Drone Attack: ୟୁକ୍ରେନର ବସ୍ ଓ ରେଳସେବା ଉପରେ ରୁଷର ଡ୍ରୋନ୍ ଆକ୍ରମଣ: ୫ ମୃତ, ଏକାଧିକ ଆହତ

13 hours ago 2
ARTICLE AD BOX

କିଭ୍: ବୁଧବାର ୟୁକ୍ରେନର ଦକ୍ଷିଣାଞ୍ଚଳରେ ଏକ ଯାତ୍ରୀବାହୀ ବସ୍ ଓ ଟ୍ରେନ୍କୁ ଲକ୍ଷ୍ୟ କରି ରୁଷ ପକ୍ଷରୁ କରାଯାଇଥିବା ଭୟଙ୍କର ଡ୍ରୋନ୍ ଆକ୍ରମଣରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଯାତ୍ରୀ ଆହତ ହୋଇଛନ୍ତି। ୟୁକ୍ରେନର ପରିବହନ ବ୍ୟବସ୍ଥା ଓ ଆର୍ଥିକ ଭିତ୍ତିଭୂମିକୁ ପଙ୍ଗୁ କରିବା ପାଇଁ ମସ୍କୋ ନିଜର ଆକ୍ରମଣକୁ ଆହୁରି ତୀବ୍ର କରିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସବୁଠାରୁ ମାରାତ୍ମକ ଆକ୍ରମଣ ନିକୋପୋଲ୍ ସହର ନିକଟରେ ଏକ ଯାତ୍ରୀବାହୀ ବସ୍ ଉପରେ ହୋଇଛି, ଯେଉଁଥିରେ ୪ ଜଣ ପୁରୁଷ ଓ ଜଣେ ମହିଳାଙ୍କ ସମେତ ୫ ଜଣଙ୍କର ପ୍ରାଣହାନି ଘଟିଛି। ଡନିପ୍ରୋପେଟ୍ରୋଭସ୍କ ଆଞ୍ଚଳିକ ଗଭର୍ଣ୍ଣର ଓଲେକ୍ସାଣ୍ଡର ହାଞ୍ଜା ଏହି ଆକ୍ରମଣରେ ୭ ଜଣ ଆହତ ହୋଇଥିବା ସ୍ପଷ୍ଟ କରିଛନ୍ତି। ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏହାକୁ ଏକ ବର୍ବରତା ବୋଲି କହିବା ସହ ରୁଷ ବିରୋଧରେ କଟକଣା କଡ଼ାକଡ଼ି କରିବାକୁ ଆମେରିକା ଓ ଇଉରୋପୀୟ ଦେଶଗୁଡ଼ିକୁ ଆହ୍ୱାନ ଦେଇଛନ୍ତି।

ଟ୍ରେନ୍ ଉପରେ ମଧ୍ୟ ଡ୍ରୋନ୍ ଆକ୍ରମଣ

ଅନ୍ୟପଟେ ଦକ୍ଷିଣ ମାଇକୋଲେଭ୍ ଅଞ୍ଚଳରେ ଏକ ଯାତ୍ରୀବାହୀ ଟ୍ରେନ୍ ଉପରେ ମଧ୍ୟ ଡ୍ରୋନ୍ ଆକ୍ରମଣ ହୋଇଥିଲା। ତେବେ ତୁରନ୍ତ ୧୬୮ ଜଣ ଯାତ୍ରୀ ଓ କର୍ମଚାରୀଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଥିବାରୁ ଏକ ବଡ଼ ଦୁର୍ଘଟଣା ଏଡ଼ାଇ ଯାଇଛି। ପୋଲାଣ୍ଡ ସୀମାନ୍ତ କୋଭେଲରେ ମଧ୍ୟ ରେଳ ଲୋକୋମୋଟିଭ୍ ଉପରେ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ୟୁକ୍ରେନ୍ ବୈଦେଶିକ ମନ୍ତ୍ରୀ ଆନ୍ଦ୍ରି ସିବିହା ଅଭିଯୋଗ କରିଛନ୍ତି ଯେ, ସାଧାରଣ ନାଗରିକଙ୍କ ଆବାଗମନ ଓ ଦେଶର ଅର୍ଥନୀତିକୁ ସମ୍ପୂର୍ଣ୍ଣ ଅଚଳ କରିବା ପାଇଁ ରୁଷିଆ ସେନା ଯୋଜନାବଦ୍ଧ ଭାବେ ରେଳସେବା ଓ ପରିବହନ ବ୍ୟବସ୍ଥାକୁ ଟାର୍ଗେଟ୍ କରୁଛି।

Health Report: ବ୍ରିକ୍ସ ସମ୍ମିଳନୀ ପରେ ଭାରତରୁ ଫେରି ଜିନ୍‌ପିଙ୍ଗ ସମେତ ଅନେକ ବଡ଼ ନେତା ଅସୁସ୍ଥ ରିପୋର୍ଟକୁ ଭରତର ଖଣ୍ଡନ

Read Entire Article
LEFT SIDEBAR AD

Hidden in mobile, Best for skyscrapers.