Drone Attack: ରୁଷରେ ୟୁକ୍ରେନ ପକ୍ଷରୁ ଡ୍ରୋନ୍ ଆକ୍ରମଣ: ୨ ମୃତ, ୧୭ ଆହତ, ଟ୍ରେନ୍ ସେବା ପ୍ରଭାବିତ

1 week ago 10
ARTICLE AD BOX

ମସ୍କୋ: ରୁଷର ଭୋରୋନେଜ୍ ଅଞ୍ଚଳରେ ୟୁକ୍ରେନ ପକ୍ଷରୁ ହୋଇଥିବା ଡ୍ରୋନ୍ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଜଣେ ଶିଶୁ ସମେତ ୧୭ ଜଣ ଆହତ ହୋଇଛନ୍ତି। ଭୋରୋନେଜ୍ ରାଜ୍ୟପାଳ ଆଲେକଜାଣ୍ଡାର ଗୁସେଭ୍ ଆକ୍ରମଣକୁ ନିଶ୍ଚିତ କରିଛନ୍ତି ଏବଂ କହିଛନ୍ତି ଯେ, ରୁଷୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏହି ଅଞ୍ଚଳରେ ୧୧୩ଟି ୟୁକ୍ରେନ ଡ୍ରୋନ୍ ଖସାଇ ଦେଇଛି।

ଗୁସେଭ ଏକ ମେସେଜିଂ ଆପ୍‌ରେ ସୂଚନା ସେୟାର କରି କହିଛନ୍ତି ଯେ, ରାତିସାରା ଆକ୍ରମଣ ସମୟରେ ରୁଷୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ସମ୍ପୂର୍ଣ୍ଣ ସକ୍ରିୟ ରହିଥିଲା। ଡ୍ରୋନର ଭଗ୍ନାବଶେଷ ପଡ଼ିବା ଯୋଗୁଁ ଅନେକ ଶିଳ୍ପ ଅଞ୍ଚଳରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ଅଗ୍ନିଶମ ଏବଂ ଜରୁରୀକାଳୀନ ଦଳ କାମ କରୁଛନ୍ତି।

ଟ୍ରେନ କ୍ଷତିଗ୍ରସ୍ତ ଏବଂ ପାଞ୍ଚ ଜଣ ଯାତ୍ରୀ ଆହତ
ରୁଷ ରେଳବାଇ ଅନୁଯାୟୀ, କ୍ରାସନୋଡାର ଅଞ୍ଚଳର ଏକ ଲୋକପ୍ରିୟ ପର୍ଯ୍ୟଟନ ସହର ଆନାପାରୁ ରାଜଧାନୀ ମସ୍କୋ ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନ୍ ମଧ୍ୟ ଆକ୍ରମଣର ଶିକାର ହୋଇଛି। ଆକ୍ରମଣରେ ଟ୍ରେନ କ୍ଷତିଗ୍ରସ୍ତ ହୋଇଛି ଏବଂ ପାଞ୍ଚ ଜଣ ଯାତ୍ରୀ ଆହତ ହୋଇଛନ୍ତି। 

ମନି ଲଣ୍ଡରିଂ ନିବାରଣ ଆଇନ ପରିସରରେ ଆସୁଛି ମାମଲା

ସୁରକ୍ଷାକୁ ଦୃଷ୍ଟିରେ ରଖି ଭୋରୋନେଜ୍ ଦେଇ ଯାଇଥିବା ସମସ୍ତ ରେଳ ନେଟୱାର୍କର ଯାତ୍ରୀବାହୀ ଟ୍ରେନ୍ ସେବାକୁ ଅସ୍ଥାୟୀ ଭାବରେ ବନ୍ଦ କରାଯାଇଛି। ରୁଷ-ୟୁକ୍ରେନ ସୀମା ନିକଟରେ ଅବସ୍ଥିତ ଭୋରୋନେଜ୍ ଏକ ରଣନୈତିକ ଏବଂ ପରିବହନ କେନ୍ଦ୍ର, ଯେଉଁଠାରେ ଗତ କିଛି ମାସ ମଧ୍ୟରେ ୟୁକ୍ରେନ ପକ୍ଷରୁ ଭିତ୍ତିଭୂମି ଏବଂ ଶିଳ୍ପ ଗୁଡ଼ିକୁ ଟାର୍ଗେଟ କରି ଅନେକ ଆକ୍ରମଣ କରାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.