhi Private Hospital: ଦିଲ୍ଲୀରେ ୨୦୦ ଘରୋଇ ହଷ୍ଟେଲ ବିପଦରେ

ଏହି ଘଟଣାରେ ପୁଲିସ ସରପଞ୍ଚ ବଲଜିନ୍ଦର କୌର, ତାଙ୍କ ସ୍ୱାମୀ ବଲଜିନ୍ଦର ସିଂହ ଓ ଅନ୍ୟମାନଙ୍କ ସମେତ ୫ ଜଣଙ୍କ ବିରୋଧରେ ମାମଲା କରିଛି । ଏଫ୍‌ଆଇଆର୍‌ରେ ଚୀମାଙ୍କ ନାମ ନାହିଁ । ଘଟଣାରେ ଜାତୀୟ ମାନବାଧିକାର କମିସନ୍‌ ମଧ୍ୟ ଦୃଷ୍ଟି ଦେଇଛି । ଏହାର କିଛି ଦିନ ପୂର୍ବରୁ, ସେପ୍ଟେମ୍ବର ୨ରେ ସଙ୍ଗରୁରରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ଙ୍କ ‘ଲୋକ ମିଲନି’ କାର୍ଯ୍ୟକ୍ରମ ସମୟରେ ମୋହନଜିତ ସିଂହ ନାମକ ଜଣେ ବ୍ୟକ୍ତି କଳା ପତାକା ଦେଖାଇ ନିଶାଦ୍ରବ୍ୟ ସମସ୍ୟା ନେଇ ବିରୋଧ କରିଥିଲେ ।

ପରେ ସେ ପୁଲିସ ହେପାଜତରେ ନିର୍ଯାତନା ଅଭିଯୋଗ ଆଣିଥିଲେ । ଏହାକୁ ନେଇ ତଦନ୍ତ ଆରମ୍ଭ ହୋଇଛି ଏବଂ ଜଣେ ଡିଏସ୍‌ପିଙ୍କ ସମେତ ୪ ପୁଲିସ କର୍ମଚାରୀଙ୍କୁ ବଦଳି କରାଯାଇଛି । ବିରୋଧୀ କଂଗ୍ରେସ, ଶିରୋମଣି ଅକାଳୀ ଦଳ ଓ ବିଜେପି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି । ଏପଟେ ସରକାରୀ ତଥ୍ୟ ଅନୁସାରେ, ନିଶାମୁକ୍ତି କେନ୍ଦ୍ରରେ ଭର୍ତ୍ତି ସଂଖ୍ୟା ୨୦୨୪ରେ ୯,୫୭୭ରୁ ୨୦୨୫ରେ ୨୫,୨୯୦କୁ ବଢ଼ିଛି, ଯାହା ୧୬୪ ପ୍ରତିଶତରୁ ଅଧିକ ବୃଦ୍ଧି । ୨୦୨୬ ଜୁଲାଇ ସୁଦ୍ଧା ୧୪,୦୦୦ରୁ ଅଧିକ ଲୋକ ଏହି କେନ୍ଦ୍ରଗୁଡ଼ିକରେ ଭର୍ତ୍ତି ହୋଇଥିଲେ ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.